Advertisment

Minor Student Pregnant: ମାଲକାନଗିରି ଦଶମ ଛାତ୍ରୀ ପ୍ରସବ ଘଟଣା: ଗିରଫହେଲା ମୁଖ୍ୟ ଅଭିଯୁକ୍ତ

ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ପୋଲିସ୍ । ଏହି ଲଜ୍ଜାଜନକ ଘଟଣାର ତନାଘନା ଜାରି ରଖିଛି ପୋଲିସ୍ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
MInor Student

MInor Student

ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ପୋଲିସ୍ । ଏହି ଲଜ୍ଜାଜନକ ଘଟଣାର ତନାଘନା ଜାରି ରଖିଛି ପୋଲିସ୍ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

Advertisment

ଅଭିଯୁକ୍ତର ନାମ ସୁଶାନ୍ତ ଖିଲ। ଏବଂ ଘର ଚିତ୍ରକୋଣ୍ଡା ଥାନା ଅଧିନ ଦିଶାରୀଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି । ଅପରପକ୍ଷେ RDC ମଧ୍ୟ ସଂପୃକ୍ତ ସ୍କଲରେ ପହଞ୍ଚି ତଦନ୍ତ କରିଛନ୍ତି । ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ହଷ୍ଟେଲ ମାଟ୍ରନ ଓ ANMଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।

ସୂଚନାଯୋଗ୍ୟ  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନର ମା’ ହେବାପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଛାତ୍ରୀଙ୍କୁ ଉଦ୍ଧାର କରି ପୁଲିସ ମେଡିକାଲରେ ଭର୍ତ୍ତି କରିଥିଲା ।

Advertisment

ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ଏଥିସହ ସ୍କୁଲ ହଷ୍ଟେଲରେ ରହୁଥିଲେ । ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେବାପରେ ସନ୍ଧ୍ୟାବେଳେ ହଷ୍ଟେଲରେ ହେଉଥିବା ପ୍ରାର୍ଥନାରେ ଯୋଗ ଦେଇନଥିଲେ । ଏହାପରେ ହଷ୍ଟେଲର ମାଟ୍ରୋନ ଖୋଜାଖୋଜି କରିଥିଲେ ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଥିଲେ । ହେଲେ ଛାତ୍ରୀଙ୍କୁ ପାଇନଥିଲେ । ପରେ ମାଟ୍ରୋନ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ।

ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ । ପୁଲିସ ଖବର ପାଇ ହଷ୍ଟେଲରେ ପହଞ୍ଚି ଖୋଜାଖୋଜି କରିଥିଲା । ପରେ ହଷ୍ଟେଲ ଛାତ ଉପରେ ଥିବା ପାଣି ଟାଙ୍କି ପାଖରେ ଝିଅଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଥିଲା । ପରେ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଖବର ପାଇ ସଂପୃକ୍ତ ଛାତ୍ରୀଙ୍କ ବାପା ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କେମିତି ଘଟିଲା ବୋଲି ପ୍ରଶ୍ନ କରିବା ସହ ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ଛାତ୍ରୀଙ୍କ ବାପା ମା’। ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ନିଜର ମୁଣ୍ଡରୁ ଦୋଷ ଛଡାଇବା ପାଇଁ ହଷ୍ଟେଲ ମାଟ୍ରୋନ ଓ ANMଙ୍କୁ ଦାୟୀ କରିଥିଲେ । ମାଟ୍ରୋନ ଓ ANM ଙ୍କ କାର୍ଯ୍ୟରେ ଅବହେଳା ପାଇଁ ଏପରି ଘଟଣା ଘଟିଛି ବୋଲି କହିଥିଲେ । 

ଅଧିକ ପଢ଼ନ୍ତୁ: ଋଣ ପାଇଁ ରକ୍ତମୁଖା ସାଜିଲା ଯୁବକ; ପ୍ରେମିକ ସହ ୫ ଜଣଙ୍କୁ ହାଣିଲା

Odisha Malkangiri Minor Girl Student
Advertisment
Advertisment