• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

ଅଜବ ଏ ପ୍ରେମ। ପତ୍ନୀ ଓ ପିଲାଛୁଅ ଅଛନ୍ତି। ତଥାପି ମାଟ୍ରିମୋନିରେ ବିବାହ ପାଇଁ ଜାଲ ବିଛାଉଥିଲେ। ଆଉ ସେହି ଜାଲରେ ଯିଏ ଫସି ଯାଉଥିଲା, ତାକୁ ତଳିତଳାନ୍ତ କରିଦେଉଥିଲା। ସିଏ ସାଧାରଣତଃ ସ୍ୱାମୀ ପରିତ୍ୟକ୍ତା, ବିଧବା ବା ସିଙ୍ଗଲ୍‌ ଚାଇଲ୍‌ଡଙ୍କୁ ଟାର୍ଗେଟ କରୁଥିଲେ। ଆଜି ଏପରି ଏକ ଠକକୁ ଧରିଛି ଭୁବନେଶ୍ୱର କମିସନରେଟ୍‌ ପୋଲିସ୍‌। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମହାଠକ ହେଉଛି ଦୀପ୍ତିରଞ୍ଜନ ପଟ୍ଟନାୟକ। ତାଙ୍କ ବାପାଙ୍କର ରାଜଧାନୀ ଭୁବନେଶ୍ୱରରେ ରହିଛି ଏକ ଇଞ୍ଜିନିୟରିଂ କଲେଜ। ସେ ବିବାହିତ। ପତ୍ନୀ ଓ ୩ ପିଲାଙ୍କ ବାପ। ତଥାପି ସେ ବିବାହ ପାଇଁ ମେଟ୍ରିମୋନି ସାଇଟ୍‌ରେ ବିବାହ ପାଇଁ ବିଜ୍ଞାପନ ଦେଉଛନ୍ତି। ଆଉ ଯୁବତୀଙ୍କୁ ପ୍ରେମରେ ଫସାଇ ଠକୁଛନ୍ତି। ତାଙ୍କ ପ୍ରେମ ଜାଲରେ ଫସିଥିଲେ ରେଶ୍ମା(ଛଦ୍ମନାମ)। ପ୍ରଥମ ଦେଖାରେ ରେଶ୍ମାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଦୀପ୍ତିରଞ୍ଜନ। ପରବର୍ତ୍ତୀ ସମୟରେ ନିଜ ପରିବାର ଲୋକଙ୍କ ସହିତ ଦୀପ୍ତିଙ୍କ ଦେଖାସାକ୍ଷାତ କରାଇଥିଲେ ରେଶ୍ମା। ଏପରିକି ନିଜ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରାଇଦେଇଥିଲେ ଦୀପ୍ତିରଞ୍ଜନ। ପରିବାର ଲୋକଙ୍କୁ ନିଜର ମାସିକ ଇନ୍‌କମ୍‌ ୩୦ ଲକ୍ଷ ଟଙ୍କା ବୋଲି ଦୀପ୍ତି କହିଥିଲେ। ତା’ପରେ ପରିବାର ଲୋକ ବିବାହ ପାଇଁ ସମ୍ମତି ଜଣାଇଥିଲେ।

ହେଲେ ନିଜର ପୂର୍ବ ମ୍ୟାରେଜ ସମ୍ପର୍କରେ ଗୁପ୍ତ ରଖିଥିଲେ ଦୀପ୍ତି। ସେ ନିଜ ପ୍ରେମିକା ବା ପ୍ରେମିକାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିନଥିଲେ। ତେଣୁ ରେଶ୍ମା କିମ୍ୱା ତାଙ୍କ ପରିବାର ଲୋକ ଦୀପ୍ତିଙ୍କ ବିବାହ ବିଷୟରେ କିଛି ଜାଣିନଥିଲେ। ବିବାହ ନେଇ ପରିବାର ଲୋକ ସହମତି ପ୍ରକାଶ କରିବା ପରେ ଉଭୟ ଏକାଠି ବୁଲୁଥିଲେ। ନୂଆ ଏକ ଦୁନିଆରେ ଘୁରୀ ବୁଲୁଥିଲେ। ପ୍ରେମରେ ଉବୁଟୁବୁ ହେଉଥିଲେ। ଦୁଇ ମାସ ତଳେ ମୋବାଇଲ୍‌ କିଣିବା ପାଇଁ ଦୀପ୍ତି ଟଙ୍କା ମାଗିଥିଲେ। ପ୍ରଥମେ ମନା କରିଥିଲେ ରେଶ୍ମା। ପରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ମୋବାଇଲ୍‌ କିଣିବା ପାଇଁ ଦେଇଥିଲେ। ମୋବାଇଲ୍‌ କିଣି ଦୀପ୍ତି ଟ୍ରେଡିଂ କରୁଥିବା ସେ କହିଥିଲେ। ଏମିତି ବିଭିନ୍ନ ସମୟରେ ଟଙ୍କା ମାଗୁଥିଲେ ଓ ରେଶ୍ମା ଦେଉଥିଲେ ଟଙ୍କା। ଅଭିଯୋଗ ଅନୁସାରେ ୩ ଲକ୍ଷରୁ ଅଧିକ ଟଙ୍କା ଦେଇଥିବା ପୀଡ଼ିତା କହିଥିଲେ।

