Advertisment

Pranab Prakash Das: କୋରେଇ ରାଜନୀତିରେ ବବିଙ୍କ ରିଏଣ୍ଟ୍ରି ଉଦ୍ୟମ, କହିଲେ ମୋର କ୍ଷମତା ଦରକାର ନାହିଁ

'ବାବାଙ୍କ ନିଶ ଚେଞ୍ଜ ହୋଇନି କି କୋରେଇ ଲୋକ ଚେଞ୍ଜ ହୋଇନାହାନ୍ତି।' କହି ପୁଣି ଯାଜପୁରରେ ରି ଏଣ୍ଟ୍ରି ମାରିବାକୁ ଚେଷ୍ଟା । ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆସ୍ଥାଭାଜନ ପାଇଁ ଉଦ୍ୟମ କରୁଛନ୍ତି ବିଜେଡି ନେତା ବିଜେଡ଼ି ପ୍ରଣବ ପ୍ରକାଶ ଦାସ...

author-image
Manasranjan Mohanty
Pranab Prakash Das

Pranab Prakash Das

ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ବିଜେଡି ପାଓ୍ୱାରଫୁଲ ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସ । କୋରେଇ ଲୋକଙ୍କ ପୁଣି ଆସ୍ଥାଭାଜନ ପାଇଁ ବବି ଆରମ୍ଭ କରିଛନ୍ତି ଗୋଟି ଚାଳନା। ଯାଜପୁର ମୋ ପାଇଁ ଦେବକୀ ମାଆ ଏବଂ କୋରେଇ ମୋ ପାଇଁ ଯଶୋଦା ମାଆ ବୋଲି କହିଛନ୍ତି ବବି।

Advertisment

ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ବନ୍ଧୁମିଳନ ଅବସରରେ ଏହା କହିଛନ୍ତି ବବି । ଷଠିପୁରସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଯୋଗଦେଇଥିଲେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି।

କୋରେଇ ଓ ଯାଜପୁର ଦୁଇ ପଡୋଶୀ ନିର୍ବାଚନ ମଣ୍ଡଳୀକୁ ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବାବାଙ୍କ ନିଶ ଚେଞ୍ଜ ହୋଇନି କି କୋରେଇ ଲୋକ ଚେଞ୍ଜ ହୋଇନାହାନ୍ତି। ମାଆ ଜିତିବା ହାରିବା ବଡ଼ ନଥିଲା, ମୋ ଘରକୁ ଫେରିବା ମୋ ପାଇଁ ଇମ୍ପୋଣ୍ଟାଣ୍ଟ ଥିଲା। ନବୀନ ବାବୁଙ୍କ ପାଇଁ ମୋ ମାଆ ଘରକୁ ଫେରିଛନ୍ତି l କୋରେଇ ମାଆ ଓ କୋରେଇ ବାସୀଙ୍କ ପାଇଁ ମୁଁ ସେବା କରୁଛି ଓ କରୁଥିବି। ଆମର କ୍ଷମତା ଦରକାର ନାହିଁ ଆଶୀର୍ବାଦ ଦରକାର। ନବୀନ ବାବୁ ବହୁତ ଦେଇଛନ୍ତି, ଆମେ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଉଛନ୍ତି।

Advertisment

ଗତ ସାଧାରଣ ନିର୍ବାଚନରେ ଯାଜପୁରର ପୂର୍ବତନ ବିଧାୟକଙ୍କ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସାନ୍ଧ୍ୟରାଣୀ କୋରେଇରେ ବିଜେଡିରୁ ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ ଓ ପରାଜୟ ହୋଇଥିଲେ। ସେବେଠୁ ପ୍ରଣବଙ୍କୁ କୋରେଇରେ ବିଭନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଆଗକୁ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପଞ୍ଚାୟତ ନିର୍ବାଚନ ସହିତ ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ପ୍ରଣବ ଏବେଠୁ ଗୋଟି ଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

Korei Pranab Prakash Das
Advertisment
Related Articles
Advertisment