/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751444910.jpg)
Man forced to sell range rover
ଶାଗମାଛ ଦରରେ ବିକିବାକୁ ପଡୁଛି ରେଞ୍ଜ ରୋଭର । ଗାଡ଼ି ମାଲିକ ଏନେଇ କରିଥିବା ଏକ ପୋଷ୍ଟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଲକ୍ସରୀ ଗାଡ଼ିଟି ୮ ବର୍ଷରେ ଗଡ଼ିଥିଲା ମାତ୍ର ୭୪ ହଜାର କିଲୋମିଟର । ପ୍ରଦୂଷଣ ରୋକିବାକୁ ନୂଆ ନିୟମ କରାଯାଇଥିବାରୁ ଏହି ରେଞ୍ଜ ରୋଭର ଗାଡ଼ି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଗାଡ଼ି ମାଲିକ । ସୂଚନା ଅନୁସାରେ, ଗାଡ଼ି ମାଲିକଙ୍କ ନାଁ ରିତେଶ ଗଣ୍ଡେତ୍ରା ।
ସୂଚନାଯୋଗ୍ୟ, ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ରୋକିବାକୁ ପୁରୁଣା ଗାଡ଼ି ବ୍ୟାନ୍ କରାଯାଇଛି । ୧୦ ବର୍ଷରୁ ପୁରୁଣା ଗାଡି ଗୁଡ଼ିକ ଉପରେ ଲାଗିଛି କଟକଣା । ଏହି ପୁରୁଣା ଗାଡ଼ି ପାଇଁ ମିଳିବନି ପେଟ୍ରୋଲ କି ଡେଜେଲ । ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ତେଣୁ ରିତେଶ ମଧ୍ୟ ନିଜ ଦାମୀ ରେଞ୍ଜ ରୋଭର ଗାଡ଼ିଟିକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେ ପୋଷ୍ଟ କରିଛନ୍ତି, "ମୋ ରେଞ୍ଜ ରୋଭର ମାତ୍ର ୭୪ ହଜାର କିଲୋମିଟର ଯାଇଥିଲା । ଯଦିଓ ଏହାକୁ ଆଣିବାର ୮ ବର୍ଷ ହୋଇଗଲାଣି । କୋଭିଡ୍ ବେଳେ ୨ ବର୍ଷ ଧରି ପାର୍କିଂରେ ପଡ଼ିରହିଥିଲା ଗାଡ଼ି।"
ସେ ଆହୁରି ଲେଖିଛନ୍ତି, "ମୋତେ ବାଧ୍ୟ ହୋଇ ଗାଡ଼ିଟିକୁ ବିକିବାକୁ ପଡୁଛି । ତାହା ବି NCR ବାହାରେ କୌଣସି ବ୍ୟକ୍ତିଙ୍କୁ । କାରଣ NCR ଭିତରେ ଏହି ଗାଡ଼ି ଚଳାଇବାକୁ ଅନୁମତି ନାହିଁ । ଏଥିପାଇଁ ପେଟ୍ରୋଲ ଡିଜେଲ ମିଳିବ ନାହିଁ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)