/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750441329.jpg)
Up Man Marries
ଯେଉଁ ଯୁବତୀକୁ ପୁଅ ସହିତ ବାହା କରିବା ପାଇଁ ଠିକ୍ କରିଥିଲେ, ତାସହ ନିଜେ ବାହା ହୋଇଗଲେ । ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ। ଶକୀଲଙ୍କ ୬ ଜଣ ସନ୍ତାନସନ୍ତତି । ସେମାନଙ୍କ ମଧ୍ୟରୁ ସେ ତାଙ୍କର ୧୫ ବର୍ଷର ନାବାଳକ ପୁଅର ବାହାଘର ଠିକ୍ କରିଥିଲେ ଜଣେ ଯୁବତୀଙ୍କ ସହିତ । ସେହି ଯୁବତୀ ଜଣଙ୍କ ତାଙ୍କ ନାବାଳକ ପୁଅଠାରୁ ବୟସରେ ବେଶ୍ ବଡ଼ ଥିଲା ।
ଏହି ବିବାହକୁ ଶକୀଲଙ୍କ ପତ୍ନୀ ଶବାନା ଓ ପୁଅ ଉଭୟ ବିରୋଧ କରିଥିଲେ। କିନ୍ତୁ ଶକୀଲ କିଛି ଶୁଣି ନଥିଲେ । ଓଲଟି ସେମାନଙ୍କ ସହିତ ମାରପିଟ କରିଥିଲେ। ବାହାଘର ଠିକ୍ ହେବା ପରେ ଶକୀଲଙ୍କ ହାବଭାବ ଉପରେ ତାଙ୍କ ପତ୍ନୀ ଶବାନାଙ୍କର ସନ୍ଦେହ ହୋଇଥିଲା।
ଅଧିକ ପଢ଼ନ୍ତୁ: କ’ଣ କରିଦେଲେ ଭାଇ, ଜୀବିତ ବେ।ଲି ଦେବ।କୁ ପଡୁଛି ପ୍ରମାଣ
ସେ ସନ୍ଦେହ କରିଥିଲେ ଯେ ଉକ୍ତ ଯୁବତୀଙ୍କ ସହିତ ତାଙ୍କ ସ୍ୱାମୀ ଶକୀଲଙ୍କର ଅବୈଧ ସଂପର୍କ ରହିଛି। ଏମିତିକି ସେ ଘର ବାହାରେ ସେମାନଙ୍କୁ ଦୁଇ ଥର ଏକାଠି ଦେଖିଥିଲେ। ସେହିଭଳି ଶକୀଲ ଦିନରେ ଅଧିକାଂଶ ସମୟ ଉକ୍ତ ଯୁବତୀଙ୍କ ସହିତ ଭିଡିଓ କଲ୍ରେ କଥାବାର୍ତ୍ତା ହେଉଥିଲେ।
ଶବାନାଙ୍କ ଏଭଳି ସନ୍ଦେହକୁ ପ୍ରଥମେ ପ୍ରଥମେ ପରିବାରର ଅନ୍ୟ ସଦସ୍ୟମାନେ ଗ୍ରହଣ କରି ନଥିଲେ। ଏହା ପରେ ସେ ତାଙ୍କ ପୁଅ ସହିତ ମିଶି ଶକୀଲଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଥିଲେ। ଶକୀଲଙ୍କର ଉକ୍ତ ଯୁବତୀ ସହିତ ସଂପର୍କ ଥିବା ସ୍ପଷ୍ଟ ହେବା ପରେ ତାଙ୍କ ପୁଅ ତାଙ୍କୁ ବାହା ହେବାକୁ ମନା କରି ଦେଇଥିଲେ।
ଶକୀଲଙ୍କ ପୁଅ ଦାବି କରିଛନ୍ତି ଯେ ତାଙ୍କ ବାପାଙ୍କ ଆଫେୟାର ସଂପର୍କରେ ତାଙ୍କ ଜେଜେ ବାପା ଓ ଜେଜେ ମା’ ଜାଣିଥିଲେ। ଏମିତିକି ସେମାନେ ମଧ୍ୟ ତାଙ୍କୁ ସେହି ଯୁବତୀଙ୍କୁ ବାହା ହେବାରେ ସହଯୋଗ କରିଥିଲେ।
ଶକୀଲଙ୍କ ୧୫ ବର୍ଷର ନାବାଳକ ପୁଅ କହିଛନ୍ତି ଯେ ଉକ୍ତ ଯୁବତୀଙ୍କୁ ବାହା ହେବା ପାଇଁ ତାଙ୍କ ବାପା ଘରୁ ନଗଦ ୨ ଲକ୍ଷ ଟଙ୍କା ଓ ୧୭ ଗ୍ରାମର ସୁନାଗହଣା ନେଇ ପଳାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)