Bali Jatra Ban: ଦୁଇ ଗୋଷ୍ଠୀ ଲାଗିଲେ ମାରପିଟ୍, ବନ୍ଦ ହେଲା ବାଲିଯାତ୍ରା !

ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ ।

Bali Jatra Ban

ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ । ଆସନ୍ତା ୧୫ ତାରିଖରୁ ୧୯ ତାରିଖ ଯାଏଁ ଜଟାଧାର ବେଳାଭୂମିରେ ୪ ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲାଗିଛି । ଜଗତସିଂହପୁର ଏରସମା ତହସିଲଦାର ଓ ଅଭୟଚାନ୍ଦପୁର ପୋଲିସ ରିପୋର୍ଟକୁ ଆଧାର କରି ୧୬୩ ଧାରା ଲଗାଇଛି ଜଗତସିଂହପୁର SDM ।

ଶିଳ୍ପ ସପକ୍ଷବାଦୀ ଏବଂ ଶିଳ୍ପ ସପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବାର ଆଶଙ୍କା କରି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । JSW ପ୍ରକଳ୍ପକୁ ନେଇ ଢ଼ିଙ୍କିଆ ଚାରିଦେଶ ଅଞ୍ଚଳରେ ଶିଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ଭିତରେ ବିବାଦ ଲାଗି ରହିଥିବାରୁ ଏହାକୁ ନେଇ ଉତ୍ତେଜନା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ସେପଟେ କଟକ ଐତିହାସିକ ବାଲିଯାତ୍ରାକୁ ଦିନ କେଇଟା ଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ବାଲିଯାତ୍ରା ପଡିଆ ।

ଅଧିକ ପଢ଼ନ୍ତୁ: ହାତୀ ଡର, ତାଳଗଛ ଚାରା ରୋପଣ ନେଇ ଆଶା-ଆଶଙ୍କାରେ ଚାଷୀ

ଏହା ମଧ୍ୟରେ ଏଥର ମେଳାରେ ଆକର୍ଷଣ ସାଜିବ ସିଂଗିଲ ଟାୱାର ଓ ସୁନାମି ଦୋଳି । ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆରେ ପହଞ୍ଚି ଦୋଳି ସଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ଓଡ଼ିଆ ଚଳଚିତ୍ରକୁ ଜନମାନସକୁ ଫେରାଇ ଆଣିବା ସହ ଚଳଚିତ୍ର ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ଲୋକଙ୍କ ମଧ୍ୟରେ ଜାଗୃତ କରାଇବା ପାଇଁ କଟକ ଇନ କଟକ ପାଭିଲିୟନରେ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ ।

ସଜେଇ ହେଲାଣି ବାଲିଯାତ୍ରା ପଡ଼ିଆ । ମଝିରେ ଆଉ ମାତ୍ର ୩ ଦିନ । କଟକର ଐତିହାସିକ ବାଲିଯାତ୍ରା ପାଇଁ ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି କାମ । ଏଥର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ । ତଳ ବାଲିଯାତ୍ରା ପଡିଆରେ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନୀ । ଏଥିରେ ପ୍ରଦର୍ଶିତ ହେବ ୫ ଦଶନ୍ଧିର ଓଡ଼ିଆ ସିନେମାର କ୍ରମ ବିକାଶର ଚିତ୍ର । ଏଥିପାଇଁ ଏକ ଆମ୍ପିଥିଏଟରର ବ୍ୟବସ୍ଥା ହୋଇଛି ।

ଯେଉଁଥିରେ ୧୦୦ ଜଣ ଦର୍ଶକ ଏକାସଙ୍ଗେ ବସି ୩୦ରୁ ଅଧିକ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ । ଫିଲ୍ମ ପ୍ରେମୀଙ୍କୁ ଡାଏଲଗ କହିବା ପାଇଁ ସୁଯୋଗ ଦିଆଯିବ । କେବଳ ସେତିକି ନୁହେଁ, ଓଡ଼ିଆ ଗୀତର ଧୂନ ବାଜୁଥିବ ଏବଂ ଯେ କେହି ନିଜ ସ୍ୱରକୁ ଯୋଡ଼ି ଗୀତକୁ ଅନୁଭବ କରିପାରିବା ଭଳି ବ୍ୟବସ୍ଥା ହୋଇଛି । ଯାହାକୁ ନେଇ ବେଶ ଉତ୍ସାହିତ କଟକବାସୀ । ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ ।

ଏଥର ମୁଖ୍ୟ ଆକର୍ଷଣ ସାଜିବ ସିଙ୍ଗିଲ ଟାୱାର ଓ ସୁନାମି ଦୋଳି। ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ ଦୋଳି ବ୍ୟବସାୟୀ ମାନେ ଆସି ବାଲିଯାତ୍ରା ପଡ଼ିଆରେ ଦୋଳି ଖଞ୍ଜା କାମ ଆରମ୍ଭ କରିଦେଇଛନ୍ତି । ଏଥର ବାଲିଯାତ୍ରା ତଳପଡ଼ିଆର ୭ଟି ସ୍ଥାନରେ ୩୦ରୁ ଉର୍ଦ୍ଧ୍ୱ ଦୋଳି ପଡିବ । ରାମ ଦୋଳି, ଟୟ ଟ୍ରେନ୍, ଡିସ୍କୋ ଓ ଟୋରାଟୋରା, ଡ୍ରାଗନ୍, ବ୍ରେକ ଡ୍ୟାନ୍ସ ଆଦି ଦୋଳିର ମଜା ନେବେ ଦର୍ଶକ । ଯାହାର ମୂଲ୍ୟ ୮୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିବ । ତେବେ ଚଳିତବର୍ଷ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଥମଥର ପାଇଁ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ୧୫ ଦେଶର ଅତିଥି ।