Advertisment

Bhubaneswar Murder Case: କାଜୁ ଜଙ୍ଗଲରେ ପିଟି ପିଟି ମାରିବା ପରେ ହୋଇଥିଲା ଫେରାର୍

ଏହି କେସରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ରିମାଣ୍ଡ ବେଳେ ଫେରାର ଅଭିଯୁକ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଜମିବାଡ଼ି ବିବାଦକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ପୂର୍ବରୁ ଜଣେ ହୋମଗାର୍ଡ ମଧ୍ୟ ଗିରଫ ହୋଇଛନ୍ତି ।

author-image
Prasan Subudhi
ଅଦ୍ୟତନ ହୋଇଛି
ହତ୍ୟା ପରେ ଫେରାର୍

ହତ୍ୟା ପରେ ଫେରାର୍

ସେଇ କାଜୁ ଜଙ୍ଗଲ, ଯେଉଁଠି ଏପ୍ରିଲ ୧୧ ତାରିଖରେ ଗଡ଼ିଥିଲା ମୁଣ୍ଡ । ଏଇଠି ବିଲ୍‌ଡର ସସ୍ମିତ ବିଶ୍ବାଳଙ୍କୁ ପିଟିପିଟି ହତ୍ୟା କରିଥିଲେ ଦୁବୃର୍ତ୍ତ । ଆଉ ଏ ହେଉଛି ସେହି ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ପରିଡା । ଯିଏ ହତ୍ୟା କରିବା ପରେ ହୋଇଯାଇଥିଲା ଫେରାର୍ । ଘଟଣାର ୨ ମାସ ପରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଛି ପୋଲିସ । ଆଉ ପୋଲିସ ଆଗରେ ଗୋଟି ଗୋଟି କରି ଅଭିଯୁକ୍ତ କହୁଛି ହତ୍ୟା କାହାଣୀ ।

Advertisment

ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ପରିଡାକୁ ରିମାଣ୍ଡରେ ଆଣିବା ପରେ ହତ୍ୟାକାଣ୍ଡର ଗୁମର ଖୋଲିଛି ଏୟାରଫିଲଡ ଥାନା ପୋଲିସ । କ୍ରାଇମସିନ ରିକ୍ରିଏସନ ବେଳେ କ୍ରାଇମ ସ୍ପଟରୁ ଏକ ଠେଙ୍ଗା ଜବତ କରାଯାଇଛି । ଯେଉଁ ଠେଙ୍ଗାରେ ପିଟିପିଟି ଅତି ନିର୍ମମ ଭାବେ ଦେବଦତ୍ତ ଓ ସେମାନଙ୍କ ସହଯୋଗୀ ପିଟିପିଟି ହତ୍ୟା କରିଛି । ହାତରେ ହାତକଡି ପିନ୍ଧାଇ ହତ୍ୟାକାରୀକୁ ଜଙ୍ଗଲ ଭିତରକୁ ନେଇ ପୋଲିସ ଓଗାଳିଛି ସେହି ଭୟଙ୍କର ସତ ।

ଏହି କେସରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ରିମାଣ୍ଡ ବେଳେ ଫେରାର ଅଭିଯୁକ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଜମିବାଡ଼ି ବିବାଦକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ପୂର୍ବରୁ ଜଣେ ହୋମଗାର୍ଡ ମଧ୍ୟ ଗିରଫ ହୋଇଛନ୍ତି ।

Advertisment

ହତ୍ୟାକଣ୍ଡ ଦିନ ସସ୍ମିତ ପ୍ରଧାନ ସାହିରେ ଥିବା ତାଙ୍କ ଜମି ନିକଟକୁ ଯାଇଥିବା ବେଳେ ପ୍ରି ପ୍ଲାନ ମୁତାବକ ଅଭିଯୁକ୍ତ ମାନେ ପାଟିତୁଣ୍ଡ କରିଥିଲେ । ପ୍ରତିବାଦ କରିବାରୁ ଏକ ନିଛାଟିଆ ସ୍ଥାନକୁ ନେଇ ହାତ ଗୋଡ଼ ବାନ୍ଧି ନିସ୍ତୁକ ପିଟିଥିଲେ । ମୁହଁରେ ପଟି ବାନ୍ଧି ଠେଙ୍ଗା ଓ ଏକ କାଠ ପଟାରେ ପିଟିପିଟି ହତ୍ୟା କରିଥିଲେ । ସେପଟେ ଏଭଳି ହତ୍ୟାକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମୃତକଙ୍କ ଭାଇ ।

ଏହି ମାମଲରେ ଏବେବି ଏକାଧିକ ଅଭିଯୁକ୍ତ ଫେରାର୍ ଥିବାବେଳେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି...

Murder Bhubaneswar Cashew Farming
Advertisment
Advertisment