/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754147090.jpg)
Balanga Victim Dies
ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା ମିଳିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା ।
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମୃତ୍ୟୁ ନେଇ ଗଭୀର ଦୁଃଖିତ। ବିଶେଷଜ୍ଞ ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲାନି । ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି। ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ।
ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।
ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ…
— Mohan Charan Majhi (@MohanMOdisha) August 2, 2025
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦ୍ ଗତି ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ଜୀବନ ବଞ୍ଚାଇ ପାରିନଥିବାରୁ ଦୁଃଖିତ ବୋଲି ପ୍ରଭାତୀ ପରିଡା କହିଛନ୍ତି ।
ଏକ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଅଘଟଣ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କର ପରଲୋକ ଘଟିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଖଃଦ ପରିସ୍ଥିତିରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଡାକ୍ତରୀ ଦଳ ଏବଂ ସରକାରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ଵେ ବଞ୍ଚାଇ ପାରିନଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ।
— Pravati Parida (@PravatiPOdisha) August 2, 2025
ବଳଙ୍ଗା ଘଟଣାକ୍ରମ
ଜୁଲାଇ ୧୯- ବଳଙ୍ଗା ଅଞ୍ଚଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଯୁବତୀ ଉଦ୍ଧାର
ଜୁଲାଇ ୧୯- ନଦୀ ବନ୍ଧରେ ତାଙ୍କୁ ୩ ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଉଠିଥିଲା
ଜୁଲାଇ ୧୯- ଚିକିତ୍ସା ପାଇଁ ଭୁବନେଶ୍ବର ଏମସରେ ଭର୍ତ୍ତି
ଜୁଲାଇ ୨୦- ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ଏମସରୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର
ଜୁଲାଇ ୨୩- ଦିଲ୍ଲୀ ଏମସରେ ପୀଡିତା ଓ ପରିବାରବର୍ଗଙ୍କୁ ଭେଟିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଜୁଲାଇ ୨୩- ଚିକିତ୍ସା ନେଇ ଆଲୋଚନା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଜୁଲାଇ ୩୧- ପୀଡିତାଙ୍କ ବୟାନ ରେକର୍ଡ କଲା ପୋଲିସ
ଅଗଷ୍ଟ ୨- ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)