/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749528055.jpg)
Man Stabs Lover
ବେଙ୍ଗାଲୁରୁର ଏକ OYO ହୋଟେଲ ରୁମରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ବିବାହିତା ପ୍ରେମିକାକୁ 17 ଥର ଛୁରୀ ଭୁସି ହତ୍ୟା କରିଛି ପ୍ରେମିକ । ଲୁଚାଛପା ପ୍ରେମ ଆଉ ଆଗକୁ ଚାଲି ପାରିବନି କହିବାରୁ ପ୍ରେମିକ ନେଇଛି ପ୍ରେମିକା ଜୀବନ । ହତ୍ୟାକାଣ୍ଡର ଦୁଇ ଦିନ ପରେ ପର୍ଦ୍ଦାଫାସ କରିଛି ପୋଲିସ । ମୃତ ମହିଳା ଜଣକ ହେଉଛନ୍ତି 33 ବର୍ଷୀୟା ହରିଣୀ ଏବଂ ତାଙ୍କ ପ୍ରେମିକ 25 ବର୍ଷୀୟ ଟେକ୍ନିସିଆନ ଯଶାସ । ଉଭୟ ପଞ୍ଚିମ ବେଙ୍ଗାଲୁରୁ ଉପକଣ୍ଠ କଙ୍ଗେରିର ବାସିନ୍ଦା । ହରିଣୀ ବିବାହିତ ଥିବାବେଳେ ତାଙ୍କର 2ଟି ଛୁଆ ବି ଅଛନ୍ତି ।
ଜୁନ୍ 6 ରାତିରେ ସୁବ୍ରମଣ୍ୟପୁର ପୋଲିସ ଷ୍ଟେସନକୁ ଏକ ହତ୍ୟା ଅଭିଯୋଗ ଆସିଥିଲା । ପୂର୍ଣ୍ଣ ପ୍ରଜ୍ଞା ଲେଆଉଟରେ ଏକ OYO ହୋଟେଲ ରୁମରେ ହତ୍ୟାକାଣ୍ଡ ହୋଇଥିବା ନେଇ ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତ ଯଶାସ ନିକଟରେ ପହଞ୍ଚିଥିଲା । ଡିସିପି ଲୋକେଶ ବି ଜଗଲାସରଙ୍କ କହିବା ଅନୁସାରେ, ହରିଣୀ ଓ ଯଶାସ ଜୁନ୍ 6 ଓ 7 ରାତିରେ OYO ରୁମରେ ଥିଲେ । ଏହି ସମୟରେ ହରିଣୀ ଯଶାସଙ୍କୁ ଆଗକୁ ସମ୍ପର୍କ ରଖିବାକୁ ମନା କରି ଦେଇଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ପାରିବାରିକ ସମସ୍ୟା ସୃଷ୍ଟି କରୁଛି । ତେଣୁ ଯଶାସଙ୍କୁ ଦୂରେଇ ରହିବାକୁ କହିଥିଲେ ହରିଣୀ ।
ଅଧିକ ପଢନ୍ତୁ : ହନିମୁନ ଟ୍ରିପ୍ରେ ସ୍ୱାମୀକୁ ହତ୍ୟା ଘଟଣାର ବଡ଼ ଖୁଲାସା : ସ୍ତ୍ରୀ ଦେଇଥିଲା ସୁପାରୀ, ଏମିତି ରଚିଥିଲା ଷଡଯନ୍ତ୍ର...
ଏଥିରେ ଉତ୍ତ୍ୟକ୍ତ ହୋଇ ହରିଣୀଙ୍କୁ ସବୁଦିନ ପାଇଁ ସଫା କରିଦେବାକୁ ପ୍ଲାନ୍ କରିଥିଲା ଯଶାସ। ସେହି ହୋଟେଲରେ ହିଁ ହରିଣୀଙ୍କୁ 17 ଥର ଛୁରୀ ଭୁସି ହତ୍ୟା କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ହରିଣୀଙ୍କ ମୃତ୍ୟୁ ହେବା ପରେ ସେଠାରୁ ଫେରାର୍ ହୋଇ ଯାଇଥିଲା ଯଶାସ । ଖବର ପାଇ ପୋଲିସ ମୃତଦେହ ଜବତ କରିବା ପରେ ହତ୍ୟା ପଛର କାରଣ ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)