Advertisment

Palm Trees Plantation: ହାତୀ ଡର, ତାଳଗଛ ଚାରା ରୋପଣ ନେଇ ଆଶା-ଆଶଙ୍କାରେ ଚାଷୀ

ପରିବେଶ ପାଇଁ ଉପଯୋଗୀ, ହେଲେ ଚାଷୀଙ୍କ ପାଇଁ ବଢାଉଛି ଡର। ଅନୁଗୁଳ ଜିଲ୍ଲାରେ ବନ ବିଭାଗର ତାଳଗଛ ଚାରା ରୋପଣ ଯୋଜନାକୁ ନେଇ ଆଶା-ଆଶଙ୍କାରେ ଚାଷୀ କୂଳ।

author-image
Sonali Ojha
Palm tree

Palm tree

ଅନୁଗୁଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବନ ବିଭାଗର ତାଳଗଛ ରୋପଣ ପଦକ୍ଷେପକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ। ପରିବେଶ ସୁରକ୍ଷା, ବଜ୍ରପାତ ଜନିତ ମୃତ୍ୟୁ ଓ ହାତୀ ମଣିଷ ଲଢେଇ ରୋକିବାକୁ ଜିଲ୍ଲାରେ ୭୪ ହଜାର ତାଳଗଛ ଲଗାଇବାକୁ ଯୋଜନା କରିଛି ବନ ବିଭାଗ । ସେପଟେ କିନ୍ତୁ ହାତୀ ବହୁଳ ଅଞ୍ଚଳରେ ଚାଷ ଜମି ନିକଟରେ ଯଦି ତାଳଗଛ ଲଗାଯାଏ, ତେବେ ଚାଷ ପ୍ରତି ବିପଦ ମାଡ଼ି ଆସିବ ବୋଲି ଆଶଙ୍କା କରୁଛନ୍ତି ଚାଷୀ। ଯାହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବାତ୍ମକ ପରିସ୍ଥିତି।

Advertisment

ପରିବେଶ ପାଇଁ ଉପଯୋଗୀ, ହେଲେ ଚାଷୀଙ୍କ ପାଇଁ ବଢାଉଛି ଡର। ଅନୁଗୁଳ ଜିଲ୍ଲାରେ ବନ ବିଭାଗର ତାଳଗଛ ଚାରା ରୋପଣ ଯୋଜନାକୁ ନେଇ ଆଶା-ଆଶଙ୍କାରେ ଚାଷୀ କୂଳ। ଜିଲ୍ଲାରେ ବଜ୍ରପାତ ଜନିତ ମୃତ୍ୟୁ ରୋକିବା ଏବଂ ହାତୀ ମଣିଷ ଲଢେଇକୁ କମାଇବାକୁ ବିଭିନ୍ନ ବନାଞ୍ଚଳରେ ରୋପଣ ହେବାକୁ ଯାଉଛି ୭୪ ହଜାର ତାଳଗଛ। ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ନିକଟରେ ଅନୁଗୁଳ ବନାଞ୍ଚଳର କରତପଟା, ପୁରୁଣାଗଡ଼, ପୋକୁଣ୍ଡା ଓ ସଦର ସେକ୍ସନ ଜଙ୍ଗଲ ସୀମାନରେ ତାଳଗଛ ସବୁ ରୋପଣ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି। ହେଲେ ତାଳଗଛ ଚାରା ରୋପଣକୁ ନେଇ ଚାଷୀମାନଙ୍କ ମନକୁ ଘାରିଲାଣି ଭୟ। ଚାଷୀଙ୍କ କହିବା କଥା, ସରକାରଙ୍କ ତାଳଗଛ ରୋପଣ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ଏହାକୁ ଧାନ ଜମି ନିକଟରେ ନଲଗାଇ, ସରକାର ଜଙ୍ଗଲ ଜମି, ଅନାବାଦି ଅଞ୍ଚଳ ଏବଂ ଚାଷଜମିଠୁ ଦୂରରେ ଥିବା ଅନ୍ୟ ସ୍ଥାନରେ ଲଗାନ୍ତୁ।

Advertisment

ନହେଲେ ତାଳ ଗଛର କନ୍ଦା ଏବଂ ତାଳଫଳ ଖାଇବାକୁ ଚାଷଜମି ନିକଟରେ ଭିଡ଼ ଲଗାଇବେ ହାତୀ ପଲ୍ଲ। ଯାହା ଫଳରେ ସ୍ବାଭାବିକ ଭାବେ ନଷ୍ଟ ହୋଇଯିବ ଚାଷ ଜମି ଓ ଚାଷୀଙ୍କ ପରିଶ୍ରମ। ଆଉ ଉଜୁଡ଼ିଯିବ ଚାଷୀ ପରିବାରର ଅର୍ଥନୀତି।ଏପଟେ ଚାଷୀଙ୍କ ଆଶଙ୍କାକୁ ଭୁଲ ବୋଲି କହିଛି ବନ ବିଭାଗ। ଚାଷୀଙ୍କ ମଙ୍ଗଳ ପାଇଁ ଜିଲ୍ଲାରେ ୭୪ ହଜାର ତାଳ ଚାରା ରୋପଣ ପାଇଁ ବନ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି ଅନୁଗୁଳ ବନଖଣ୍ଡ ଅଧିକାରୀ।

ବନ ଅଧିକାରୀଙ୍କ ମତରେ, ସମସ୍ତ ତାଳଗଛ ଜଙ୍ଗଲ ସୀମାରେ ରୋପଣ କରାଯାଉଛି। ଫଳରେ ହାତୀ ଖାଦ୍ୟ ପାଇଁ ଜଙ୍ଗଲ ସୀମା ପାର ହୋଇ ଗାଁ ମୁହାଁ ହେବା ଘଟଣାକୁ ରୋକାଯାଇ ପାରିବ। ହାତୀପଲ୍ଲ ଜଙ୍ଗଲ ସୀମାରୁ ତାଳ ଖାଇ ପୁଣି ଜଙ୍ଗଲ ଭିତରକୁ ଫେରିଗଲେ, ଚାଷ ନଷ୍ଟ କିମ୍ବା ଧନ ଜୀବନ କ୍ଷୟକ୍ଷତିର ଆଶଙ୍କା ବି କମିଯିବ।

Elephant Plantation Lightening
Advertisment
Advertisment