• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

BMWରେ ଆସୁଛନ୍ତି । ରାସ୍ତାକଡ଼ରେ ଦହିବରା ବିକୁଛନ୍ତି । ଆଉ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଖାଲି ଦହିବରା ନୁହେଁ ଶର୍ମା ଜୀ ଚାଟୱାଲା ନାମରେ ମଧ୍ୟ ବେଶ ଜଣାଶୁଣା ଏହି କୋଟିପତି ବ୍ରବସାୟୀ । ଦିଲ୍ଲୀର ନେହେରୁ ପ୍ଲେସ୍‌ ନିକଟରେ ଶର୍ମାଜୀଙ୍କ ଏହି ଦୋକାନ । ଯାହାର ସ୍ୱାଦ ବେଶ୍‌ ଭଲଥିବାରୁ ସେଠି ବେଶ୍‌ ଜଣାଶୁଣା ।

ଦହିବରା ବ୍ୟବସାୟୀ ଶର୍ମା ଜୀ ଦୀର୍ଘ ଦିନ ଧରି ନିଜର ବ୍ୟବସାୟ କରିଆସୁଛନ୍ତି । ଶର୍ମା ଜୀଙ୍କ ଏହି ବ୍ୟବସାୟର ଯାତ୍ରା ଟିକେ ଅଲଗା । ପ୍ରଥମେ ଚାଟ୍‌ ଓ ପରେ ଦହିବରା ବିକ୍ରି ସେ କୋଟିପତି ହୋଇପାରିଛନ୍ତି । ଆଉ ଏହା ପଛରେ ରହିଛି ତାଙ୍କର କଠିନ ପରିଶ୍ରମ । ଏବେ ସେ କୋଟିପତି ଦହିବରା ବାଲା ଭାବେ ବେଶ୍‌ ଜଣାଶୁଣା । ଶର୍ମା ଜୀଙ୍କ ସେପରି କୌଣସି ସ୍ଥାୟୀ ଦୋକାନ ନାହିଁ । ସେ ନିଜର BMW କାର୍‌ରେ ଆସି ଦିଲ୍ଲୀର ନେହେରୁ ପ୍ଲେସ୍‌ ନିକଟ ରାସ୍ତାକାଡ଼ରେ ଦହିବରା ବିକ୍ରି କରନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Neeraj Koli || Delhi (@bhookhasher1)

ବର୍ତ୍ତମାନ ସୋସିଆଲ ମିଡିଆରେ ଶର୍ମା ଜୀଙ୍କ ଦହିବରା ଦୋକାନର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାର ଲାଗିଛି । ନିଜେ ଶର୍ମା ଜୀ BMWରେ ଆସି କାର୍‌ର ଡିକିରୁ ସମସ୍ତ ଦୋକାନ ସାମଗ୍ରୀ ବାହାର କରିବା ସହ ଦୋକାନକୁ ସୁନ୍ଦର ଭାବେ ସଜାଡ଼ି ଗ୍ରାହକଙ୍କୁ ଦହିବରା ପରସୁଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

ସଳଚନା ଅନୁସାରେ ଏହି ବ୍ୟବସାୟ ୧୯୮୯ ମସିହାରୁ ମୁକେଶ କୁମାର ଶର୍ମା କରିଆସୁଛନ୍ତି । ସେ କହିଛନ୍ତି ଲୋକଙ୍କ ପାଇଁ ସେ ନିଜେ ସବୁକିଛି କରନ୍ତି । ଦହିବରା ଓ ଚାଟ୍‌ରେ ବ୍ୟବହାର କରାଯାଉଥିବାଏ ମସଲା ସେ ନିଜେ ତିଆରିକରନ୍ତି । ପୂର୍ବରୁ ଦହିବରା ପ୍ଲେଟ୍‌ ୨ଟଙ୍କାରେ ବିକ୍ରି ହେଉଥିଲା କିନ୍ତୁ ଏବେ ୪୦ ଟଙ୍କାରେ ବିକ୍ରି କରାଯାଉଛି ।