• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

ବିଏମସି ଅଫିସରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା । ସ୍ମାର୍ଟସିଟି ଅଥୋରିଟିଙ୍କ ଉପରେ ଦୋଷ ଝାଡ଼ିଲେ ମେୟର ସୁଲୋଚନା ଦାସ । ମେୟର କହିଛନ୍ତି, "ଦୀର୍ଘ ଦିନ ହେବ ବିଏମସି ଅଫିସରେ ସିସିଟିଭି କାମ କରୁନି। ବିଲଡିଂ ମେଣ୍ଟେନାନ୍ସ ଦାୟିତ୍ବ ସ୍ମାର୍ଟ ସିଟି ଅଥୋରିଟି ବୁଝୁଥିବାବେଳେ କ'ଣ ପାଇଁ ଏ ସମସ୍ୟା ସଂପର୍କରେ ସେମାନେ ପୂର୍ବରୁ ଆଲୋଚନା କରିନଥିଲେ । କ'ଣ ପାଇଁ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥା ଥିଲା?" ଯଦି ସ୍ମାର୍ଟ ସିଟି କାମ କରିନପାରୁଛି ତେବେ ବିଏମସିକୁ ସେ ଦାୟିତ୍ୱ ହସ୍ତାନ୍ତର କରନ୍ତୁ ବୋଲି ମେୟର କହିଛନ୍ତି । ଏଥିସହ ଆଗକୁ ଦରକାର ପଡିଲେ ଗନ୍ ମ୍ୟାନ୍ ରଖାଯିବ ବୋଲି ମେୟର କହିଛନ୍ତି । ଏ ନେଇ ଆଜି ବିଏମସି ଅଫିସରେ ସୁରକ୍ଷା ସଂପର୍କିତ ବୈଠକ ବସିଛି ।

 

Also Read

ଏପଟେ ବିଏମସି ଅଫିସରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ପହଞ୍ଚିଥିଲେ । ବିଏମସି କମିଶନରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର । ତିରିକ୍ତ କମିଶନର ରତ୍ନାକର ସାହୁ ଓ ଶୁଭେନ୍ଦୁ ସାହୁ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା ସଂପର୍କରେ ବିଏମସି କମିଶନରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର । 

ଅଧିକ ପଢନ୍ତୁ: ତେଜିଲା ମାଡ଼ ବିବାଦ; ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ଜଗା ପ୍ରଧାନ...

ଓଟିଭି ବିଜ୍ଞାପନ