Advertisment

6 rooms burn in an explosion caused by LPG cylinder leak: ଭୟାବହ ଅଗ୍ନିକାଣ୍ଡ; ସବୁ ଜଳିପୋଡ଼ି ପାଉଁଶ

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନ ଓଡଙ୍ଗ ପଞ୍ଚାୟତରେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇ ୭ ବଖରା ଘର, ଆସବାବପତ୍ର, ମୋଟର ସାଇକେଲ ସମେତ ଅନେକ ଜିନିଷ ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
gas leak

gas leak

ଭଦ୍ରକ ଜିଲ୍ଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯାଇଛି । ଏହି ଅଗ୍ନିକାଣ୍ଡରେ ଜଳିପୋଡି ଛାରଖାର ହୋଇଯାଇଛି ୭ ବଖରା ଘର । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

Advertisment

ଜିଲ୍ଲାର ବନ୍ତ ବ୍ଲକ ଅଧିନ ଓଡଙ୍ଗ ପଞ୍ଚାୟତର ସରମରା ଗ୍ରାମର ସାହୁ ସାହିରେ ଗତ କାଲି ବିଳମ୍ବିତ ରାତିରେ ହଠାତ୍ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇଥିଲା । କେହି କିଛି ବୁଝିବା ଆଗରୁ ହିଁ ଘର ସମ୍ପୂର୍ଣ୍ଣ ଜଳି ଉଠିଥିଲା । ଏଥିରେ ଘରର ୭ ବଖରା ସମ୍ପୂର୍ଣ୍ଣ ଜଳି ଯାଇଛି । ଏହି ଅଘଟଣରେ କେହି ମୃତାତ ହୋଇ ନାହାନ୍ତି।

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା

Advertisment

ନିଆଁର ପ୍ରଖରତା ଏତେ ଥିଲା ଯେ, ସେଥିରେ ଘରେ ଥିବା ସମସ୍ତ ଆସବାବପତ୍ର, ଘର କରଣା ଜିନିଷ, ଗୋଟିଏ ମୋଟର ସାଇକେଲ ଓ ପୋଷାକ ପତ୍ର ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। 

ଅଧିକ ପଢ଼ନ୍ତୁ: କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ

Gas Leak Fire Gas Leak Gas Leakage
Advertisment
Advertisment