/odishatv-khabar/media/post_attachments/uploadimage/library/16_9/16_9_0/youtube_1747666261.jpg)
youtube
ଭାରତର ୟୁ ଟ୍ୟୁବର- ପାକିସ୍ତାନୀ ଗୁପ୍ତଚର। ଜ୍ୟୋତି ମାଲହୋତ୍ରାର ଖୋଲି ଚାଲିଛି ଗୋଟିଏ ପରେ ଗୋଟିଏ ତଥ୍ୟ ଲିକ୍ ପେଡ଼ି। ଅପରେସନ ସିନ୍ଦୂର ପୂର୍ବରୁ ବି ସେ ପାକିସ୍ତାନକୁ ଦେଇଥିଲା ବ୍ଲାକ୍ଆଉଟ୍ ସୂଚନା। ଏଣେ ତା ଲିଙ୍କ୍ ରେ ଆଉ ୩ ଜଣଙ୍କୁ ହରିୟାଣା ପୋଲିସ୍ ବାନ୍ଧି ଘାଣ୍ଟୁଥିବାବେଳେ ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି ବି ସ୍କାନରରୁ ବାହାରି ନାହାନ୍ତି। ଚିନ୍ତାଜନକ କଥା ହେଉଛି, ଜ୍ୟୋତିଙ୍କ ଭଳି ଭାରତୀୟ ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ ISI ସଫ୍ଟ ଟାର୍ଗଟ୍ କରି ଗୁପ୍ତ ତଥ୍ୟ ହାସଲରେ ସଫଳ ହେଉଥିବା କହିଛନ୍ତି ହିସାର SP।
ଚକିତ କରୁଛି ଜାସୁସ୍ ଜ୍ୟୋତିର ପାକିସ୍ତାନ ଲିଙ୍କ୍ ପେଡ଼ି ।ଖାଲି ପ୍ରାୟୋଜିତ ପାକିସ୍ତାନ ଟ୍ରିପ୍ ରେ ଯାଉନଥିଲା କି ପାକ୍ ଦୂତାବାସ ଅଧିକାରୀ ଡାନିଶ ସାଙ୍ଗେ ଭାବ ଯୋଡ଼ି ନଥିଲା ବରଂ ପହଲଗାମ୍ ଆତଙ୍କୀ ହମଲା ଦିନ ISI ସହ ବି ଯୋଗାଯୋଗ କରିଥିଲା ଗିରଫ ଟ୍ରାଭେଲ୍ ବ୍ଲଗର ଜ୍ୟୋତି ମାଲହୋତ୍ରା। ହରିୟାଣା ହିସାର ପୋଲିସ୍ ରିମାଣ୍ଡରେ ଥିବା ଏହି ପାକିସ୍ତାନୀ ଗୁପ୍ତଚରକୁ ଘନ ଘନ ଜେରାରୁ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିବାରେ ଲାଗିଛି ଏମିତି ଅନେକ ଚାଞ୍ଚଲ୍ୟକର ସୁରାଗ୍।
ଅଧିକ ପଢନ୍ତୁ : ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା
ମେ ୬ ତାରିଖ ରାତି ଅର୍ଥାତ୍ ଅପରେସନ ସିନ୍ଦୁର ର କିଛି ଘଣ୍ଟା ପୂର୍ବରୁ ସାରା ଉତ୍ତର ଭାରତରେ ହୋଇଥିବା ବ୍ଲାକ୍ ଆଉଟ୍ ତଥ୍ୟ ବି ଲିକ୍ କରିଥିଲା ଜ୍ୟୋତି। ଦିଲ୍ଲୀରେ ଥାଇ ପାକିସ୍ତାନୀ ଦୂତାବାସ କର୍ମଚାରୀଙ୍କୁ ଦେଇଥିଲା ଟିକନିଖ୍ ଖବର। ଏଣେ ତା ସ୍ପାଏ ନେଟୱର୍କରେ ସାମିଲ ଆଉ ଜଣେ ଗୁପ୍ତଚର ଅର୍ମାନ ତାରିଫକୁ ବି ଆଜି ଗିରଫ କରିଛି ଏନଆଇଏ। ଅର୍ମାନ ହରିୟାଣା ନୁହ ଜିଲ୍ଲାର ବାସିନ୍ଦା, ସେ ପାକିସ୍ତାନକୁ ଭାରତୀୟ ମିଲିଟାରି ତଥ୍ୟ ଦେଇଥିବା ପ୍ରମାଣ ମିଳିଛି। ପୂର୍ବରୁ ଗିରଫ ଆଉ ଦୁଇଜଣ ଗୁପ୍ତଚର- ପାନିପଥରେ ସିକ୍ୟୁରିଟ ଗାର୍ଡ ଭାବେ କାର୍ଯ୍ୟରତ ଉତ୍ତର ପ୍ରଦେଶ ବାସିନ୍ଦା ନୌମାନ ଇହ୍ଲାଇ ଓ ହରିୟାଣା କୈଥାଲର ଦେବେନ୍ଦର