Advertisment

Murdered in Bhubaneswar: ଅପହରଣ ପରେ ମାରି ଫିଙ୍ଗିଦେଲେ,୧୫ ତାରିଖରୁ ନିଖୋଜ ଥିଲେ କ୍ୟାବ୍‌ ଡ୍ରାଇଭର୍‌

ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ।  ରାଜଧାନୀରେ ଟ୍ୟାକ୍ସି ଚଳାଇ ସେ ଗଲା ଦୁଇ ବର୍ଷ ହେଲା ନିଜ ପରିବାର ପୋଷୁଥିଲେ। ହେଲେ ୪ ଦିନ ତଳେ ସେ କାମକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ।

author-image
Manasranjan Mohanty
Murdered in Bhubaneswa

Murdered in Bhubaneswa

ରାସ୍ତା କଡ଼ରେ ଥୁଆ ହୋଇଥିଲା ଟ୍ୟାକ୍ସି। ପାଖାରେ ପଡିଥିଲା ପର୍ସ ଓ ମଦ ବୋତଲ। ତା’ ସାଙ୍ଗକୁ କାର୍‌ ଭିତରେ ଥୁଆ ହୋଇଥିଲା ଜିନିଷ ପତ୍ର। ଆଉ ସେପଟେ ପଡିଥିଲା ଗଳିତ ମୃତଦେହ। ମିଳିଛି ଗତ ୪ ଦିନ ହେବ ନିଖୋଜ ଥିବା ଟ୍ୟାକ୍ସି ଡ୍ରାଇଭର୍‌ ବିଦ୍ୟାଧର ସାହୁଙ୍କ ଡେଡ୍‌ବଡି। ତାଙ୍କ ବେକରେ ଗାମୁଛା ବନ୍ଧା ହୋଇଥିବା ବେଳେ ଦେହରେ ରହିଛି ଅନେକ କ୍ଷତ ଚିହ୍ନ। ପ୍ରଥମେ ଅପହରଣ, ପରେ ତାଙ୍କୁ ମାରି ଏଠି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି।

Advertisment

ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ।  ରାଜଧାନୀରେ ଟ୍ୟାକ୍ସି ଚଳାଇ ସେ ଗଲା ଦୁଇ ବର୍ଷ ହେଲା ନିଜ ପରିବାର ପୋଷୁଥିଲେ। ହେଲେ ୪ ଦିନ ତଳେ ସେ କାମକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। କୁଆଡେ ନିଖୋଜ ହୋଯାଇଥିଲେ। ଏହାପରେ ତାଙ୍କୁ ଅପହରଣ କରାଯାଇଥିବା ଜାଣିବାକୁ ପାଇଥିଲେ ଘର ଲୋକେ।

ଘର ଲୋକଙ୍କୁ ଅପହରଣକାରୀମାନେ ଫୋନ୍‌ କରି ବିଦ୍ୟାଧରଙ୍କ ମୁଣ୍ଡ ବାବଦକୁ ମାଗିଥିଲେ ଦୁଇ କୋଟି। ଏହାପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର। ଶୁକ୍ରବାର ଥାନାରେ ଏତଲା ଦେବା ପରେ ଶନିବାର ବିଦ୍ୟାଧରଙ୍କ ମୃତଦେହ ରାସ୍ତାକଡରୁ ଉଦ୍ଧାର ହୋଇଛି। ତାଙ୍କୁ କେହି ବିଭତ୍ସ ଭାବ୍ୟ ହତ୍ୟା କରିବା ପରେ ଏଠି ଫିଙ୍ଗି ଦେଇଥିବା କୁହାଯାଉଛି। ତାଙ୍କ ହତ୍ୟା ପଛରେ ଜବ୍‌ ସ୍କାମ୍‌ ଥିବା ବି ସନ୍ଦେହ ହେଉଛି। ବିଦ୍ୟାଧର କୁଆଡେ କାହାଠାରୁ ଚାକିରି କରାଇଦେବା ନାଁରେ ଟଙ୍କା ଠକି ନେଇ ଯାଇଥିବା ବି କୁହାଯାଉଛି।

Advertisment

ତେବେ ବିଦ୍ୟାଧରଙ୍କୁ କିଏ ଓ କାହିଁକି ହତ୍ୟା କଲା। ଯଦି ଅପହରଣକାରୀମାନେ ବିଦ୍ୟାଧରଙ୍କୁ ଟଙ୍କା ପାଇଁ ଅପହରଣ କରିଥିଲେ ତେବେ ହତ୍ୟା କାହିଁକି କଲେ? ତାଙ୍କର ପୂର୍ବରୁ କାହା ସହ ଶତ୍ରୁତା ଥିଲା କି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦହ ପାଇଁ ପଠାଇଛି। ପୂରା ମାମଲାର ତଦନ୍ତ ଜାରି ରହିଛି।

Kidnapping Ola Cab Driver Bhubaneswar Murder
Advertisment
Related Articles
Advertisment