Advertisment

Dhadi Darshan: ଶ୍ରୀମନ୍ଦିରରେ କେମିତି ହେବ ଧାଡ଼ି ଦର୍ଶନ ? ଭକ୍ତଙ୍କୁ ମିଳିବ କେତେ ଫାଇଦା ?

ଆଉ ତାରିଖ ଘୁଞ୍ଚିବନି, କି ଟ୍ରାଏଲ୍ ରନ୍ ବି ହେବନି । ଆର ସୋମବାରରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ । ଜାନୁଆରୀ ୨୦ରୁ ଭକ୍ତ ସିଧା ନାଟମଣ୍ଡପ ବ୍ୟାରିକେଡ୍‌ରେ ପଶି ରାମ୍ପରେ ଚଢ଼ି ଜଗା ଦର୍ଶନ କରିବେ।

author-image
Sujit kumar Swain
undefined

Puri Srimandir

ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏଥିପାଇଁ  ସବୁ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ଆଉ ଟ୍ରାଏଲ୍ ରନ୍ ନୁହେଁ ବରଂ ସିଧା ପ୍ରକ୍ରିୟା ଚାଲୁହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭକ୍ତ ଏହାକୁ ସ୍ବାଗତ କରିଥିବା ବେଳେ ସେପଟେ ବିନା ଟ୍ରାଏଲରେ ଧାଡ଼ି ଦର୍ଶନ ଲାଗୁକୁ ବରିଷ୍ଠ ସେବାୟତ ନାପସନ୍ଦ କରିଛନ୍ତି। ତାସହ ଏତେବଡ଼ ବ୍ୟବସ୍ଥାକୁ ତଳିଆ ପୋଲିସ କର୍ମଚାରୀଙ୍କ ହାତରେ ନଛାଡ଼ି ବରିଷ୍ଠ ଅଧିକାରୀଙ୍କୁ ଦେବାକୁ ବି ଦାବି ଉଠିଛି। ସେପଟେ କାଠ ବ୍ୟାରିକେଡ୍ ନିର୍ମାଣ ବି ସରିଲାଣି।

Advertisment

ଆଉ ତାରିଖ ଘୁଞ୍ଚିବନି, କି ଟ୍ରାଏଲ୍ ରନ୍ ବି ହେବନି । ଆର ସୋମବାରରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ । ଜାନୁଆରୀ ୨୦ରୁ ଭକ୍ତ ସିଧା ନାଟମଣ୍ଡପ ବ୍ୟାରିକେଡ୍‌ରେ ପଶି ରାମ୍ପରେ ଚଢ଼ି ଜଗା ଦର୍ଶନ କରିବେ। ଯାହା ଦ୍ବାରା ଆଉ ଅଯଥା ଭିଡ଼ ହେବନି, ଠେଲାପେଲାର ଅନ୍ତ ହେବ ଏବଂ ଶୃଙ୍ଖଳିତ ଦର୍ଶନ ବି ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଆନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି- ଯେହେତୁ ପୂର୍ବରୁ ନୂଆବର୍ଷରେ ଏ ବ୍ୟବସ୍ଥା ଲାଗୁ ପାଇଁ ସ୍ଥିର ହୋଇଥିଲା, କିନ୍ତୁ ସେତେବେଳେ ଭିଡ଼ ଅଧିକ ହେବା ଜାଣି ଡିସେମ୍ବର ଶେଷ ବେଳକୁ ୨ରୁ ୩ଦିନ ଟ୍ରାଏଲ୍ ରନ ଯୋଜନା ଥିଲା, କିନ୍ତୁ ଏବେ ସେ ସମୟ ନାହିଁ। ତେଣୁ ଆଉ ପରୀକ୍ଷାମୂଳକ ପରିବର୍ତ୍ତେ ସିଧାସଖଳ ଧାଡ଼ି ଦର୍ଶନ ପ୍ଲାନ୍ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମନ୍ତ୍ରୀ।

ଅଧିକ ପଢନ୍ତୁ: ଦୁଇଟି ପର୍ଯ୍ୟାୟର ବୈଠକ ସତ୍ତ୍ବେ ବାହାରିଲାନି ନିଷ୍କର୍ଷ, ଦୁଇ ଦିନ ହେଲାଣି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

