Advertisment

Dhadi Darshan in Srimandir: ‘ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’

ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ ।

ଅଦ୍ୟତନ ହୋଇଛି
‘ହୁଣ୍ଡି ସ୍ଥାନାନ୍ତର ପରେ ଧାଡ଼ି ଦର୍ଶନ’

‘ହୁଣ୍ଡି ସ୍ଥାନାନ୍ତର ପରେ ଧାଡ଼ି ଦର୍ଶନ’

Advertisment

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଫେବ୍ରୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡି ଦର୍ଶନ ପ୍ରକ୍ରିୟା ବିଳମ୍ବ ହେଉଛି । ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ । ଫେବ୍ରୁଆରୀ ଏକ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisment

ସୂଚନା ଅନୁସାରେ, କିଛି ଦିନ ତଳେ ଆଇନ ମନ୍ତ୍ରୀ କହିଥିଲେ ଯେ, ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏଥିପାଇଁ ସବୁ ବ୍ୟବସ୍ଥା ସରିଥିବା କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ- ଯେହେତୁ ପୂର୍ବରୁ ନୂଆବର୍ଷରେ ଏ ବ୍ୟବସ୍ଥା ଲାଗୁ ପାଇଁ ସ୍ଥିର ହୋଇଥିଲା, କିନ୍ତୁ ସେତେବେଳେ ଭିଡ଼ ଅଧିକ ହେବା ଜାଣି ଡିସେମ୍ବର ଶେଷ ବେଳକୁ ୨ରୁ ୩ଦିନ ଟ୍ରାଏଲ୍ ରନ ଯୋଜନା ଥିଲା, କିନ୍ତୁ ଏବେ ସେ ସମୟ ନାହିଁ। ତେଣୁ ଆଉ ପରୀକ୍ଷାମୂଳକ ପରିବର୍ତ୍ତେ ସିଧାସଳଖ ଧାଡ଼ି ଦର୍ଶନ ପ୍ଲାନ୍ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଜାନୁଆରୀ ସୁଦ୍ଧା ସଂପତ୍ତି ତାଲିକା ଦିଅ; ନଚେତ୍ ...

ତେବେ ଶ୍ରୀମନ୍ଦିରରେ କେମିତି ହେବ ଧାଡ଼ି ଦର୍ଶନ ? ଭକ୍ତଙ୍କୁ ମିଳିବ କେତେ ଫାଇଦା ? ୟାକୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା । ତେଣେ ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ସୂଚନା ମୁତାବକ-୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । କାଠରେ ତିଆରି ବ୍ୟାରିକେଡ୍‌ରେ ଭକ୍ତ ପଶିବେ । ସେଥିରୁ ପ୍ରଥମ ଧାଡ଼ି ଦିବ୍ୟାଙ୍ଗ ଭକ୍ତ, ଦ୍ୱିତୀୟ ଧାଡିରେ ମହିଳା ଓ ଛୋଟପିଲା ଏବଂ ଗୋଟିଏ ଧାଡ଼ି ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ । ସବୁ ଭକ୍ତ ବାହାର କାଠ ପାଖରେ ରାମ୍ପରେ ଚଢ଼ି ଠାକୁରଙ୍କୁ ଦର୍ଶନ କରିବେ । ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ଏବଂ ପୁରୁଷ ଭକ୍ତ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ। ଧାଡ଼ିଦର୍ଶନ ପାଇଁ ଓବିସିସି ପକ୍ଷରୁ କାଠ ରାମ୍ପ ନିର୍ମାଣ ସରିଛି ।

Advertisment

ସେପଟେ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କଡ଼ା ଗାଇଡଲାଇନ୍ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଜାନୁଆରୀ ଶେଷ ସୁଦ୍ଧା ନିଜର ସଂପତ୍ତି ତାଲିକା ଦାଖଲ କରିବାକୁ ସମସ୍ତ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ବର୍ଷ ପାଇଁ ସମସ୍ତେ ସଂପତ୍ତି ତାଲିକା ଦାଖଲ କରିବାକୁ ବାଧ୍ୟ । ନଚେତ୍ ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର ବନ୍ଦ ରହିବ ବୋଲି ଜାରି ହୋଇଥିବା ପ୍ରେସ ରିଲିଜରେ ଉଲ୍ଲେଖ ରହିଛି। ଏଥିସହ କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ମିଳିବନି ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା, କେନ୍ଦ୍ର-ରାଜ୍ୟ ସରକାର ଓ ଡିଜିପି ପକ୍ଷଭୁକ୍ତ

Advertisment
Srimandir Law Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