Advertisment

Minister On Potato Crisis: ‘ସରକାରଙ୍କୁ ବଦନାମ କରିବାକୁ ତିଆରି କଲେ ଆଳୁର କୃତ୍ରିମ ଅଭାବ’

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ଆଳୁ ଦେବାକୁ ରାଜି ହେଲେ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବଦନାମ କରିବାକୁ କୃତ୍ରିମ ଅଭାବ

ବଦନାମ କରିବାକୁ କୃତ୍ରିମ ଅଭାବ

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ । ସରକାରକୁ ବଦନାମ କରିବାକୁ କୃତ୍ରିମ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ଆଳୁ ଦେବାକୁ ରାଜି ହେଲେ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ । ଏବେ ବଜାର ସ୍ବାଭାବିକ ଅଛି ଆହୁରି ଆଳୁ ଦର କମିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Advertisment

ସେପଟେ ଆଳୁ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ଯୋଗାଣ ମନ୍ତ୍ରୀଙ୍କ ଆଳୁ ହ୍ୟାଙ୍ଗ୍‌ ଓଭର ଯାଉନି । ମନ୍ତ୍ରୀଙ୍କ ମନୁଷ୍ୟକୃତ ବିବୃତି ଅତ୍ୟନ୍ତ ନିନ୍ଦନୀୟ । ଅପାରଗତାକୁ ଘୋଡ଼େଇବା ପାଇଁ ଏଭଳି ବିଭ୍ରାନ୍ତିକର ବିବୃତି ଦେଇଛନ୍ତି ମନ୍ତ୍ରୀ । ଆଳୁକୁ ନେଇ ରାଜନୀତି ନିଜେ ମନ୍ତ୍ରୀ କରୁଛନ୍ତି । ଯୋଗାଣ ମନ୍ତ୍ରୀ କହୁଛନ୍ତି ଆଳୁ ଉତ୍ତରପ୍ରଦେଶରୁ ଆସିବ । ବିଭ୍ରାନ୍ତିକର ବୟାନ ନ ଦେଇ ଆଳୁ ଅଭାବ କେମିତି ପୂରଣ ହେବ ଧ୍ୟାନ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ।

ସୂଚନା ଅନୁସାରେ ମାତ୍ର ୩ ମାସ ନ ଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ । ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଥିଲେ କଟକଣା । ଯାହାଫଳରେ ବଜାରରେ ଆଳୁ ଦର ପୁଣି ବୃଦ୍ଧି ପାଇଥିଲା । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଆଳୁ ଦର ୪୦ରୁ ଅଧିକ ରହିଥିଲା ।

Advertisment

ଅଧିକ ପଢ଼ନ୍ତୁ: ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା, ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ଯାଞ୍ଚ

ତେବେ ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡ଼ିବାରୁ ଧାରଣା ଦେଇଥିଲେ ପଶ୍ଚିମବଙ୍ଗ ବ୍ୟବସାୟୀ । ତେବେ ଗତ ଡିସେମ୍ବର ୪ରେ ପଶ୍ଚିମବଙ୍ଗରେ ଲାଗି ରହିଥିବା ଆଳୁ ଧାରଣ ପ୍ରତ୍ୟାହୃତ ହୋଇଥିଲା । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପରେ ବ୍ୟବସାୟୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଥିଲା । ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା ଦେଖାଦେଇଛି। ହୋଲସେଲ୍‌ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ଓଡ଼ିଶା ପରି ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଦୂର ହେବ ବୋଲି ଆଶଙ୍କା କରାଯାଉଛି।

ସେପଟେ ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ । ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି । ଏସବୁ ଭିତରେ ଆଜିଠୁ କମିବ କି ଆଳୁ ଟେନସନ୍ ? ସେନେଇ କିଛି ସ୍ପଷ୍ଟ ଆକଳନ କରାଯାଇପାରୁନି। ସେହିପରି ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇ ଯୋଗାଣ ମନ୍ତ୍ରୀ କହିଥିଲେ, ଚଢ଼ା ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

ଅଧିକ ପଢ଼ନ୍ତୁଓଡିଆ ମହିଳା କାହିଁକି ପାଳନ କରନ୍ତି ମାର୍ଗଶୀର ଗୁରୁବାର ବ୍ରତ

Potato Price Potato
Advertisment
Advertisment