ଅତିବଡ଼ି ପୀଠରେ ଝୁଲୁଛି ତାଲା । ବନ୍ଦ ରହିଛି ପୂଜା ଓ ଭାଗବତ ପାଠ । ପୁରୀ ସଦର ଥାନା କପିଳେଶ୍ୱରପୁର ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଦୀର୍ଘ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ଅତିବଡ଼ି ପୀଠରେ ଏଭଳି ସମସ୍ୟା ଦେଖାଦେଇଛି । ଗ୍ରାମବାସୀ ଓ ସେବାୟତଙ୍କ ମଧ୍ୟରେ ବୁଝାମଣା ଅଭାବ ଓ ବିବାଦ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ ।
ଗତ ବର୍ଷ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରିବାର ଏହି ଦାୟିତ୍ୱ ତୁଲାଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ସେବାୟତ ପରିବାର ମଧ୍ୟରେ ବୁଝାମଣାର ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ସେବାୟତ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରି ନଥିବାବେଳେ ଗ୍ରାମ ସଭାପତି ନିଯୋଗକୁ ଦୋଷ ମୁକ୍ତ କଲା ଭଳି ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଭାଗବତ ପାଠ ବନ୍ଦକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସଂସ୍କୃତି ପ୍ରେମୀ ।
Also Read
ଅଧିକ ପଢ଼ନ୍ତୁ: ଧିକ୍ ଏ କୁଳାଙ୍ଗାର! ପୁଅ ହୋଇ ମାଆ ସହ ରଖୁଥିଲା ସମ୍ପର୍କ!
ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଆ ଭାଗବତର ରଚନାକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ ହେଉଛି ବ୍ରହ୍ମଗିରି ବ୍ଲକ୍ କପିଳେଶ୍ୱରପୁର ଗ୍ରାମରେ । ଓଡ଼ିଆ ଆଧ୍ୟାତ୍ମିକ ପରମ୍ପରାରେ ଭାଗବତ ଅତ୍ୟନ୍ତ ପ୍ରଭାବଶାଳୀ । ଭାରତୀୟ ଧର୍ମ ଓ ଦର୍ଶନର ଜଟିଳ ତତ୍ତ୍ୱରାଜିକୁ ସରଳ ଭାବେ ବ୍ୟାଖ୍ୟା କରାଯାଇଛି । ଏହାର ସ୍ୱତନ୍ତ୍ରତା ହେଉଛି ନବାକ୍ଷରୀ ଛାନ୍ଦ । ଯାହା ଓଡ଼ିଶାର ଘରେ ଘରେ ବେଶ୍ ଆଦୃତ କରାଇପାରିଛି ।
ଭଗବାନ ଦାସଙ୍କ ଦେହାନ୍ତ ପରେ ତାଙ୍କର ପରିବାର ଲୋକେ ଏହି ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ପରେ ଗ୍ରାମବାସୀ ଓ ସେବାୟତ ପରିବାର ମଧ୍ୟରେ ବୁଝାମଣାର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଛି । ସେପଟେ ଭାଗବତର ଏନ୍ତୁଡ଼ିଶାଳରେ ଭାଗବତ ପାଠ ବନ୍ଦ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସଂସ୍କୃତିପ୍ରେମୀ ।