Advertisment

Adani Group ‘Bribe’ Row Sparks Political Slugfest In Odisha: ଆଦାନୀ ବିରୋଧରେ ଆମେରିକାରେ ମାମଲା; ସୌରଶକ୍ତି ଯୋଗାଣ ଚୁକ୍ତିକୁ ନେଇ ଓଡ଼ିଶାରେ ହଇଚଇ

କେଉଁ ଅଧିକାରୀଙ୍କୁ କଂପାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ ? କେଉଁ ମନ୍ତ୍ରୀଙ୍କ ଅମଳରେ ହୋଇଥିଲା ଲାଞ୍ଚ କାରବାର? ଉଠୁଛି ପଡୁଛି ରାଜ୍ୟ ରାଜନୀତି, ବିଜେଡିର ଖଣ୍ଡନ ।

undefined

Adani Group ‘bribe’ row sparks political slugfest in Odisha

Advertisment

ସୌରଶକ୍ତି ଯୋଗାଣ ଚୁକ୍ତି ଲାଗି ଓଡ଼ିଶାର ସରକାରୀ ଅଧିକାରୀଙ୍କୁ ଆଦାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ । ଆମେରିକା କୋର୍ଟରେ ଆଦାନୀ ବିରୋଧରେ ମାମଲାରୁ ଏ ତଥ୍ୟ ପଦାକୁ ଆସିବା ପରେ ଓଡ଼ିଶାରେ ହଇଚଇ । ବିଜେଡି ସରକାର ଅମଳର କିଏ ସେ ଅଧିକାରୀ, କେଉଁ ମନ୍ତ୍ରୀଙ୍କ ସମୟରେ ହୋଇଛି ଏତେବଡ଼ ଲାଞ୍ଚ କାରବାର ତାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । 

Advertisment

ଆମେରିକାରେ ଆଦାନି ବିରୋଧରେ ମାମଲା । ଲାଞ୍ଚ ଅଭିଯୋଗକୁ ନେଇ ଓଡ଼ିଶାରେ ହଇଚଇ । ଆମେରିକା ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କ ଅଭିଯୋଗ, ଓଡ଼ିଶାରୁ 500 ମେଗାୱାଟ୍ ସୌର ଶକ୍ତି କିଣିବା ଲାଗି ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ- SECI ସହ ବିଦ୍ୟୁତ୍ ଯୋଗାଣ ଚୁକ୍ତି କରିବାକୁ ରାଜ୍ୟର ସରକାରୀ ଅଧିକାରୀଙ୍କ ସହ ନିୟୁତ ନିୟୁତ ଡଲାର ଅର୍ଥାତ୍ କୋଟି କୋଟି ଟଙ୍କାର ଲାଞ୍ଚ କାରବାର କରିଛି ଆଦାନି । ଓଡ଼ିଶା ସମେତ 5 ରାଜ୍ୟରେ 2020ରୁ 2024 ମଧ୍ୟରେ ହୋଇଥିବା ଏସବୁ ଲାଞ୍ଚ କାରବାରକୁ ଖୋଦ୍ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନିଙ୍କ ପୁତୁରା ବୁଝାସୁଝା କରୁଥିଲେ । 

ଅଧିକ ପଢନ୍ତୁ: ନବୀନଙ୍କ ନୀରବତା...ବୟସର ବିବଶତା ନା ରାଜନୈତିକ ବିଚକ୍ଷଣତା ? 

ଏନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କହିବା କଥା, ଯଦି ଏହି ଖବର ସତ୍ୟ ହୋଇଥାଏ, ତାହେଲେ ସାଂଘାତିକ । କେଉଁ ଅଫିସର ଏହି ଲାଞ୍ଚ ନେଇଛନ୍ତି, ବିଦ୍ୟୁତ୍ ଯୋଗାଣ ପାଇଁ ସେତେବେଳେ କେଉଁ ମନ୍ତ୍ରୀ ଅନୁମତି ଦେଇଛନ୍ତି RAW ଭଳି ସଂସ୍ଥା ସହଯୋଗରେ ତାହା ଖୋଜି ବାହାର କରାଯାଉ । ବରିଷ୍ଠ ସାମ୍ବାଦିକଙ୍କ ମତ, ଘଟଣାର ସତ୍ୟାସତ୍ୟ ଜାଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଆନୁଷ୍ଠାନିକ ଭାବେ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ତଦନ୍ତକାରୀ ଅଧିକାରୀଙ୍କ ଜରିଆରେ ଆମେରିକାର ଜଷ୍ଟିସ୍ ବିଭାଗ ପାଖରୁ ତଥ୍ୟ ସଂଗ୍ରହ କରି କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ତାହା ସ୍ପଷ୍ଟ କରନ୍ତୁ।

