Advertisment

NIA Raids 15 Locations: ପାକିସ୍ତାନ ପାଇଁ ଗୁପ୍ତଚରୀ ଲିଙ୍କ; ଦେଶର ୧୫ ସ୍ଥାନରେ NIA ରେଡ୍...

ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଲିଙ୍କରେ ଦେଶର ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଅପରାଧିକ ସାମଗ୍ରୀ ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଡକ୍ୟୁମେଣ୍ଟ ଜବତ କରିଛି NIA ।

author-image
Chinmayee Sahoo
ଅଦ୍ୟତନ ହୋଇଛି
NIA raid

NIA raid

ଦେଶର ୧୫ଟି ସ୍ଥାନରେ ରେଡ୍ କରିଛି NIA । ପାକିସ୍ତାନ ପାଇଁ ଗୁପ୍ତଚରୀ ଲିଙ୍କରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍ କରିଛି NIA । ଛଦ୍ମ ସାମ୍ବାଦିକ ପରିଚୟ ଦେଇଥିବା ପାକିସ୍ତାନର ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିାଯୋଗରେ ଜଣେ ସିଆରପିଏଫ୍ ଯବାନ ଗିରଫ ହେବା ପରେ ଖୋଳତାଡ଼ ଚଳାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା। 

Advertisment

ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ଆସାମରେ ଚଢାଉ ହୋଇଛି । ଅଭିଯୁକ୍ତମାନଙ୍କର ପାକ୍ ଲିଙ୍କ୍ ନେଇ ହେଉଛି ଖୋଳତାଡ଼ । ରେଡ୍ ବେଳେ NIA କିଛି ସମ୍ବେଦନଶୀଳ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଫାଇନାନ୍ସ ଡକ୍ୟୁମେଣ୍ଟ ଏବଂ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ଜବତ ସାମଗ୍ରୀ ଗୁଡ଼ିକ ଗୁପ୍ତଚର ନେଟୱର୍କରେ କିଭଳି ବ୍ୟବହାର ହେଉଥିଲା, କଣ କଣ ତଥ୍ୟ ପ୍ରଦାନ କରାଯାଇଛି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ଯାଞ୍ଚ କରୁଛି NIA । ଭାରତ ବିରୋଧରେ ଆତଙ୍କବାଦ ଷଡଯନ୍ତ୍ର ପଛରେ ଏଥିରେ କିଛି ସୁରାକ ଥିବା ଅନୁମାନ କରି ବିଭିନ୍ନ ସାମଗ୍ରୀକୁ ତଦନ୍ତ ପରିସରଭୁକ୍ତ କରିଛି NIA ।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ଆଖି ଦେଖା ଘଟଣା ବଖାଣିଲେ କଟକର ରଞ୍ଜିତଙ୍କ ପରିବାର

ସିଆରପିଏଫ ଯବାନ ମୋତି ରାମ ଜାତଙ୍କୁ ନିଜ କଷ୍ଟଡିକୁ ନେଇଛି NIA । ଗତ ୨୦ ତାରିଖରେ ଘଓଇ ତାଙ୍କୁ ଆରେଷ୍ଟ କରିଥିଲା । ସେ ମାସିକ ୩୫୦୦ ଟଙ୍କା ବଦଳରେ ସାମ୍ବାଦିକ ପରିଚୟ ଦେଇଥିବା ପାକିସ୍ତାନର ଜଣେ ଏଜେଣ୍ଟକୁ ଭାରତ ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ । ସୂଚନାନୁଯାୟୀ, ନିକଟରେ ପହଲଗାମ ଆତଙ୍କବାଦୀ ହମଲା ପରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରୁ ୧୨ ଜଣଙ୍କୁ ଗିରଫ କରାଗଲାଣି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ହରିୟାଣାର ଜ୍ୟୋତି ମାଲହୋତ୍ରା ଓ ପଞ୍ଜାବର ଗୁଜାଲାଙ୍କୁ ଗିରଫ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ପ୍ରଶାନ୍ତଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ ପଣ୍ଡା

NIA National Investigation Agency Pakistan Spy
Advertisment
Related Articles
Advertisment