ସମୟ ଗଡ଼ି ଚାଲିଲା। ହେଲେ ବିବାହ ନେଇ ଦୀପ୍ତି ଆଗକୁ ବଢ଼ିଲେ ନାହିଁ। ଯେଉଁଥିପାଇଁ ରେଶ୍ମାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଦିନେ ରେଶ୍ମା ଓ ତାଙ୍କ ପରିବାର ଲୋକ ଦୀପ୍ତିଙ୍କ ଘରକୁ ଯାଇଥିଲେ। ସେଠାକୁ ଗଲା ପରେ ଦୀପ୍ତିଙ୍କ ଠକାମୀ ପେଡି ଖୋଲିଥିଲା। ତା’ପରେ ସେ(ରେଶ୍ମା) ଦୀପ୍ତିଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଘାଣ୍ଟିଥିଲେ। ଆଉ ସେଇଥିରୁ ମିଳିଥିଲା ଦୀପ୍ତିଙ୍କ ଠକାମୀର ପୂରା ତଥ୍ୟ। ଦୀପ୍ତି ଜଣେ ପେଶାଦାର ଠକ ବୋଲି ଜାଣିବାକୁ ପାଇଥିଲେ ରେଶ୍ମା। ସେ ଏମିତି ଅନେକ ଝିଅଙ୍କୁ ବିବାହ ପ୍ରସ୍ତାବ ଦେଇ ଠକୁଥିବା ଅଭିଯୋଗ ହୋଇଥିଲା।

ଠକାମୀର ଶିକାର ହୋଇଥିବା ଝିଅଙ୍କ ସହିତ କଥା ହେଲେ ରେଶ୍ମା। ଆଉ ଜାଣିଥିଲେ ଦୀପ୍ତିଙ୍କ ଠକାମୀ ସମ୍ପର୍କରେ। ତା’ପରେ ସେ ଦୀପ୍ତିଙ୍କଠାରୁ ଦୂରେଇଯିବାକୁ ଚାହିଁଥିଲେ। ହେଲେ ସୋମବାର ରାତିରେ ରେଶ୍ମାଙ୍କ ଘରକୁ ଯାଇଥିଲେ ଦୀପ୍ତି। ସେହି ସମୟରେ ନିଜ ପତ୍ନୀ ଓ ପିଲାପିଲିଙ୍କ ସମ୍ପର୍କରେ ପଚାରିଥିଲେ ରେଶ୍ମା। ଏକଥା ଶୁଣିବା ପରେ ଚିହିଁକି ଉଠିଥିଲେ ଦୀପ୍ତି। ଆଉ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ରେଶ୍ମା କମିସନ୍‌ରେଟ୍‌ ପୋଲିସ୍‌କୁ ସୂଚନା ଦେଇଥିଲେ। କମିସନ୍‌ରେଟ ପୋଲିସ ତାଙ୍କୁ ଉଠାଇ ଆଣି ପଚରାଉରା କରିଥିଲା। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୀଡ଼ିତା କହିଛନ୍ତି, ଦୀପ୍ତିରଞ୍ଜନ ପଟ୍ଟନାୟକ ଏକାଧିକ ଯୁବତୀଙ୍କ ସହିତ ସମ୍ପର୍କ ରଖିଛନ୍ତି। ତାଙ୍କ ମୋବାଇଲ୍‌ ଚାଟିଂରୁ ଦେଖିଛି। ଏକରିକି କିଛି ଯୁବତୀଙ୍କ ଫଟୋ ମଧ୍ୟ ଦେଖିଛି। ଦୁଇ ଜଣ ଯୁବତୀଙ୍କ ସହିତ କଥା ହୋଇଛି। ଦୀପ୍ତିଙ୍କୁ ଥାନାକୁ ଆଣିବା ପରେ ପୋଲିସ୍‌ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତାଙ୍କ ନାଁରେ ପୂର୍ବରୁ ଠକେଇ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍‌ ମାମଲା ରହିଥିବା ପୋଲିସ କହିଥିଲା। କେବଳ ସେତିକି ନୁହେଁ, ସିଏ ଜାଗା କିଣା ବିକାରେ ଫ୍ରଡ୍‌ କରିଥିବାର ଅଭିଯୋଗ ରହିଛି। ଡିଭର୍ସ ଲେଡି ଓ ସିଙ୍ଗଲ୍‌ ଚାଇଲ୍‌ଡଙ୍କୁ ଟାର୍ଗେଟ କରି ଫସାଉଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now