Advertisment

କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ଶଶି ଥରୁର ଆଣିଲେ ଏମିତି ଅଭିଯୋଗ

କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
Sashi Tharoor

sashi tharoor

କଂଗ୍ରସ ସଭାପତି ନିର୍ବାଚନ ତାରଖ ଯେତିକି ପାଖେଇ ପାଖେଇ ଆସୁଛି, ଉତ୍କଣ୍ଠା ସେତିକି ବଢୁଛି। ଦଳୀୟ ଏଜେଣ୍ଡା ବି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏହି ନିର୍ବାଚନ ପାଇଁ ମୁହାଁମୁହିଁ ହେବେ ଶଶି ଥରୁର ଏବଂ ମଲ୍ଲିକାର୍ଜ୍ଜୁନ ଖାଡଗେ।  ତେବେ ଦଳ କାହାକୁ ସମର୍ଥନ କରୁ ନ ଥିବା କୁହାଯାଉଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଛି। 

Advertisment

 କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି। ଖାଡେଗଙ୍କୁ ପ୍ରଚାର କରିବାକୁ ସୁଯୋଗ ମିଳୁଛି। ହେଲେ ଶଶିଙ୍କୁ ଡାକୁନାହାନ୍ତି କି କୌଣସି ଖୋଲା ସମର୍ଥନ ମିଳୁନି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଚେନ୍ନାଇରେ ଶଶି ଥରୁରଙ୍କୁ ଝଟକା; ବୈଠକରେ ୭୦୦ ପ୍ରତିନିଧିଙ୍କ ମଧ୍ୟରୁ ଯୋଗ ଦେଲେ ୧୨

Advertisment

ଦଳ ପକ୍ଷରୁ ତାଙ୍କୁ ସମର୍ଥନ କରାଯାଉଛି। ହେଲେ ପ୍ରଚାର ପାଇଁ ଆବଶ୍ୟକ ସୁଯୋଗ ମିଳୁନଥିବା କହିଛନ୍ତି ଶଶି। ସୋନିଆ କାହାକୁ ମନୋନୀତ କରିନାହାନ୍ତି ବୋଲି କହିଛନ୍ତି ଥରୁର । ଅର୍ଥାତ୍ ଦଳୀୟ ନେତାଙ୍କୁ ନିଜ ବିବେକ ଅନୁଯାୟୀ ମତ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ହେବ, ତାକୁ ନେଇ ଚର୍ଚ୍ଚା । ସୋନିଆ ଖଡ଼ଗେଙ୍କୁ ଅଧିକ ପସନ୍ଦ କରୁଥିବାରୁ କଂଗ୍ରେସ ନେତା ତାଙ୍କୁ ସମର୍ଥନ କରିବେ, ନା ଶଶି ଥରୁରଙ୍କ ଭଳି ଦକ୍ଷ ନେତାଙ୍କ ସପକ୍ଷରେ ଯିବେ ସେ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି। ତେବେ ଥରୁରଙ୍କ ପ୍ରାର୍ଥିତ୍ୱ ଦଳୀୟ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତେବେ ଉଭୟ ଦଳକୁ ସଜାଡିବାକୁ ନିର୍ବାଚନ ଲଢ଼ୁଛନ୍ତି। ଶିଶି ତାଙ୍କ ଭାଇ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ।

ଆସନ୍ତା ୧୭ରେ କଂଗ୍ରେସ ସଭାପତି ପାଇଁ ନିର୍ବାଚନ ହେବ। ୧୯ ତାରିଖରେ ଫଳାଫଳ ଘୋଷଣା ହେବ। ଦୀର୍ଘ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି। 

Shashi Tharoor Congress Presidential Election
Advertisment
Advertisment