Advertisment

Rahul Gandhi Visits Odisha: କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ସମାବେଶ; ଭୁବନେଶ୍ବରରେ ରାହୁଲ ଗାନ୍ଧି…

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାହୁଲ ଗାନ୍ଧି । ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ।

author-image
Sujit kumar Swain
Rahul Gandhi Visits Odisha

Rahul Gandhi Visits Odisha

ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ମହାସମାବେଶରେ ଯୋଗଦେବେଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ରାହୁଲ ଗାନ୍ଧି ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ

Advertisment

ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛିରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଟାର୍ଗେଟ୍ କରିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣିରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ନେତା ଓ କର୍ମୀମାନେ ଆଶା ରଖିଛନ୍ତିତାଙ୍କର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ

ସମାବେଶକୁ ସଫଳ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ଯୁବ ଓ ଛାତ୍ର କଂଗ୍ରେସ ମଧ୍ୟ ସମସ୍ତ ବଳ ଖଟାଇଛନ୍ତିରାହୁଲଙ୍କୁ ସ୍ବାଗତ ପାଇଁ ସହରର କୋଣ ଅନୁକୋଣରେ ପୋଷ୍ଟର, ବ୍ୟାନର୍ ଛାଇଯାଇଛିସଭାସ୍ଥଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛିରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସିଛନ୍ତି

Advertisment

ଏପଟେ କଂଗ୍ରେସ ଉପରେ ବର୍ଷିଲା ବିଜେପିଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନପ୍ରେସମିଟରେ ବିଜେପି କହିଛି, କଂଗ୍ରେସ ଆକ୍ଷେପ ଦର୍ଶାଉଛି ରାଜ୍ୟରେ କଂଗ୍ରେସ ଆଜି ବି ହତାଶା ଭିତରେ ରହିଛିସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛିକଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନଏଥିସହ ବିଜେପି ଅଭିଯୋଗ କରିଛି, ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସତାଙ୍କ ଦଳରେ ଅଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁନେହେରୁଙ୍କ ସମୟରେ ବାପା-ଝିଅ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମାଆ, ପୁଅ ଓ ଏବେ ମାଆ-ପୁଅ-ଝିଅ-ଜ୍ୱାଇଁଙ୍କ ଦଳ ହେଇକି ଅଛିଅନ୍ୟ ସମସ୍ତେ ଆୟ ରାମ ଗୟା ରାମଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ବିଧାନକୁ ସଂଶୋଧନ କରିଥିଲାକଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ଓଡିଶା ମାଟିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁଲ୍ ମାଗନ୍ତୁ ବୋଲି ବିଜେପି କହିଛିଅନ୍ୟପଟେ ବିଜେପିର ଅଭିଯୋଗ ଉପରେ କଂଗ୍ରେସର ପ୍ରତିକ୍ରିୟା ମିଳି ପାରିନି

ଅଧିକ ପଢ଼ନ୍ତୁ : କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି ?

Rahul Gandhi Congress Rahul Gandhi
Advertisment
Advertisment