/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741495799.jpg)
Cleanest village
ଗାଁ ହେବ ତ ଏମିତି । ଚାରିଆଡେ ସଫାସୁତୁରା, ରାସ୍ତାରେ ଅଳିଆ ଆବର୍ଜନା ତ ଦୂରର କଥା ପ୍ଲାଷ୍ଟିକ ଜରି ଖଣ୍ଡେ ମଧ୍ୟ ପଡ଼ିନାହିଁ । ସ୍ୱଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ଗାଁର ସମସ୍ତେ ଡଷ୍ଟବିନ ବ୍ୟବହାର କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଏ ହେଉଛି ଚର୍ଚ୍ଚିତ ଗାଁ ବୋବେଇଯୋଡା । ଯାହାକି ଏବେ ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଏହି ଗାଁକୁ ବୁଲି ଆସିଥାନ୍ତି ଲୋକେ ।
ଅଧିକ ପଢ଼ନ୍ତୁ: ଓଡ଼ିଶା ମାଟିରେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଓ ଷ୍ଟ୍ରବେରୀ
ସ୍ୱଚ୍ଛତା ହେଉଛି ଏହି ଗାଁର ପରିଚୟ । ପାତା ପର୍ବ ଆସିଲେ ଉତ୍ସବମୁଖର ହୋଇ ଉଠେ ପୁରା ଗାଁ । ଆଉ ଗ୍ରାମର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳେ ସ୍ୱଚ୍ଛତାର ବାର୍ତ୍ତା । ଏହି ଗାଁରେ ପ୍ରାୟ ୧୦୦ଟି ପରିବାର ବସବାସ କରନ୍ତି । ଅଧିକାଂଶ ଘର ମାଟି ଛପର ହୋଇଥିଲେ ବି ପ୍ରାକୃତିକ ରଙ୍ଗ ବ୍ୟବହାର କରି ଘରଗୁଡ଼ିକୁ ସୁନ୍ଦର ଭାବେ ସଜ୍ଜା ଯାଇଛି । ଘର ଅଗଣାଠାରୁ ରାସ୍ତାଘାଟ ସବୁ ଦିଶୁଛି ଚକାଚକ୍ ।
୧୫ ବର୍ଷ ପୂର୍ବରୁ ସ୍ୱର୍ଗତ ଆଲଚିକି ଶିକ୍ଷକ ମଧୁସୂଦନ ମାରାଣ୍ଡି ସ୍ୱଚ୍ଛତା ନେଇ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ । ସେବେଠୁ ଗାଁକୁ ସମସ୍ତେ ମିଳିମିଶି ସଫା ରଖିଆସୁଛନ୍ତି । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ସଜବାଜ ଓ ପରିଷ୍କାର ପରିଚ୍ଛନ୍ନତା ଦେଖିବାକୁ ବାହାରୁ ମଧ୍ୟ ଅନେକ ଲୋକ ଆସିଥାନ୍ତି । ପୁରା ଗାଁକୁ ସିସିଟିଭି କ୍ୟାମେରାରେ ଆବଦ୍ଧ କରି ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)