Advertisment

Body Disappears : ଦଶାହ କ୍ରିୟା ପୂର୍ବରୁ ଶ୍ମଶାନରୁ ଗାଏବ ହୋଇଗଲା ଶବ

ଦଶ ଦିନ ତଳେ ମୃତ୍ୟୁପରେ ମାଆର ଶବ ପୋତିଥିଲା ପୁଅ । ହେଲେ ଦଶାହ କର୍ମ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ଶ୍ମଶାନକୁ ଯାଇ ଶବ ଗାଏବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ପୁଅ ।

 ମଶାଣିରୁ ଶବ ଚୋରି ।

ମଶାଣିରୁ ଶବ ଚୋରି ।

Advertisment

ଦଶ ଦିନ ତଳେ ମୃତ୍ୟୁପରେ ମାଆର ଶବ ପୋତିଥିଲା ପୁଅ । ହେଲେ ଦଶାହ କର୍ମ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ଶ୍ମଶାନକୁ ଯାଇ ଶବ ଗାଏବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ପୁଅ । ମୃତ୍ୟର ଦଶ ଦିନରେ ଦଶାହ କ୍ରିୟା ପାଇଁ ଯିବା ବେଳେ ସମାଧି ଖୋଳା ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ ପରିବାର ଲୋକେ ।

Advertisment

ତେବେ ଏହି ଘଟଣା ନୂଆ ନୁହେଁ , ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଶବ ଚୋରି ଅଭିଯୋଗ ହୋଇଥିଲା । ତେବେ ଏହା ପଛରେ ତନ୍ତ୍ର ମନ୍ତ୍ର ,ନା କଙ୍କାଳ ତସ୍କରି ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଭଦ୍ରକର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ମଣିନାଥପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଅଭିଯୋଗ ଅନୁଯାୟୀ ମଣିନାଥପୁର ଗ୍ରାମର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ୫୨ ବର୍ଷୀୟା ରୁକ୍ମଣୀ ସାମଲଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ମୃତଦେହକୁ ଗାଁ ପାଖ ବୈତରଣୀ ନଦୀ ନିକଟରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନରେ ପାରମ୍ପରିକ ରୀତି ଅନୁଯାୟୀ ଗାତ ଖୋଳି ପୋତି ଦେଇଥିଲେ।

Advertisment

ତେବେ ମାଆଙ୍କ ଦଶାହ କର୍ମ ପାଇଁ ଆବଶ୍ୟକୀୟ ଦୀପ ନେଇ ଶବ ପୋତାଯାଇଥିବା ବୈତରଣୀ ନଦୀ ନିକଟସ୍ଥ ସ୍ଵର୍ଗଦ୍ଵାର ଶ୍ମଶାନକୁ ଯାଇଥିଲେ ପୁଅ ତାପସ ଓ ସମ୍ପର୍କୀୟ । ସେଠାରେ ତାପସ ଏବଂ ସମ୍ପର୍କୀୟ ମାଆଙ୍କ ଶବ ପୋତା ଯାଇଥିବା ସ୍ଥାନ ଖୋଳା ଯାଇଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସମ୍ପର୍କୀୟ ଓ ଗାଁ ଲୋକେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ଶବ ମିଳି ନଥିଲା । ତେବେ ଶବ ପୋତା ଯାଇଥିବା ସ୍ଥାନରେ ମଦ ବୋତଲ ଏବଂ ପାଣି ବୋତଲ ପଡ଼ିଥିବା ବେଳେ ଗାତ ପାଖରୁ ଶବଟିକୁ ଘୋଷାରି ଘୋଷାରି ନେଇଥିବା ଚିହ୍ନ ଦେଖିବା ପାଇଁ ମିଳିଛି । ଶବ ନଥିଲେ ମଧ୍ୟ ଶବ ସହ ଅଣାଯାଇଥିବା କୋକେଇ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି ।

Advertisment

ଏହି ଘଟଣା ପଛରେ ସ୍ଥାନୀୟ ଲୋକେ ତନ୍ତ୍ର ମନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ ସନ୍ଦେହ କରିଛନ୍ତି । ଏହି ଅଞ୍ଚଳରୁ ଦୁଇ ବର୍ଷରେ ପ୍ରାୟ ୪ଟି ଶବ ଗାଏବ ହୋଇଥିବା କହିଛନ୍ତି ଗ୍ରାମବାସୀ । ତେଣୁ ଏହା ପଛରେ ଏକ ରାକେଟ କାମ କରୁଥିବା ସନ୍ଦେହ କରୁଥିବା କହିଛନ୍ତି ଗ୍ରାମବାସୀ । ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ଶିଶୁ ଉଦ୍ଧାର...ବିକ୍ରି ପଛରେ ବଡ଼ ରାକେଟ ..!

Bhandaripokhari Special Story Black Magic Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