ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ନୂତନ ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ SOP ଜାରି କରାଯାଇଛି । ବିଭାଗର SOP ଅନୁଯାୟୀ, ତୁରନ୍ତ ନୂତନ ରାଜସ୍ବ ଗ୍ରାମ ଗୁଡ଼ିକର ନକ୍ସା ପରିବର୍ତ୍ତନ କରିବାକୁ ରାଜ୍ୟ ଭୂ- ରେକର୍ଡ ଓ ସର୍ଭେ ଓ ସର୍ଭେ ନିର୍ଦ୍ଦେଶକଙ୍କ ସହ ସମସ୍ତ ଜିଲ୍ଲାପାଳ ଏବଂ RDCଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବି ହୋଇ ଆସୁଥିଲା । ଏହାକୁ ନେଇ ଜିଲ୍ଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସକୁ ଆଧାର କରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି ।
ରାଜସ୍ବ ଗ୍ରାମ ବିଭାଜନ ଦ୍ବାରା ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍। ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମ ନୂତନ ଖାତା ଓ ପ୍ଲଟ୍ ତଥ୍ୟ ରହିବା ଜରୁରୀ । ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି ପୁରୁଣା ରାଜସ୍ୱ ଗ୍ରାମର ରେକର୍ଡ ମିଶି ନ ଯାଏ ସେଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
Also Read
ରାଜ୍ୟରେ ୧୯୯୧ରୁ ୨୦୨୪ ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ୧ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା । ହେଲେ ପୂର୍ବତନ ସରକାର ସେଥିରୁ ମାତ୍ର ୩୦୦ ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବାକି ୭୦୦ ଗାଁର ମ୍ୟାପ କରିପାରିଲେ ନାହିଁ ପୂର୍ବ ସରକାର । ତେଣୁ ମ୍ୟାପ ହୋଇନଥିବା ବାକି ଗାଁ ଏବଂ ନୂଆ ଗାଁ ମିଶାଇ 1635 ରାଜସ୍ୱ ଗାଁ ଗୁଡ଼ିକର ମ୍ୟାପ କରିବା ପାଇଁ ଯାଉଛନ୍ତି ସରକାର । ସେଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ...