Advertisment

Virat Reaction: ପୁଣି ଭାଇରାଲ ହେଉଛି ଭିଡିଓ, କୋହଲିଙ୍କ ରିଆକ୍ସନ ଦେଖିଲା ଭଳି..ଫ୍ୟାନ୍ସ କହିଲେ

ଏବେ ଯଦି ଅନୁଷ୍କା କୌଣସି କ୍ରିକେଟରଙ୍କ ସହ ନାଚୁଥିବା ଦେଖାଯାନ୍ତି, ତେବେ ବିରାଟ କୋହଲିଙ୍କ କିଭଳି ପ୍ରତିକ୍ରିୟା ଦେବେ । ରାଗିବେ ନା ସେମାନଙ୍କ ସହ ଡ୍ୟାନ୍ସ କରିବେ । ହୁଏତ ବିରାଟ କୋହଲି ନିଜେ ମଧ୍ୟ ସେମାନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିପାରନ୍ତି ।

author-image
Manasranjan Mohanty
Viral Video

Viral Video

ନିକଟରେ ବିରାଟ କୋହଲି ଭୁଲରେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଫଟୋକୁ ଲାଇକ କରିଦେଇଥିଲେ, ଯାହା ପରେ ଉଭୟେ ଚର୍ଚ୍ଚାରେ ଆସିଥିଲେ। ଯେତେବେଳେ ଉଭୟଙ୍କ ବିଷୟରେ ନାନା ପ୍ରକାରର ଗୁଜବ ଉଡିବା ଆରମ୍ଭ ହେଲା, ବିରାଟ ଏକ ପୋଷ୍ଟ ଜରିଆରେ ଏହି ମିଛ ଗୁଜବକୁ ଖଣ୍ଡନ କରିଥିଲେ। ଏହାର ମଧ୍ୟରେ ଅନୁଷ୍କା, ବିରାଟ ଏବଂ ଯୁବରାଜଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପୁନର୍ବାର ଟ୍ରେଣ୍ଡ କରୁଛି। ଏହି ଭିଡିଓରେ ଅନୁଷ୍କା ଶର୍ମା ଯୁବରାଜ ସିଂଙ୍କ ସହିତ ପଞ୍ଜାବୀ ଗୀତରେ ଜବରଦସ୍ତ ନାଚ କରୁଛନ୍ତି। ଉଭୟଙ୍କ ଉତ୍ସାହ ପ୍ରଶଂସନୀୟ।

Advertisment

ଆପଣ କ’ଣ କହୁଛନ୍ତି ଯେତେବେଳେ ଅନୁଷ୍କା ଏବଂ ଯୁବରାଜ ଏକ ମଞ୍ଚରେ ଏକାଠି ନଜର ଆସିଥିଲେ, ତେବେ ବିରାଟ କୋହଲିଙ୍କ ପ୍ରତିକ୍ରିୟା କିପରି ହୋଇଥିବ 

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ‘ଲଭ ବିରାଟ ଫର ଏଭର’ ଏହି ଆକର୍ଷଣୀୟ ନାଚର ଭିଡିଓ ସେୟାର କରିଛି। ଏହି ଥ୍ରୋବ୍ୟାକ ଭିଡିଓ ଦେଖି ଏହା ଅନୁମାନ କରାଯାଇପାରେ ଯେ ଟିମ ଇଣ୍ଡିଆର ସଦସ୍ୟ ଏବଂ ସେମାନଙ୍କ ପରିବାର ଏକାଠି ମିଳିମିଶି କିଛି ମଜାଦାର ସମୟ କାଟୁଛନ୍ତି ଏବଂ ପରସ୍ପର ସହ ଖୁବ ମଜା କରୁଛନ୍ତି। ଏହି ଭିଡିଓରେ ଅନୁଷ୍କା ଶର୍ମା ଏବଂ ଯୁବରାଜ ସିଂହ ନାଚୁଥିବା ଦେଖାଯାଉଛନ୍ତି। ଉଭୟେ ‘ଢୋଲ ଜାଗୀରୋ’ ଗୀତରେ ଖୁବ ନାଚୁଛନ୍ତି। ଉଭୟଙ୍କ ଉତ୍ସାହ ଏବଂ ନାଚର ଷ୍ଟେପ ଦେଖିବା ଭଳି ।

Advertisment

ଏବେ ଯଦି ଅନୁଷ୍କା କୌଣସି କ୍ରିକେଟରଙ୍କ ସହ ନାଚୁଥିବା ଦେଖାଯାନ୍ତି, ତେବେ ବିରାଟ କୋହଲିଙ୍କ କିଭଳି ପ୍ରତିକ୍ରିୟା ଦେବେ । ରାଗିବେ ନା ସେମାନଙ୍କ ସହ ଡ୍ୟାନ୍ସ କରିବେ । ହୁଏତ ବିରାଟ କୋହଲି ନିଜେ ମଧ୍ୟ ସେମାନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିପାରନ୍ତି । 

ଭିଡିଓର ଆରମ୍ଭରେ କେବଳ ଯୁବରାଜ ସିଂହ ଏବଂ ଅନୁଷ୍କା ଶର୍ମା ନାଚୁଥିବା ଦେଖାଯାଉଛନ୍ତି। କିଛି ମୁହୂର୍ତ୍ତ ପରେ ପଛରୁ ବିରାଟ କୋହଲି ମଧ୍ୟ ଦେଖାଯାଉଛନ୍ତି, ଯିଏ ଅନୁଷ୍କା ଶର୍ମାଙ୍କ ଠିକ ପାଖରେ ନାଚୁଛନ୍ତି। ଏହି ଭିଡିଓ ଦେଖି ଅନେକ ପ୍ରଶଂସକ କମେଣ୍ଟ କରିଛନ୍ତି ଯେ, “ଯୁବରାଜ ଭାଇ ଟିକେ ହଟିଯାଅନ୍ତୁ, ଯାହାଫଳରେ ବିରାଟଙ୍କ ନାଚ ଦେଖିପାରିବୁ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, “ମୋର ତିନି ଜଣ ପ୍ରିୟ ତାରକା ଗୋଟିଏ ଫ୍ରେମରେ ଦେଖାଯାଉଛନ୍ତି।

Yuvraj Singh Virat Kohli Viral Video Anushka Sharma
Advertisment
Related Articles
Advertisment