Ammonia Gas Leak
ପାରାଦୀପ ଆଇସ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ । ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକ ଅସୁସ୍ଥ । ପାରାଦୀପଗଡ ଶିଳ୍ପାଞ୍ଚଳରେ ଥିବା ପାରାଦୀପ ଆଇସ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକହୋଇଥିବା ସୂଚନା ମିଳିଛି । ସିଲିଣ୍ଡରରୁ କିଛି ସମୟ ପାଇଁ ହୋଇଥିଲା ଗ୍ୟାସ ଲିକ । ଫଳରେ ଆଖପାଖ ଲୋକେ ଭୟଭୀତ ହୋଇପଡିଥିଲେ । ସେହି ପ୍ଲାଣ୍ଟରେ କାର୍ଯ୍ୟରତ ୪ ଜଣ ଶ୍ରମିକ କିଛି ସମୟ ପାଇଁ ଅଣନିଃଶ୍ୱାସୀ ହୋଇପଡିଥିଲେ ବୋଲି ଜାଣିବାକୁ ମିଳିଛି । ଖବର ପାଇ ପାରାଦୀପ ଲକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୁଜଙ୍ଗରୁ ଦମକଳ ବାହିନୀ ପହଞ୍ଚି ଆଇସ ପ୍ଲାଣ୍ଟ ଓ ଆଖପାଖରେ ପାଣି ସିଞ୍ଚନ କରିଛନ୍ତି ।
ଲିକେଜ୍ ପରେ ଆମୋନିଆ ଗ୍ୟାସ୍ ବ୍ୟାପିଯବାରୁ ସ୍ଥାନୀୟ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି । ସମସ୍ତଙ୍କ ଆଖି ନାକ ଆଦି ପୋଡୁଥିବା ଲୋକେ କହିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ହଠାତ୍ ଗ୍ୟାସ ଲିକ୍ କାରଣରୁ ସେଠାରେ କାମ କରୁଥିବା ଶ୍ରମିକ ଅସୁସ୍ଥ ହୋଇପଡିଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ଲିକେଜ୍ ବନ୍ଦ କରିବାକୁ ପ୍ରୟାସ କରିବା ସହ ପାଣି ସିଞ୍ଚନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)