Advertisment

Balasore Diarrhea Outbreak: ବାଲେଶ୍ବରକୁ ବ୍ୟାପିଲା ଝାଡ଼ାବାନ୍ତି, ଆଉ ୩ ଜିଲ୍ଲା ଗସ୍ତ କରିବ ସରକାରୀ ଟିମ

ବାଲେଶ୍ବରରେ ଅଚାନକ ୧୦ରୁ ଅଧିକ ପିଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରାତିରେ କିଛି ପିଲାଙ୍କୁ ପ୍ରଥମେ ଜ୍ବର ଓ ପେଟ କାଟିଥିଲା ପରେ ଝାଡ଼ା ହେବାରୁ ପିଲାଙ୍କୁ ପ୍ରଥମେ ସହରାଞ୍ଚଳ ହସ୍ପିଟାଲରେ ଚିକିତ୍ସା କରାଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
dirreah

dirreah

ଏଯାଏ ଥମିନି ଝାଡାବାନ୍ତି ପ୍ରକୋପ । ବାଲେଶ୍ବରରେ ଅଚାନକ ୧୦ରୁ ଅଧିକ ପିଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରାତିରେ କିଛି ପିଲାଙ୍କୁ ପ୍ରଥମେ ଜ୍ବର ଓ ପେଟ କାଟିଥିଲା। ପରେ ଝାଡ଼ା ହେବାରୁ ପିଲାଙ୍କୁ ପ୍ରଥମେ ସହରାଞ୍ଚଳ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ଗତକାଲି ପିଲାଙ୍କୁ ଅଧିକ ଝାଡ଼ାବାନ୍ତି ହେବାରୁ ୧୦ ଜଣ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଭୋଗରାଇ କମର୍ଦ୍ଦା ଅଞ୍ଚଳରେ ୧୬ ଜଣ ଝାଡ଼ାବାନ୍ତିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

Advertisment

ଅଧିକ ପଢନ୍ତୁ: ମଝି ଆକାଶରେ ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ ଏମରଜେନ୍ସି ଲ୍ୟାଣ୍ଡିଂ

ଆଜି ପୁଣି ୩ ଜିଲ୍ଲା ଗସ୍ତ କରିବ ରାଜ୍ୟ ସରକାରଙ୍କ ଟିମ୍ । ସବୁ ଜିଲ୍ଲା CDMO, ମେଡିକାଲ୍ ଡିନ୍ ଏବଂ ମେଡିକାଲ୍ ଅଧ୍ୟକ୍ଷଙ୍କୁ ନେଇ ଗଠିତ ଟିମ୍ ଆଜି ଯାଜପୁର, କଟକ, ଭଦ୍ରକ ଗସ୍ତ କରିବ। ଏପଟେ ୫ଟି ଜିଲ୍ଲାରେ ଡାଇରିଆ ବ୍ୟାପିଛି, ୨୫ଟି ଜିଲ୍ଲାରେ ବ୍ୟାପିନି ବୋଲି ସ୍ବାସ୍ଥ୍ୟବିଭାଗ କହିଛି । ତେବେ ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ନଜର ରଖିଛି। ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ନେଇ ଏପରି କିଛି ବିସ୍ତୁତ ଭାବେ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍।

Advertisment

ଦୁଇ ତିନି ଦିନ ହେଲା ସେଣ୍ଟ୍ରାଲ ଟିମ୍ ଗସ୍ତ କରି ଫିଡ୍ ବ୍ୟାକ୍ ନେଇଛନ୍ତି। ସବୁ ପାନୀୟ ଜଳ ଉତ୍ସ ବିଶୁଦ୍ଧୀକରଣ ପାଇଁ ପରାମର୍ଶ ଦିଆଯିବା ସହ ପ୍ରତି ୩ ଦିନରେ ବିଶୁଦ୍ଧୀକରଣ ପାଇଁ କୁହାଯାଇଛି। ଏବେ ୧୦୦ଟି ସାମ୍ପଲ୍ ରୁ ୧୬ ପଜିଟିଭ୍ ଆସିଛି, ଏସବୁ ଯାଜପୁର ଜିଲ୍ଲାର। ଏହାସହ ସ୍କୁଲ୍ ଖୋଲୁଥିବାରୁ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ହୋଇଛି। ଚିକିତ୍ସା ନେଇ ନିର୍ଦ୍ଦିଷ୍ଟ ଭାବେ ପ୍ରୋଟୋକଲ ଜାରି କରାଯାଇଛି, ତାକୁ ପାଳନ କରାଯିବାକୁ କଡ଼ା ନିର୍ଦ୍ଦେଶ ରହିଛି। ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ହେବ। ଏପରିକି ଯାଜପୁରର ଜଣେ ଡାକ୍ତରଙ୍କୁ ସସପେଣ୍ଡ୍ ବି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଯାଜପୁର, ଭଦ୍ରକ ଜିଲ୍ଲାରେ ହଇଜା ବ୍ୟାପିଥିବାରୁ ବାଲେଶ୍ବର ଜିଲ୍ଲାରେ ବି ସତର୍କତା ବଢ଼ିଛି।

ଅଧିକ ପଢନ୍ତୁ: ଏୟାର ଇଣ୍ଡିଆ ବିମାନକୁ ବୋମାମାଡ଼ ଧମକ, ଥାଇଲାଣ୍ଡରେ ଏମରଜେନ୍ସି ଲ୍ୟାଣ୍ଡିଂ

Jajpur Balasore Diarrhea
Advertisment
Advertisment