Advertisment

ଶ୍ରୀମନ୍ଦିରରେ କେମିତି ହେବ ଧାଡ଼ି ଦର୍ଶନ ? ଭକ୍ତଙ୍କୁ ମିଳିବ କେତେ ଫାଇଦା ? ୟାକୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା। ତେଣେ ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ସୂଚନା ମୁତାବକ- ୬ ଥାକିଆ ଧାଡି ଦର୍ଶନ ବ୍ୟବସ୍ଥା ହେବ। କାଠରେ ତିଆରି ବ୍ୟାରିକେଡ୍‌ରେ ଭକ୍ତ ପଶିବେ। ସେଥିରୁ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତ, ଦ୍ୱିତୀୟ ଧାଡିରେ ମହିଳା ଓ ଛୋଟପିଲା ଏବଂ ଗୋଟିଏ ଧାଡି ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ସବୁ ଭକ୍ତ ବାହାର କାଠ ପାଖରେ ରାମ୍ପରେ ଚଢ଼ି ଠାକୁରଙ୍କୁ ଦର୍ଶନ କରିବେ। ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ଏବଂ ପୁରୁଷ ଭକ୍ତ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ। ଧାଡ଼ିଦର୍ଶନ ପାଇଁ ଓବିସିସି ପକ୍ଷରୁ କାଠ ରାମ୍ପ ନିର୍ମାଣ ସରିଛି।

 ତେବେ ବିନା ଟ୍ରାଏଲ୍ ରେ ଧାଡ଼ି ଦର୍ଶନକୁ ବରିଷ୍ଠ ନାପସନ୍ଦ କରିଛନ୍ତି ବରିଷ୍ଠ ସେବାୟତ। କହିଛନ୍ତି- ଶ୍ରୀମନ୍ଦିରରେ ଏତେବଡ଼ ପ୍ରକ୍ରିୟା ବିନା ପରୀକ୍ଷାରେ ଲାଗୁ କରିବା ଠିକ୍ ହେବନି। ସେହିପରି ନାଟମଣ୍ଡପରୁ ଏଯାବତ୍ ହୁଣ୍ଡି ସ୍ଥାନାନ୍ତର ନହେବା ଓ ଗୋଟିଏ ପରିବାରର ଲୋକେ ଅଲଗା ଅଲଗା ବ୍ୟାରିକେଡ୍ ଲାଇନ୍ ରେ ଯିବାକୁ ନେଇ ଆପତ୍ତି ଉଠାଇଛନ୍ତି। ତାସହ ଏତେବଡ଼ ନୂଆ ବ୍ୟବସ୍ଥା ଦାୟିତ୍ବ କେବଳ ତଳିଆ ପୋଲିସ କର୍ମଚାରୀଙ୍କ ଉପରେ ନଛାଡ଼ି ଅଭିଜ୍ଞ ଅଫିସରଙ୍କ ହାତରେ ଦେବାକୁ ଦାବି କରିଛନ୍ତି। ଏଣେ ଏସବୁ ଭିତିରେ ଧାଡ଼ି ଦର୍ଶନ ଲାଗୁ ହେଲେ ବିନା ଠେଲାପେଲାରେ ଠାକୁରଙ୍କୁ ଠିକ୍ ରେ ସମସ୍ତେ ଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି ଭକ୍ତ।

ଏପଟେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ନିର୍ମାଣ ସରିଲାଣି ଶ୍ରୀମନ୍ଦିରରେ ବ୍ୟବହାର ହେବାକୁ ଥିବା କାଠ ବ୍ୟାରିକେଡ୍। ଶ୍ରୀମନ୍ଦିର ପ୍ରଶାସନର ଡିଜାଇନ୍ ମୁତାବକ ବେଙ୍ଗାଳୁରୁରୁ ଆସିଥିବା ବର୍ମା ଟିକ୍ ରେ ତିଆରି ହୋଇଛି ଏହି ଅସ୍ଥାୟୀ ଓ ସ୍ଥାନାନ୍ତର ଯୋଗ୍ୟ ବ୍ୟାରିକେଡ୍। ଖୁବଶୀଘ୍ର ଏହାକୁ ପୁରୀ ପଠାଯିବ।

ଅଧିକ ପଢନ୍ତୁ: ଲିଙ୍ଗରାଜ ମନ୍ଦିର ଭିତରେ ଭିଡିଓ କରି ଫସିଗଲେ ଶିଳ୍ପା ସେଟ୍ଟୀ !

Puri Srimandir Devotees Puri Srimandir
Advertisment
Advertisment