Advertisment

ରିପୋର୍ଟରେ କୁହାଯାଇଛି, ଶିଳ୍ପପତି ଗୌତମ ଆଦାନି ଓଡ଼ିଶା ସମେତ ଭାରତର 5ଟି ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ହାତେଇବା ପାଇଁ ୨୧ ଶହ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ବାଢ଼ିଛି ଆମେରିକା । ଏମିତିକି, ଆମେରିକାର ନିବେଶକଙ୍କୁ ଠକିବା ଲାଗି ଆଦାନି ଆକର୍ଷଣୀୟ ସ୍କିମ୍ ଆଣିଥିବା ଅଭିଯୋଗ କରିଛି ନ୍ୟୁୟର୍କ ଡିଷ୍ଟ୍ରିକ୍ଟ କୋର୍ଟ। ଏପଟେ ପ୍ରକଳ୍ପ ପାଇଁ ଆଦାନି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଜଣାପଡ଼ିବା ପରେ ରାଜ୍ୟରେ ତେଜିଛି ରାଜନୀତି । ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରେ ଆଜି ଏନେଇ ବିକ୍ଷୋଭ କରାଯାଇଥିଲା ବେଳେ ଦଳ କହିଛି ଲାଞ୍ଚ କାରବାର ସମୟରେ ରାଜ୍ୟରେ ବିଜେଡି ସରକାର ଥିଲା । ତେଣୁ ଲାଞ୍ଚ କାରବାରରେ କେଉଁ ଅଫିସର ଥିଲେ, ଅଫିସର ନାଁରେ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ଥିଲେ ବା ମନ୍ତ୍ରୀ ସାମିଲ ଥିଲେ, ତାହାର ସିବିଆଇ ତଦନ୍ତ ହେବା ଉଚିତ । ଆଦାନିଠାରୁ କିଏ କେତେ ଟଙ୍କା ଖାଇଛି, ତାହା ଲୋକେ ଜାଣିବା ଦରକାର ବୋଲି ଦାବି କରିଛି କଂଗ୍ରେସ। 

ଏପଟେ ପ୍ରେସ ରିଲିଜ୍ ଜରିଆରରେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ବିଜେଡି। ଦଳ କହିଛି କେନ୍ଦ୍ର ସରକାରଙ୍କ ସ୍କିମ ଅନୁସାରେ କେନ୍ଦ୍ର ସରକାରଙ୍କ ସଂସ୍ଥା SECI ଓ ରାଜ୍ୟ ସରକାରଙ୍କ ସଂସ୍ଥା ଗ୍ରୀଡକୋ ମଧ୍ୟରେ ଏମ୍‌ଓୟୁ ହୋଇଥିଲା, ଯେଉଁଥିରେ କୌଣସି ତୃତୀୟ ପକ୍ଷ କି ଆଦାନୀ ନଥିଲେ। ତେଣୁ ଦଳ ସବୁ ପ୍ରକାର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛି। ଏପଟେ ଆଇନ ମନ୍ତ୍ରୀ କହିଛନ୍ତି, ଯଦି ସେଭଳି କିଛି ହୋଇଥିବ, ତଦନ୍ତ ଯାହା ହେବା କଥା ହେବ। 

Advertisment

ସେପଟେ ଲାଞ୍ଚ କାରବାର ନେଇ ଆମେରିକା ନ୍ୟାୟିକ ବିଭାଗ ଓ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ଆଦାନି ଗ୍ରୁପ୍। ନିଜର ସବୁ କାର୍ଯ୍ୟକ୍ଷେତ୍ରରେ ଉଚ୍ଚମାନର ପ୍ରଶାସନ ସହ ସ୍ବଚ୍ଛତାକୁ ଅନୁପାଳନ କରାଯାଉଥିବା ସ୍ପଷ୍ଟ କରିଛି କମ୍ପାନି। 

ଅଧିକ ପଢ଼ନ୍ତୁ: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

Odisha Politics Adani Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