Advertisment

15 Month Delay: ନାହାନ୍ତି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ,ସବୁଠି ଉନ୍ନୟନ କାମ ଠପ୍...ସରକାରଙ୍କୁ ଘେରିଲେ ବିରୋଧୀ

ରାଜ୍ୟରେ ସରକାର ବଦଳିଲା, ହେଲେ ନିଯୁ୍କ୍ତ ହେଲେନି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ। ବିଜେଡି ସରକାରରେ ଏ ପଦରେ ମନ୍ତ୍ରୀ ଓ ବିଧାୟକମାନେ ରହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ ସେମାନଙ୍କୁ ହଟାଇଦେଲେ। ହେଲେ ସେ ପଦରେ ନୂଆ ନିଯୁକ୍ତି ଦେଇନାହାନ୍ତି, ଫଳରେ ୧୫ ମାସ ହେଲା ସବୁଠି ଉନ୍ନୟନ କାମରେ ଉପୁଜିଛି ବାଧା । ଯାହାକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଥିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଶୀଘ୍ର ଚୟନ ସାରିବୁ।

author-image
Manasranjan Mohanty
Development Hampered

Development Hampered

୧୫ ମାସ ହେଲା ନାହାନ୍ତି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ।ସବୁଠି ଉନ୍ନୟନ କାମ ଠପ୍ । ସରକାର ସିନା ବଦଳିଗଲେ, ହେଲେ ନିଯୁକ୍ତି ହେଲେନି ନୂଆ ଡିଷ୍ଟ୍ରିକ୍ଟ ପ୍ଲାନିଂ କମିଟି ଚେୟାରମ୍ୟାନ । ଅଧ୍ୟକ୍ଷ ନଥିବାରୁ ସବୁଠି କ୍ରିଟିକାଲ ଗ୍ୟାଫ୍ ଫଣ୍ଡ ବା CGF ଖର୍ଚ୍ଚକୁ ମିଳୁନି ଅନୁମୋଦନ । ସୂଚନା ଅନୁସାରେ-ପ୍ରତି ଜିଲ୍ଲାରେ ରହିଛି ଜିଲ୍ଲା ଯୋଜନା କମିଟି। କମିଟି ଜିଲ୍ଲାର ଚିଠା ବିକାଶ ଯୋଜନାକୁ ଅନୁମୋଦନ କରନ୍ତି। ଯଦ୍ବାରା ବାକି ରହି ଯାଉଥିବା ବଳକା ପ୍ରକଳ୍ପକୁ କ୍ରିଟିକାଲ ଗ୍ୟାପ୍ ଫଣ୍ଡରେ ମିଳେ ଅନୁମୋଦନ।

Advertisment

୨୦୧୫-୧୬ ମସିହା ପରେ ବିଜେଡି ସରକାର ଅମଳରେ କେତେକ ଜିଲ୍ଲାରେ ମନ୍ତ୍ରୀଙ୍କ ଜାଗାରେ କିଛି ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ଦେଇଥିଲେ। ଯାହାଦ୍ବାରା ୩୦ଟି ଜିଲ୍ଲାରୁ ଅଧାରୁ ଅଧିକ ସ୍ଥାନରେ ମନ୍ତ୍ରୀମାନେ ଅଧ୍ୟକ୍ଷ ପଦରେ ଥିବା ବେଳେ ଆଉ କିଛି ଜିଲ୍ଲାରେ ବିଧାୟକମାନଙ୍କୁ ବି ଅଧ୍ୟକ୍ଷ କରାଯାଇଥିଲା। ଏମିତିକି ଉକ୍ତ ପଦରେ ରହୁଥିବା ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମଧ୍ୟ ମିଳୁଥିଲା। ମାତ୍ର ବିଜେପି ସରକାର ଆସିବା ପରେ ଜିଲ୍ଲା ଯୋଜନା କମିଟିଗୁଡ଼ିକରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଯଦ୍ବାରା CGF ଟଙ୍କା ଖର୍ଚ୍ଚ ନହେବା ସହ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ଯାହାକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ।

କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡ଼ାମ ଏ ପ୍ରସଙ୍ଗରେ ସିଧା ସରକାରଙ୍କୁ ଘେରିଥିବାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ- ଏହି ପଦ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି। ବିଜେଡି ମଧ୍ୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ବେ ବିକାଶ ଅଟକିଥିବା କଟାକ୍ଷ କରିଥିବାବେଳେ ଜବାବରେ ଶାସକଦଳ କହିଛି ଡିପିସିର ଆବଶ୍ୟକତା ରହିଥିଲେ ବି କେଉଁଠି ବି ଉନ୍ନୟନ କାମ ଅଚଳ ହେଇନି।...

Advertisment

ନିୟମ ଅନୁସାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଯୋଜନା କମିଟି ବା District Planning Committee ଗଠନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ଓ ନଗର ପାଳିକାମାନଙ୍କ ଯୋଜନାକୁ ସଂଯୋଜନ କରି ବିକାଶ ଯୋଜନାକୁ ଚୂଡ଼ାନ୍ତ କରିବା। ଓଡ଼ିଶାରେ ଏହାକୁ "ଓଡ଼ିଶା ଜିଲ୍ଲା ଯୋଜନା କମିଟି ଆଇନ" ଅନୁଯାୟୀ କାର୍ଯ୍ୟକାରୀ କରାଯାଏ। ଜିଲ୍ଲା ଯୋଜନା କମିଟିଗୁଡ଼ିକର ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଯୋଜନାକୁ ନେଇ ରାଜ୍ୟ ଯୋଜନା ବୋର୍ଡ ରାଜ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିଥାଏ। ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ନୂଆ ଜିଲ୍ଲା ଯୋଜନା କମିଟି ଗଢ଼ିବାରେ ଏତେ ବିଳମ୍ବ ଠିକ୍ ନୁହେଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।

କେବଳ ଜିଲ୍ଲା ଯୋଜନା କମିଟି ନୁହେଁ ରାଜ୍ୟ ଯୋଜନା ବୋର୍ଡ ମଧ୍ୟ କାମ କରୁନି। ପୂର୍ବ ବିଜେଡି ସରକାର ଅମଳରେ 24 ବର୍ଷରେ କେବଳ ଦୁଇ ଥର ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିଥିଲା।

For Development Of Delay Odisha
Advertisment
Related Articles
Advertisment