ସିଂ ଧିଲୋନକୁ ବି ଆରେଷ୍ଟ କରି ଘାଣ୍ଟୁଛି ଇନକ୍ବାରି ଟିମ୍। ଏଣେ ଜ୍ୟୋତି ମାଲହୋତ୍ରାର ଗୁପ୍ତଚରୀକୁ ନେଇ ସାରା ଦେଶ ହୁଲୁସ୍ତୁଲୁ ହେଉଥିବାବେଳେ, ତା ବାପା କିନ୍ତୁ ଝିଅର କାରନାମା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। ଏମିତିକି ଝିଅ ପାକିସ୍ତାନ ଯାଇଥିବା ବିଷୟ ମୋଟେ ଜାଣିନଥିବାବେଳେ ବାରମ୍ବାର ଦିଲ୍ଲୀ ଯାଉଛି ବୋଲି ଜ୍ୟୋତି କହିଥିବା ସେ ସୂଚନା ଦେଇଛନ୍ତି।
ଏପଟେ ସନ୍ଦେହ- ଜାସୁସ୍ ଜ୍ୟୋତି ମାଲହୋତ୍ରାକୁ କିଛି ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତି ସହ ପ୍ରିୟଙ୍କାଙ୍କ ପୁଳା ପୁଳା ଫଟୋ ଓ ଭିଡ଼ିଓକୁ ନେଇ ତନାଘନା ଜାରି ରହିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ। ଜାସୁସ୍ ଜ୍ୟୋତିର ପାକ୍ ଗୁପ୍ତଚରିକୁ ନେଇ ପୁଳା ପୁଳା ପ୍ରମାଣ ଭିତରେ ସାମ୍ନାକୁ ଆସିଛି ଏକ ଭିଡ଼ିଓ, ଯାହାକି ପହଲଗାମ୍ ଆଟାକ୍ ପରର। ଯେଉଁଥିରେ ଜ୍ୟୋତି ସେଦିନର ଘଟଣା ପାଇଁ ସବୁ ଦୋଷ ଲଦିଛି ପର୍ଯ୍ୟଟକ, ସ୍ଥାନୀୟ ଲୋକ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଉପରେ। ହେଲେ ଆତଙ୍କବାଦୀ କି ପାକିସ୍ତାନ ବିରୋଧରେ ଶବ୍ଦଟିଏ ବି ମୁହଁରେ ତ ଧରିନି ବରଂ ଘଟଣାକୁ ନେଇ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି । ତେଣୁ ଏଠି ପ୍ରଶ୍ନ- ଜ୍ୟୋତିଙ୍କ ଭଲି ଟ୍ରାଭେଲ୍ ବ୍ଲଗର ଓ ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କୁ ସଫ୍ଟ ଟାର୍ଗେଟ୍ କରୁଛି କି ଆଇଏସଆଇ। ଯେହେତୁ ଏମାନେ ୟଙ୍ଗ ଓ ସଂଖ୍ୟାଧିକ ଫୋଲଅର ରହିଛନ୍ତି ତେଣୁ ସୋସିଆଲ୍ ମିଡିଆରେ ପ୍ରସିଦ୍ଧି ପାଇଯାଉଛନ୍ତି। ଏହାକୁ ଲକ୍ଷ୍ୟ କରି ମୋଟା ଅଙ୍କ ସାଙ୍ଗକୁ ଫ୍ରି ଟ୍ରାଭେଲ୍ ଲୋଭ ଦେଖାଇ ସେମାନଙ୍କୁ ସହଜରେ ନିଜ ଜାଲରେ ଫସାଉଛି ଆଇଏସଆଇ। ଯାହାର ବଡ଼ ଉଦାହରଣ ଜ୍ୟୋତି ବୋଲି ମାନିଛନ୍ତି ହିସାର ଏସପି। ଜ୍ୟୋତି ଲିଙ୍କ୍ ରେ ଅଦ୍ୟାବଧି ୧୦ଜଣଙ୍କୁ ଏନଆଇଏ ଗିରଫ କରି ସାରିଥିବାବେଳେ ୨୦ରୁ ଅଧିକ ଲୋକଙ୍କୁ ସ୍କାନରରେ ରଖିଛି। ତେଣେ ଏସବୁ ଭିତରେ ଆଜି ଉତ୍ତର ପ୍ରଦେଶ ରାମପୁର ଆଉ ଜଣେ ପାକିସ୍ତାନୀ ସ୍ପାଏ ଶେହଜାଦକୁ ବାନ୍ଧିଛି ଏଟିଏସ୍। ଯିଏକି ଭାରତ-ପାକିସ୍ତାନ ସୀମାରେ ପରିବହନ କାର୍ଯ୍ୟରେ ନିୟୋଜିତ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)