ମୃତ୍ୟୁ ବି ଏମିତି ଆସିପାରେ । କେହି କଳ୍ପନା କରିନଥିଲେ । ସକାଳୁ ଉଠି ପ୍ରସ୍ତୁତ ହୋଇ ସ୍କୁଲ ଆସିଥିଲେ ପାଠ ପଢ଼ିବା ପାଇଁ । କିନ୍ତୁ ସ୍କୁଲ ଗେଟ୍ ପାଖରେ ହିଁ ଜୀବନ ଚାଲିଗଲା । ଉତ୍ତରପ୍ରଦେଶ ବାରାବଙ୍କୀ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍କୁଲରେ ପଢୁଥିବା ୧୨ବର୍ଷର ଛାତ୍ର ଅଖିଲ ପ୍ରତାପ ସିଂଙ୍କ ଅଚାନକ ମୃତ୍ୟୁରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି ଖରା ଛୁଟି ସରିଲା ପରେ ମଙ୍ଗଳବାର ସ୍କୁଲ ଖୋଲିଥିଲା । ଅଖିଲ ପାଠ ପଢ଼ିବାକୁ ସ୍କୁଲ ଆସିଥିଲେ । ସେତେବେଳକୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଠିକ ଥିଲା । କିନ୍ତୁ ସ୍କୁଲ ଗେଟ୍ ପାଖରେ ହିଁ ଟଳିପଡିଥିଲେ ଅଖିଲ ।
ଅଧିକ ପଢନ୍ତୁ: ବିମାନ ଉଡାଣ ବିଳମ୍ବ କିମ୍ବା ବାତିଲ ହେଲେ ଯାତ୍ରୀମାନେ ପାଇପାରିବେ କ୍ଷତିପୂରଣ; ଜାଣନ୍ତୁ କ’ଣ କହୁଛି ନିୟମ
Also Read
ଅଖିଲ ମଙ୍ଗଳବାର ସକାଳେ ନିଜ ପିତାଙ୍କ ସହ କାରରେ ସ୍କୁଲ ଆସିଥିଲେ । କାରରୁ ଓହ୍ଲାଇ ଯେତେବେଳେ ଗେଟ ଆଡକୁ ଗଲେ ହଠାତ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ସ୍କୁଲ ପ୍ରଶାସନ ଓ ଅନ୍ୟ କର୍ମଚାରୀ ତୁରନ୍ତ ଅଖିଲଙ୍କୁ ନିକଟସ୍ଥ ଏକ ହସପିଟାଲରେ ଭର୍ତ୍ତି କରାଇଥିଲେ । ଡାକ୍ତର ଯାଞ୍ଚ କରିବା ପରେ ଅଖିଲଙ୍କୁ ମୃତ ଘୋଷଣା କରିଥିଲେ ।
ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଅଖିଲଙ୍କ ପିତା ଜିତେନ୍ଦ୍ର ପ୍ରତାପ ସିଂ କହିଛନ୍ତି ପୁଅର ସ୍ବାସ୍ଥ୍ୟବସ୍ଥା ପୁରା ଠିକ ଥିଲା । ପୁଅର କୌଣସି ସମସ୍ୟା ନଥିଲା ।
ଏହି ଘଟଣା ଚିକିତ୍ସା ବିଶେଷଜ୍ଞଙ୍କୁ ଚକିତ କରିଦେଇଛି । ଜିଲ୍ଲା ହସପିଟାଲର ଡାକ୍ତର ରାଜେଶ କୁଶୱାହା କହିଛନ୍ତି ଏବେ କମ ବୟସର ଶିଶୁଙ୍କ ନିକଟରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଏହାର ଯାଞ୍ଚ ହେବା ନିହାତି ଦରକାର କି ଅଖିଲଙ୍କ କଣ ସ୍ବାସ୍ଥ୍ୟ ସମସ୍ୟା ରହିଥିଲା ।
ଅନେକ ଲୋକ ଅଖିଲଙ୍କ ମୃତ୍ୟୁକୁ ସାଇଲେଣ୍ଟ ହାର୍ଟ ଆଟାକ୍ ସହ ଯୋଡୁଛନ୍ତି । କିନ୍ତୁ ଡାକ୍ତର ଏହାକୁ ଖଣ୍ଡନ କରୁଛନ୍ତି । ଛୋଟ ଛୁଆଙ୍କୁ ସାଇଲେଣ୍ଟ ହାର୍ଟ ଆଟାକ୍ ହେବା ଖୁବ ବିରଳ ବୋଲି କହିଛନ୍ତି ।
ଏହି ଦୁଃଖଦ ଘଟଣା ପରେ ସ୍କୁଲରେ ବି ଶୋକର ଛାୟା ଖେଳିଯାଇଛି । ଏଥିପାଇଁ ଗୋଟିଏ ଦିନ ସ୍କୁଲ ଛୁଟି କରାଯାଇଛି । ଅଖିଲଙ୍କ କିଭଳି ମୃତ୍ୟୁ ହେଲା ତାର କାରଣ ଖୋଜୁଛନ୍ତି ଲୋକ । ଗୋଟିଏ ସ୍ବାସ୍ଥ୍ୟବାନ ପିଲା ସ୍କୁଲ ଆସିଲା ଓ ହଠାତ ତାର ଜୀବନ ଚାଲିଗଲା । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।