/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754134900.jpg)
Manmohan Samal
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍ ଘୋଷଣା ହେବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। ଏହା ଦଳର ସାମ୍ବିଧାନିକ ବ୍ୟବସ୍ଥା ବୋଲି କହିଛନ୍ତି ମନମୋହନ। କେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ସରିବ ପ୍ରଶ୍ନରେ ଡେଡ୍ ଲାଇନ ନାହିଁ ବୋଲି କହିଛନ୍ତି। ସେହିଭଳି ନିଗମ ଓ ବୋର୍ଡ ନେଇ ଆମେ ବସିଲା ପରେ ନିଷ୍ପତ୍ତି ନେବୁ ବୋଲି ମନମୋହନ ସାମଲ କହିଛନ୍ତି।
ଗତ ଜୁଲାଇ ୭ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରି ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରିଥିଲେ ମନମୋହନ ସାମଲ। ତେବେ ମନମୋହନ ପୁନର୍ବାର ଦାୟିତ୍ୱ ନେବାପରଠାରୁ ତାଙ୍କର ନୂଆ ଟିମ୍ ନେଇ ଚର୍ଚ୍ଚା ଲାଗି ରହିଛି। କାହାକୁ ତାଙ୍କ ନୂଆ ଟିମ୍ ରେ ସାମିଲ କରିବେ ଓ କାହାକୁ ବାଦ ଦେବେ, ସେନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ଉଭୟ ନୂଆ ଅଭିଜ୍ଞତାକୁ ପ୍ରାଧାନ୍ୟ ମିଳିବ ବୋଲି ମନମୋହନ କହିଥିଲେ।
ଏହାରି ଭିତରେ ମନମୋହନଙ୍କ ବାରମ୍ବାର ଦିଲ୍ଲୀ ଗସ୍ତ ସମୟରେ ତାଙ୍କ ନୂଆ ଟିମ୍ ଘୋଷଣା ହେବା ଚର୍ଚ୍ଚା ମଧ୍ୟ ଖୁବ ଜୋର ଧରେ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ହିଁ ଓଡ଼ିଶା ଟିମ୍ ଘୋଷଣା ହେବ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ। ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)