Advertisment

Cuttack Rail Station: ନୂଆ ରୂପରେ, ନୂଆ ରଙ୍ଗରେ; କଟକ ରେଳ ଷ୍ଟେସନ ଲାଗୁଛି ଏୟାରପୋର୍ଟ...

ସଜେଇ ହେଲାଣି କଟକ ରେଳ ଷ୍ଟେସନ। ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ସୁବିଧା। ଆରାମଦାୟକ ଚେୟାର, ଶୀତତାପ ନିୟନ୍ତ୍ରିତ ବିଶ୍ରାମାଗାର।

author-image
Sujit kumar Swain
undefined

Cuttack Rail Station

ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ। ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଏଇ ଷ୍ଟେସନର ପ୍ଲାଟଫର୍ମ। ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆସନ୍ତାକାଲି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସନ୍ତାକାଲି ଏ ନୂଆ ଗେଟର ଉଦ୍ଘାଟନ କରିବେ।

Advertisment

ନୂଆ ରୂପରେ, ନୂଆ ରଙ୍ଗରେ। ସଜେଇ ହେଲାଣି କଟକ ରେଳ ଷ୍ଟେସନ। ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ସୁବିଧା। ଆରାମଦାୟକ ଚେୟାର, ଶୀତତାପ ନିୟନ୍ତ୍ରିତ ବିଶ୍ରାମାଗାର। ତା ସାଙ୍ଗକୁ ଚକାଚକ୍ ଟଏଲେଟ୍ ଏବଂ ଷ୍ଟେସନ ପରିସରରେ ହିଁ ଫୁଡ୍ ଟ୍ରାକ୍। କଟକ ରେଳ ଷ୍ଟେସନର ଇଏ ନୂଆ ରୂପ। କାନ୍ଥରେ ଓଡ଼ିଆ କଳା ସଂସ୍କୃତିର ଝଲକ୍। ଶିଖରପୁର ପଟ ୩ ନମ୍ବର୍ ଗେଟ୍ ଏବେ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି। ଯାହା ଷ୍ଟେସନକୁ ସିଧାସଳଖ ଜାତୀୟ ରାଜପଥ ସହ ଯୋଡୁଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ଷ୍ଟେସନରୁ ଓହ୍ଲାଇ ସିଧା ସଳଖ ରାଜପଥରୁ ବସ୍ ଧରି ପାରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ଅଧିକ ପଢନ୍ତୁ: କଠୋର ହେଲେ ସରକାର, ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳତା

ଅତ୍ୟାଧୁନିକ ପ୍ଲାଟଫର୍ମରେ ସାଧାରଣ ଯାତ୍ରୀଙ୍କ ପାଇଁ ୪ଟି ଟିକେଟ କାଉଣ୍ଟର ଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ସ୍ବତନ୍ତ୍ର କାଉଣ୍ଟର। ଷ୍ଟେସନ ପରିସରରେ ଅତ୍ୟାଧୁନିକ ଲିଫ୍ଟ୍ ସହ ଏସ୍କାଲେଟର ସୁବିଧା ରହିଛି। ଟ୍ରେନ୍ ସଂପର୍କିତ ସଠିକ୍ ବିବରଣୀ ଦେବାକୁ ଠା'କୁ ଠା' ଲାଗିଛି ଏଲଇଡି ଡିସପ୍ଲେ। ଖାଲି ସେତିକି ନୁହେଁ, ଷ୍ଟେସନ ଭିତରେ ହିଁ ରହିଛି ମେଡ଼ିସିନ୍ ଷ୍ଟୋର। ତିନି ନମ୍ବର୍ ଗେଟ୍ ଭିତର ଅଞ୍ଚଳରେ ସେଣ୍ଟ୍ରାଲ ଏସିର ବ୍ୟବସ୍ଥା ହୋଇଛି। ଏଠାରେ ଏକାଥରକେ ବସିପାରିବେ ୫ ଶହ ଯାତ୍ରୀ। ସେହିପରି ପାର୍କିଂ ଲାଗି ମଧ୍ୟ ପର୍ଯ୍ୟାପ୍ତ ସ୍ଥାନ ରହିଛି। ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସରରେ ଲାଗିଛି ସିସିଟିଭି। ଅନ୍ୟପଟେ ଷ୍ଟେସନକୁ ଅପରିଷ୍କାର କଲେ ଫାଇନ୍ ବ୍ୟବସ୍ଥା ବି କରାଯାଇଛି। ଏଣେତେଣେ ଆବର୍ଜନା ପକାଇଲେ ୨୦୦ ଟଙ୍କା, ଛେପ ପକାଇଲେ ୩୦୦ ଏବଂ ପରିସ୍ରା କଲେ ୪୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା। ଧୂମ୍ରପାନ କଲେ ୨୦୦ ଟଙ୍କା ଏବଂ କାନ୍ଥ ଖରାପ କଲେ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

Advertisment

କଟକ ରେଳ ଷ୍ଟେସନକୁ ଜାତୀୟ ରାଜପଥ ସହ ସଂଯୋଗ କରାଯାଇ ଏକ ନୂଆ ଢାଞ୍ଚାରେ ନିର୍ମାଣ ପାଇଁ ୨୦୨୧ରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାମ। ୧୫ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ପାଇଁ ଶିଖରପୁର ପଟୁ କିଛି ସାଧାରଣ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ଏବେ ପରିକଳ୍ପନା ବାସ୍ତବ ରୂପ ନେଇଛି।

ଅଧିକ ପଢନ୍ତୁ: ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦ ହଜାରରୁ ଅଧିକ ...

Cuttack
Advertisment
Advertisment