Advertisment

Bus Truck Owners Oppose Proposal for Police Vehicle Checks:ବିବାଦରେ ପୋଲିସକୁ ଗାଡି ଚେକିଂ ଓ ଜରିମାନା କ୍ଷମତା ପ୍ରସ୍ତାବ; ମାଲିକ ସଂଘର ତୀବ୍ର ବିରୋଧ

ଏମିତିକି ସରକାର ଯଦି ଏଭଳି ନିଷ୍ପତ୍ତି ଲାଗୁ କରନ୍ତି ତାହେଲେ ବାଧ୍ୟ ହୋଇ ଉଭୟ ସଂଘ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ବି ଦେଇଛନ୍ତି।

author-image
Sujit kumar Swain
Bus Truck Owners Oppose

Bus Truck Owners Oppose

ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ, ପୋଲିସ୍ ଆଇନ୍ ଶୃଙ୍ଖଳା ଉପରେ ଧ୍ୟାନ ଦେଉ। ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ବିରୋଧ କରି ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ଉଭୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ। ଏମିତିକି ସରକାର ଯଦି ଏଭଳି ନିଷ୍ପତ୍ତି ଲାଗୁ କରନ୍ତି ତାହେଲେ ବାଧ୍ୟ ହୋଇ ଉଭୟ ସଂଘ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ବି ଦେଇଛନ୍ତି।

Advertisment

ବିବାଦରେ ପୋଲିସକୁ ଗାଡି-ମୋଟର ଚେକିଂ ଓ ଜରିମାନା କ୍ଷମତା ପ୍ରସ୍ତାବ । ଉଭୟ ବସ ଓ ଟ୍ରକ ମାଲିକ ସଂଘର ତୀବ୍ର ବିରୋଧ । ନିଷ୍ପତ୍ତି ଲାଗୁ ହେଲେ ଆନ୍ଦୋଳନ ଚେତାବନୀ। ରାଜ୍ୟ ଘରୋଇ ବସ ମାଲିକ ସଂଘ ଏବଂ ଓଡିଶା ରାଜ୍ୟ ଟ୍ରକ ମାଲିକ ଫେଡେରେସନ ମିଳିତ ଭାବେ ପ୍ରେସମିଟ୍ କରି ପରିବହନ ବିଭାଗର ଏଭଳି ପ୍ରସ୍ତାବର ଦୃଢ଼ ବିରୋଧ କରିଛନ୍ତି। କହିଛନ୍ତି ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଗାଡ଼ି ଚାଳକ ବହୁ ଅସୁବିଧାରେ ପଡ଼ିବେ, ପୋଲିସ ବେଆଇନ୍ ଚାଲାଣ କାଟିବାର ନଜିର ଥିବାରୁ ଜୁଲମ ବଢ଼ିବ। ସାଧାରଣ ଲୋକଙ୍କ ସହ ଟ୍ରକ୍ ଓ ବସ ମାଲିକ ମଧ୍ୟ ପୋଲିସ ଆକ୍ରୋଶର ଶିକାର ହେବାର ଆଶଙ୍କା ରହିଛି। ପୋଲିସ ଆଇନଶୃଙ୍ଖଳା କାମ କରୁ, ପରିବହନ ବିଭାଗକୁ ତା କାମ କରିବାକୁ ଦିଆଯାଉ। ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ କହି ଯଦି ସରକାର ଏଭଳି ବିବାଦୀୟ ନିଷ୍ପତ୍ତି ଲାଗୁ କରନ୍ତି ତାହେଲେ ଆଗାମୀ ଦିନରେ ଉଭୟ ସଂଘ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବି ରୋକଠୋକ୍‌ ଶୁଣାଇଦେଇଛନ୍ତି।

ଅଧିକ ପଢନ୍ତୁ: କାଜୁ ଜଙ୍ଗଲରେ ପିଟି ପିଟି ମାରିବା ପରେ ହୋଇଥିଲା ଫେରାର୍

ଏପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ବି ମତ ପୋଲିସକୁ କ୍ଷମତା ଦେଲେ, ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିବ। ମାସାନି କମିଶନ ନିଜ ରିପୋର୍ଟରେ କହିଛନ୍ତି, ପୋଲିସଠୁ କ୍ଷମତା ଆଣି ପରିବହନ ବିଭାଗକୁ ଦେବାକୁ। ଯଦି ସବୁ କ୍ଷମତା ପୋଲିସକୁ ଦିଆଯିବ, ପୋଲିସ ତା କାମ ଠିକରେ କରି ପାରିବ ନାହିଁ। କେବଳ ଜରିମାନା ଆଦାୟ କଲେ ଦୁର୍ଘଟଣା କମିବନି ବରଂ ଏଥିପାଇଁ ପରିବହନ ବିଭାଗକୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଦରକାର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ।

Advertisment

ପରିବହନ ବିଭାଗର ଗତ 30 ତାରିଖର ଚିଠି ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ଏହାର ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛି। ଏବେ ଉଭୟ ବସ୍ ଓ ଟ୍ରକ୍ ମାଲିକ ସଂଘ ମିଳିତ ଭାବେ ପରିବହନ ବିଭାଗର ପ୍ରସ୍ତାବ ଉପରେ ଯୁଦ୍ଧଂଦେହି ଡାକରା ଦେଇଥିବାରୁ ସରକାର କି ନିଷ୍ପତ୍ତି ନେଉଛନ୍ତି ଏବେ ତା ଉପରେ ନଜର।

Police Private Bus Owners' Association Odisha Bus Owners
Advertisment
Related Articles
Advertisment