Advertisment

Census 2026: ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା; ରାଜ୍ୟ ପାଇଁ ନିଯୁକ୍ତ ହେଲେ ଅଧିକାରୀ

ଆଗକୁ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ନେଇ ଆସିପାରେ ବଡ଼ ନିଷ୍ପତ୍ତି। ଯାହାକୁ ନେଇ ଚର୍ଚ୍ଚା ଅନେକ। ଗତକାଲି ରାଜ୍ୟର ଜନଗଣନା ପାଇଁ ନିଯୁକ୍ତ ହୋଇଛନ୍ତି ଅଧିକାରୀ।

author-image
Sujit kumar Swain
Census 2026

Census 2026

ଜନଗଣନା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜୋର ଧରିଲା ମହିଳା ସଂରକ୍ଷଣ ଓ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଚର୍ଚ୍ଚା। ୨୦୨୬ରେ ଓଡ଼ିଶାରେ ସୀମା ନିର୍ଦ୍ଧାରଣ ହୋଇପାରେ। ରାଜସ୍ବ ମନ୍ତ୍ରୀଙ୍କ ଏହି ସୂଚନା ପରେ ଏବେ ସବୁଠି ଜନଗଣନା ସଂପର୍କିତ ଆଲୋଚନା। ଅପରପକ୍ଷେ ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ଜାତିଭିତ୍ତିକ ଜନଗଣନା ହେଉଥିବାରୁ ପଛୁଆ ବର୍ଗ ଉପକୃତ ହେବେ ବୋଲି ଆଶା କରାଯାଉଛି।

Advertisment

ଆରମ୍ଭ ହେଲା ଜନଗଣନା ପ୍ରକ୍ରିୟା। ରାଜ୍ୟରେ ପ୍ରସ୍ତୁତି ଆରମ୍ଭ। ଆଗକୁ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ନେଇ ଆସିପାରେ ବଡ଼ ନିଷ୍ପତ୍ତି। ଯାହାକୁ ନେଇ ଚର୍ଚ୍ଚା ଅନେକ। ଗତକାଲି ରାଜ୍ୟର ଜନଗଣନା ପାଇଁ ନିଯୁକ୍ତ ହୋଇଛନ୍ତି ଅଧିକାରୀ। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଆଇଏଏସ୍ ଅଫିସର ନିଖିଳ ପବନ କଲ୍ୟାଣଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି। ଡିସେମ୍ବର ଯାଏ ସେ ଜନଗଣନା ଦାୟିତ୍ବରେ ରହିବେ। ରାଜସ୍ବ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ଆଗକୁ ରାଜ୍ୟରେ ସୀମା ନିର୍ଦ୍ଧାରଣ ସହ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ ହୋଇପାରେ।

ଅଧିକ ପଢନ୍ତୁ : ଡିଜିଟାଲ ଆରେଷ୍ଟ; ଠକି ନେଲେ ୫୦ ଲକ୍ଷ, ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ...

Advertisment

କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଭିତରେ ରାଜ୍ୟ ସରକାର ଜନଗଣନା ସାରିବେ। ଏଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏହାପରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜନଗଣନା ପାଇଁ ଅଧିକାରୀ ନିଯୁକ୍ତ ହେବେ। ସେପଟେ ପ୍ରଥମ ଥର ପାଇଁ ଦେଶରେ ଜାତିଭିତ୍ତିକ ଜନଗଣନା ହେଉଥିବାରୁ ରାଜ୍ୟର ୨୩୫ ପଛୁଆ ବର୍ଗଙ୍କୁ ସାମିଲ୍ କରିବା ମଧ୍ୟ ଚାଲେଞ୍ଜ ହୋଇପାରେ। ଜନ ଗଣନାକୁ ସ୍ବଚ୍ଛତାର ସହ କରିବାକୁ ବିରୋଧୀ ଦାବି କରିଛନ୍ତି।

ସ୍ବାଧୀନତା ପରଠାରୁ ଦେଶରେ ହୋଇଛି ୭ ଥର ଜନଗଣନା। ଶେଷ ଥର ପାଇଁ ୨୦୧୧ରେ ଜନଗଣନା କରାଯାଇଥିଲା। ମାତ୍ର ୨୦୨୧ରେ କୋଭିଡ ମହାମାରୀ ପାଇଁ ଏହା ହୋଇପାରିନଥିଲା। ବର୍ତ୍ତମାନ ୪ ବର୍ଷ ବିଳମ୍ବରେ ଜନଗଣନା କରାଯିବ। ତେବେ ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନମାନେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବାରୁ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିଛନ୍ତି। ଜାତିଭିତ୍ତିକ ଜନଗଣନା ଦ୍ବାରା ଅନେକ ପଛୁଆ ବର୍ଗ ଉପକୃତ ହୋଇପାରିବେ। ଏହି ଜନଗଣନା ପରେ ଏନ୍ଆରସି ଓ ନାଗରିକ ସଂଶୋଧନ ଆଇନ୍ ଲାଗୁ ପାଇଁ ବାଟ ଫିଟିବ ବୋଲି କୁହାଯାଉଛି।

ଜନଗଣନାରୁ ନାଗରିକଙ୍କ ସାମାଜିକ, ଆର୍ଥିକ ସ୍ଥିତି ସହ ବୟସ ଓ ଲିଙ୍ଗଗତ ପରିସଂଖ୍ୟାନ ସ୍ପଷ୍ଟ ହୋଇଥାଏ। ଦେଶରେ ଶିକ୍ଷିତଙ୍କ ସଂଖ୍ୟା କେତେ ତାହା ମଧ୍ୟ ଜଣାପଡିଥାଏ। ସାଧାରଣତଃ ଜନଗଣନା ପାଇଁ ପାଖା ପାଖି ବର୍ଷେ ସମୟ ଲାଗିଥାଏ। ମାତ୍ର ଏଥର ଟେକନୋଲୋଜି ବ୍ୟବହାର ହେଉଥିବାରୁ ଜନଗଣନା ପ୍ରକ୍ରିୟା ଆହୁରି କମ୍ ସମୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ: କାଜୁ ଜଙ୍ଗଲରେ ପିଟି ପିଟି ମାରିବା ପରେ ହୋଇଥିଲା ଫେରାର୍

Ministers
Advertisment
Related Articles
Advertisment