Advertisment

Excise Dept Under Fire: ରାଜ୍ୟରେ ସ୍କୁଲ ଓ ଧର୍ମାନୁଷ୍ଠାନର ପାଖରେ ୩୭୪ ମଦ ଦୋକାନ, ସ୍ପଟ୍ ଭେରିକେସନରେ କାହିଁକି ବାଟବଣା ଅବକାରୀ ଗାଇଡ୍ ଲାଇନ୍ସ ?

ରାଜ୍ୟରେ ଚେଇଁ ଶୋଇଛି କି ଅବକାରୀ ବିଭାଗ। ସବୁ କିଛି ଜାଣି ବି କାହିଁକି ଅଜଣା ହେଉଛି ଅବକାରୀ ବିଭାଗ। ବିଧାନସଭାରେ ଅବକାରୀ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନର ୫୦୦ ମିଟର ପରିଧି ଭିତରେ ରହିଛି ୩୭୪ଟି ମଦ ଦୋକାନ। ତେବେ ସ୍ପଟ୍ ଭେରକେସନ ବେଳେ କାହିଁକି ଅବକାରୀ ଗାଇଡ ଲାଇନ୍ସ ବାଟବଣା ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ।

author-image
Manasranjan Mohanty
 Liquor Shops

Liquor Shops

 ହଜାରେ ବର୍ଷର ସହର କଟକ। ୫୨ ବଜାର ୫୩ ଗଳି। କିନ୍ତୁ ଅବକାରୀ ନିୟମ ଯେମିତି ସହରରେ ଲାଗୁ ହୋଇନି। କେଉଁଠି ମନ୍ଦିର ସାମ୍ନାରେ ତ ଆଉ କେଉଁଠି ସ୍କୁଲ କୁ ଲାଗି ଖୋଲିଛି ମଦ ଦୋକାନ। ଆଉ ସବୁଠୁ ରୋଚକ ଦୃଶ୍ୟ ହେଲା ରାଣୀହାଟ ଛକର। ଉପର ମହଲାରେ ହସପିଟାଲ୍ ଆଉ ତଳେ ଖୋଲିଛି ମଦ ଦୋକାନ।

Advertisment

ସେହିପରି ରାଣୀହାଟ ସ୍କୁଲ୍ କୁ ଲାଗି ବି ମଦ କାଉଣ୍ଟର ଖୋଲିବାକୁ ମିଳିଛି ପରମିସନ। ଆଉ ଏହେଉଛି ତୁଳସୀପୁର ପୋଲିସ କଲୋନୀ ପୂଜା ମଣ୍ଡପ। ଠିକ୍ ମଣ୍ଡପ ସାମ୍ନାରେ ମଦ ଦୋକାନ। ଖାଲି କଟକ ନୁହେଁ ଭୁବନେଶ୍ବରରେ ବି ସମାନ ଚିତ୍ର।  ଭିଏସ୍ ଏସ୍ ନଗର ଅଞ୍ଚଳର ମନ୍ଦିର ପାଖରେ ମଦ ଦୋକାନ ଅଛି। ସେହିପରି ସୈନିକ ସ୍କୁଲ୍ ରୁ ମାତ୍ର ୨୦୦ ମିଟର ଦୂରରେ ଅଛି ବିଦେଶୀ ମଦ ଦୋକାନ। ଶିକ୍ଷାନୁଷ୍ଠାନ ଓ ଦେବାଳୟ ର ପାଞ୍ଚ ଶହ ମିଟର ପରିଧିରେ ମଦ ଦୋକାନ ଖୋଲିବା ନିୟମ ନାହିଁ। କିନ୍ତୁ ତାସତ୍ତ୍ବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲା ଖୋଲି ନିୟମକୁ ମୋଡି ମକଚି ଦିଆଯାଇଛି।...

 ଏଠି ପ୍ରଶ୍ନ ଉଠୁଛି, ସବୁ କିଛି ଜାଣି ବି କାହିଁକି ଅଜଣା ହେଉଛି ଅବକାରୀ ବିଭାଗ। ସ୍ପଟ୍ ଭେରିକେସନ ବେଳେ କେମିତି ବାଟବଣା ହେଉଛି ଗାଇଡ ଲାଇନ୍। ନା ମଦ ମାଫିଆଙ୍କ ସହ ମିଲି ଭଗତରେ ସବୁ ନିୟମର ଉଡୁଛି ଧଜିଆ। ବିଧାନ ସଭା ଅବକାରୀ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୩୭୪ ଟି ମଦ ଦୋକାନ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନର ୫୦୦ ମିଟର ପରିଧି ଭିତରେ ରହିଛି। ଏସଂକ୍ରାନ୍ତରେ ୩୩ ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଥିବାବେଳେ ୮ଟି ମଦ ଦୋକାନକୁ ସରକାର ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରୁ ସ୍ଥାନାନ୍ତର କରିଛନ୍ତି।

Advertisment

ତେବେ ଏହାକୁ ନେଇ ତେଜିଛି ରାଜନୀତି। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ଯୁବ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ସରକାର ଉପରେ ବର୍ଷିଛି। କଂଗ୍ରେସ କହିଛି ବିଜେଡି ଯାହା କରୁଥିଲା ରାଜସ୍ବ ଲୋଭରେ ଏବେ ବିଜେପି କି ସେୟା କରୁଛି। ଜବାବରେ ବିଜେପି କହିଛି ବିଜେଡି ସମୟରେ ଏସବୁ ମଦ ଦୋକାନ ବେଆଇନ ଭାବେ ଖୋଲାଯାଇଥିଲା ଯାହାକୁ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଉଛି।…

 ୭୦ ଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ଏବେ ଖୋଲାଖୋଲି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ନିୟମକୁ ଜଳାଞ୍ଜଳୀ ଦେଇ ମଦ ବିକ୍ରୀ ହେବା ଅସନ୍ତୋଷକୁ ଆହୁରୁ ବ୍ୟାପକ କରିଛି। ଏବେ ଦେଖିବାର କଥା ଗଳା ବାଟ ଦେଇ ମଦ ବିକ୍ରୀ କରିବାକୁ ପରମିସନ ପାଉଥିବା ମଦ ମାଫିଆଙ୍କ ବିରୋଧରେ ସରକାର କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। 

Schools Liquor Shop Excise Dept
Advertisment
Related Articles
Advertisment