/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733048348.jpg)
Fun on the Stage
ଦେହରେ ପାରମ୍ପରିକ ପୋଷାକ । ହାତରେ ଖେଳୁଛି ବିଷଧର ସାପ । ଆଉ ଏପଟେ ମଞ୍ଚ ଉପରେ ବନ୍ଧା ଯାଇଛି ଜୀଅନ୍ତା ଘୁଷୁରୀ । ସେହି ଜିଅନ୍ତା ଘୁଷୁରୀ ମାଂସ ଖାଉଛନ୍ତି ମଞ୍ଚ ଉପରେ ଥିବା କଳାକାରମାନେ । ଏ ଘଟଣା କୌଣସି ବିଦେଶର ନୁହଁ, କି ଅନ୍ୟ ରାଜ୍ୟର ବି ନୁହେଁ । ଶାନ୍ତି ପ୍ରିୟ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଘଟିଛି ଏଭଳି ଘଟଣା । ହିଞ୍ଜିଳି ବ୍ଲକ ରାଲବ ଗାଁରେ କାଞ୍ଚିଅଁଳା ଯାତ୍ରାରେ କିଛି ଏପରି ବର୍ବର ଚିତ୍ର ସାମ୍ନାକୁ ଆସିଛି । ଯାହା ମାନବିକତାର ଧଜ୍ଜିଆ ଉଡ଼ାଇ ଦେଇଛି ।
କଥା କହିପାରୁନଥିବା ପଶୁର ହାତ ଗୋଡ଼ ବାନ୍ଧି କିଛି କଳାକାର ବର୍ବରତାର ଶେଷସୀମା ପାର୍ କରିଛନ୍ତି । ଘୁଷୁରୀକୁ ଓଲଟାଇ ରଖି ତା’ର ଅନ୍ତବୁଜୁଳା ବାହାର କରିଛନ୍ତି ନର ରାକ୍ଷସମାନେ । ମାନବିକତାର ନାଁରେ କଳଙ୍କ ସାଜିଥିବା ଏଇ ନୃଶଂସମାନେ ନିଜର ଖୁସି ଟିକିଏ ପାଇଁ ଘୁଷୁରୀର ପେଟ ଚିରି ତାକୁ ହତ୍ୟା କରି ମାଂସ ଖାଉଛନ୍ତି । ଏଭଳି ଚିତ୍ର ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶାରୁ ଆସିବା ସମସ୍ତଙ୍କୁ ଯେତିକି ଚକିତ କରିଛି ସେତିକି ପ୍ରାଣ ମଧ୍ୟ କାନ୍ଦିଛି ।
ଅଧିକ ପଢ଼ନ୍ତୁ: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା
କାଞ୍ଚିଅଁଳା ଯାତ୍ରାରେ ରାମାୟଣ ନାଚ ପରିବେଷଣ ବେଳେ ଏଭଳି ଏକ ଘଟଣା ଘଟିଛି । ଜୀଅନ୍ତା ଘୁଷୁରୀକୁ ଝୁଣି ଝୁଣି ଖାଇଛନ୍ତି କଳାକାର ବିରାୟୁଧ ରାକ୍ଷସ । ଗତ ୨୪ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ଖାସ୍ କରି ରାମାୟଣର ନାଚ ପରିବେଷଣ ବେଳେ ଏପରି ଘଟଣା ସଂସ୍କୃତିପ୍ରେମୀଙ୍କୁ ମଧ୍ୟ ଆଘାତ ଦେଇଛି । ସେପଟେ ମଞ୍ଚ ଉପରେ ଜୀଅନ୍ତା ବିଷଧର ସାପ ଖେଳିବାର ମଧ୍ୟ ଭିଡିଓ ଭାଇରାଲ ହେଉଛି ।
ପରିସ୍ଥିତି ଏପରି ଯେ, ଟିକିଏ ଅସାବଧାନତା ଯୋଗୁଁ, ସାପ ଦଂଶନରେ ଜୀବନ ଯାଇପାରେ । ଏମାନେ ବନ୍ୟା ପ୍ରାଣୀ ଆଇନର ଖୁଲମଖୁଲା ଉଲଘଂନ କରିଛନ୍ତି । ଆଉ ଏହାକୁ ଆମ ଆଇନ ଦଣ୍ଡନୀୟ ଅପରାଧ ବୋଲି କହେ । ଏଭଳି କାର୍ଯ୍ୟ ସମାଜକୁ କୁସଂସ୍କାର ବାର୍ତ୍ତା ଦେଉଛି । ଘଟଣା ସମ୍ପର୍କରେ ଭିଡିଓ ଭାଇରାଲ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । କି କାହାକୁ ଗିରଫ କରାଯାଇନାହିଁ । ତେବେ କେବେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା’ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)