Advertisment

Bangladeshi Intruders in Odisha Coastal Districts: ଆକ୍ସନ ମୋଡରେ ରାଜ୍ୟ ସରକାର, ବାଂଲା ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ତୟାରି

ଓଡ଼ିଶାରୁ ମୂଳପୋଛ ହେବେ ବାଂଲା ଅନୁପ୍ରବେଶକାରୀ। ଆକ୍ସନ ମୋଡ୍ ରେ ରାଜ୍ୟ ସରକାର। ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସୁରକ୍ଷା ସହିତ ବଢ଼ାଗଲା ପାଟ୍ରୋଲିଂ। ସାରା ରାଜ୍ୟ ରେ ଆରମ୍ଭ ହୋଇଛି ବାଂଲାଦେଶୀ ନାଗରିକ ଚିହ୍ନଟ ପ୍ରକ୍ରିୟା। ଆଇନ୍ ମନ୍ତ୍ରୀ କହିଛନ୍ତି, କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ।

author-image
Saroj Kumar Jena
bangladeshi

bangladeshi

ପାକିସ୍ତାନ ପରେ ଏବେ ବାଂଲାଦେଶୀଙ୍କ ଉପରେ ନଜର। ଓଡ଼ିଶାରୁ ମୂଳପୋଛ ହେବେ ବାଂଲା ଅନୁପ୍ରବେଶକାରୀ। ଆକ୍ସନ ମୋଡ୍ ରେ ରାଜ୍ୟ ସରକାର। ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସୁରକ୍ଷା ସହିତ ବଢ଼ାଗଲା ପାଟ୍ରୋଲିଂ। ସାରା ରାଜ୍ୟ ରେ ଆରମ୍ଭ ହୋଇଛି ବାଂଲାଦେଶୀ ନାଗରିକ ଚିହ୍ନଟ ପ୍ରକ୍ରିୟା। ଆଇନ୍ ମନ୍ତ୍ରୀ କହିଛନ୍ତି, କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସେପଟେ ଗ୍ରାଉଣ୍ଡର ବାସ୍ତବ ସ୍ଥିତି କିନ୍ତୁ ଚିନ୍ତାକୁ ବଢାଇ ଦେଇଛି।

Advertisment

ଅଧିକ ପଢନ୍ତୁ : ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା

ବାଂଲା ଅନୁପ୍ରବେଶକାରୀଙ୍କ ହଟସ୍ପଟ୍ ପାଲଟିଛି ତଟବର୍ତ୍ତୀ ଜିଲ୍ଲା। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜମରେ ଆଡ୍ଡା ଜମାଇଛନ୍ତି ଏମାନେ। ପହଲଗାମ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ। ଆରମ୍ଭ ହେଲା ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା। ରାଜ୍ୟରୁ ବିଦା ହେବେ ବେଆଇନ ଭାବେ ରହୁଥିବା ବାଂଲା ନାଗରିକ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ନେଇଛି STF। ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସମସ୍ତ ଏଜେନ୍ସିଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଦିନକୁ ଦିନକୁ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଜାତୀୟ ସୁରକ୍ଷା ପ୍ରତି ଏହା ଚ୍ୟାଲେଞ୍ଜ ସୃଷ୍ଟି କଲାଣି।

ଜଳପଥ ଦେଇ ତଟବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଅନୁପ୍ରବେଶ କରୁଛନ୍ତି ବାଂଲାଦେଶୀ। ଏହାପରେ ଗଳା ବାଟ ଦେଇ ଭାରତୀୟ ନାଗରିକର ପରିଚୟ ପତ୍ର ଯୋଗାଡ଼ କରୁଛନ୍ତି। ଏପରିକି କିଛି ରାଜ୍ୟର ରାଜନୈତିକ ଦଳଗୁଡିକ ଭୋଟ୍ ବ୍ୟାଙ୍କ୍ ପାଇଁ ଏମାନଙ୍କୁ ସରକାରୀ ଯୋଜନା ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଉଛନ୍ତି। କେବଳ ସେତିକି ନୁହଁ ରିଅଲ ଇଷ୍ଟେଟ ମାର୍କେଟରେ ବାଙ୍ଗଲାଦେଶୀ ମିସ୍ତ୍ରୀ ଓ ଶ୍ରମିକଙ୍କ ଅଧିକ ମାତ୍ରାରେ ସାମିଲ ହୋଇ ବେଧଡକ ଭାବେ ବସବାସ କରୁଛନ୍ତି। ବିଧାନସଭା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ସମୁଦାୟ ୩ ହଜାର ୭୩୮ ଜଣ ବଙ୍ଗଳା ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ 655, ଭଦ୍ରକରେ 199, ନବରଙ୍ଗପୁରରେ 106 ଓ ଭୁବନେଶ୍ବରରେ ୧୭ ଜଣ ଚିହ୍ନଟ ହୋଇଛନ୍ତି। ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଳକ ଏବଂ ପୋଲିସ୍ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରି ବେଆଇନ ଭାବେ ବସବାସ କରୁଥିବା ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ସମସ୍ତ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଆଇନ୍ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଏଜେନ୍ସି ରେ ରହି ବାଙ୍ଗଲାଦେଶୀ ନାଗରିକ କାମ କରୁଛନ୍ତି। କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ।

Advertisment

ଆଉ ଏ ହେଲା ବାସ୍ତବତା। ବାସୁଦେବପୁର ଚୂଡାମଣି ସାମୁଦ୍ରିକ ଥାନା ଓ କଷିଆ ସାମୁଦ୍ରିକ ଥାନା ଅଞ୍ଚଳ। ଅଧିକ ମାତ୍ରାରେ ବାଙ୍ଗଲାଦେଶୀ ଏଠାରେ ରହୁଥିବା ବେଳେ ପାଟ୍ରୋଲିଂ କିନ୍ତୁ ଆଦୌ ହେଉନାହିଁ। କାରଣ ପାଟ୍ରୋଲିଂ ବୋଟ୍ ତ ଦୂରର କଥା ଡଙ୍ଗା ବି ନାହିଁ। ଉଭୟ ସ୍ଥଳ ଓ ଜଳଭାଗ ଅନୁପ୍ରବେଶକାରୀଙ୍କ ପାଇଁ ଖୋଲା ମେଲା ପଡିଛି। ସେହିପରି କେନ୍ଦ୍ରାପଡାରେ ଅନୁପ୍ରବେଶକାରୀ ଦଲାଲ୍ ଙ୍କ ଜରିଆରେ ଭାରତୀୟ ନାଗରିକ ପରିଚୟ ପତ୍ର ହାତଉଛନ୍ତି। ଜିଲ୍ଲା ପ୍ରଶାସନ ଓ ତଟ ସୁରକ୍ଷା ବାହିନୀକୁ ଯେମିତି ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ବାଂଲା ଅନୁପ୍ରବେଶକାରୀ।

ଅଧିକ ପଢନ୍ତୁ : ଖୋଲୁଛି ଜ୍ୟୋତି ମାଲହୋତ୍ରାର ପେଡ଼ି, ଅପରେସନ ସିନ୍ଦୂର କରିଥିଲା ଲିକ୍

Odisha Bangladeshi National
Advertisment
Advertisment