Advertisment

Crop Loss Assessment: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ, DBTରେ ମିଳିବ ସହାୟତା

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଅଦ୍ୟତନ ହୋଇଛି
undefined

Crop Loss

Advertisment

ଉଜୁଡ଼ା ଫସଲ ଦେଖି ମନଉଣା କରିଥିବା ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ତତ୍ପର ହେଲେ ମୋହନ ସରକାର। ଧାନ ଚାଷୀଠୁ ପରିବା ଚାଷୀ, ବୀମାଭୁକ୍ତ ଚାଷୀଠୁ ବୀମା କରିନଥିବା ଚାଷୀ, ୩୦ ସୁଦ୍ଧା ସବୁ ଚାଷୀଙ୍କ ଫସଲହାନୀର ଆକଳନ ପରେ ଡିବିଟି ଜରିଆରେ କ୍ଷତିପୂରଣର ଘୋଷଣା କରିଛନ୍ତି। ପଂଜିକୃତ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତିର ସୂଚନା କୃଷି ରକ୍ଷକ ଆପ୍‌ କିମ୍ବା ଟୋଲ୍ ଫ୍ରି ନମ୍ବରରେ ଜଣାଇବାକୁ ଚାଷୀଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣେ ଉଜୁଡ଼ା ଫସଲକୁ ନେଇ ଆଶା ଆଶଙ୍କାରେ ଚାଷୀ।

Advertisment

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କାଲି ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ପଞ୍ଜିକରଣ ପାଇଁ ଆହ୍ବାନ କରିଛନ୍ତି। ଏହାପରେ ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନ ବ୍ୟତୀତ ଅନ୍ୟାନ୍ୟ ଫସଲହାନୀ ପାଇଁ ବି ଦିଆଯିବ କ୍ଷତିପୂରଣ। ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀ ବୀମା କରିଥିଲେ କିମ୍ବା ନକରିଥିଲେ ବି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ପାଇବେ। ଇତିମଧ୍ୟରେ ରାଜ୍ୟର ୧ ଲକ୍ଷ ୨୬ ହଜାର ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀ ଆବେଦନ କରିସାରିଲେଣି। ଆସନ୍ତାକାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀଙ୍କୁ ପଞ୍ଜିକରଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

କ୍ଷତିଗ୍ରସ୍ତ ଚାଷୀ କୃଷି ରକ୍ଷକ ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର ୧୪୪୪୭କୁ କଲ୍ କରି ନିଜ ଫସଲହାନୀ ସଂପର୍କରେ ସୂଚନା ଦେଇପାରିବେ। ଏହାପରେ ଚଳିତ ମାସ ୨୦ରୁ ୨୮ ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ଡାଇରେକ୍ଟ ବେନେଫିଟ ଟ୍ରାନସଫର୍-DBT ଜରିଆରେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବାଲେଶ୍ବରରୁ ବଲାଙ୍ଗିର ହେଉ କିମ୍ବା ମାଲକାନଗିରିରୁ ମୟୁରଭଞ୍ଜ ହେଉ। ଗତ ପ୍ରାୟ ୧୦ ଦିନ ଭିତରେ ପଛକୁ ପଛ ଦୁଇ ଦୁଇଟି ଲଗାଣ ବର୍ଷା ରାଜ୍ୟବ୍ୟାପି ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ।ମକା ସହ ପନିପରିବା, ଅର୍ଥକାରୀ ପାନ ଚାଷ। ଏସବୁକୁ ବି ବର୍ବାଦ କରିଛି ବର୍ଷା। ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ହେକ୍ଟର ହେକ୍ଟର ମକା ଫସଲ ନଷ୍ଟ ହୋଇଛି। କର୍ଣ୍ଣଳି, ନଳବଣ୍ଟା, ନୁଆଁଗାଁ, ପଢାଳ, ଜୟପୁର ଓ କେନ୍ଦୁପଦର ଆଦି ଗାଁରେ ଉଜୁଡ଼ିଯାଇଛି ସବୁକିଛି। ସେହିପରି ଭଦ୍ରକ ଧାମନଗର ବ୍ଲକରେ ଏବେ ବି ବର୍ଷା ପାଣିରେ ବରଜରେ ପାନ ଭାସୁଛି। ଫଳରେ ଧାର କରଜ କରି ପାନ ଚାଷ କରିଥିବା ଚାଷୀଙ୍କୁ ଘାରିଛି ଗୁଜୁରାଣ ଚିନ୍ତା।

Advertisment

ନୟାଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ପାଣିରୁ ଅମଳ ଧାନକୁ ଛାଣୁଛନ୍ତି ଚାଷୀ। କିନ୍ତୁ ଲାଭ ବା କ’ଣ, ସବୁକିଛି ଗଜା ହୋଇଯାଇଛି। ରଣପୁର ବ୍ଲକର ୩୭ଟି ପଞ୍ଚାୟତ ଓ NAC ଅଞ୍ଚଳରେ ଏବେ ଏଭଳି ଦୁର୍ଦ୍ଦଶା ଭାଙ୍ଗିଦେଇଛି ଚାଷୀଙ୍କ ଅଣ୍ଟା। ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଗଜା ହେଲାଣି ଅମଳ ଧାନ, ଶୁଖିବାର ନାଁ ଧରୁନି ବର୍ଷକର ଦାନାପାଣି। ଫଳରେ ମଣ୍ଡିରେ ବିକ୍ରିବଟାକୁ ନେଇ ଟେନସନରେ ଚାଷୀ।

Crop Loss Odisha CM Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