Advertisment

Vip Number: ଅଜବ ସଉକ, ପାଣି ଭଳି ଖର୍ଚ୍ଚ କରିଦେଲେ ଟଙ୍କା

ସଞ୍ଜୀବ କୁମାରଙ୍କ ଏହି କାମ ଏବେ ସବୁଠି ଚର୍ଚ୍ଚ।ରେ । କିଛି ଲେ।କ ଏହାକୁ ନେଇ ଆଶ୍ଚର୍ଯ୍ୟ ହେଉଥିବା ବେଳେ କିଛି ଲେ।କ ଏହାକୁ ଡିଜିଟାଲ ପ୍ରକ୍ରିୟାର ସଫଳତା ବେ।ଲି କହୁଛନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Vip Number

Vip Number

ନିଜର ସଉକ ପୂରଣ କରିବା ବହୁତ ବଡ଼ କଥା । କାରଣ ସମସ୍ତେ ଏହା କରିପାରନ୍ତି ନାହିଁ । ଏଥିପାଇଁ କେବଳ ଟଙ୍କା ନୁହେଁ ଏକ ବଡ଼ ହୃଦୟ ବି ଦରକାର। ଚାଲନ୍ତୁ ଜାଣିବା ଏଭଳି ଜଣେ ଲେ।କଙ୍କ ବିଷୟରେ ଯିଏ ନିଜର ସଉକ ପୂରଣ କରିବାକୁ ଯାହା କରିଛନ୍ତି ତାକୁ ନେଇ ସବୁଠି ଚର୍ଚ୍ଚ। ।

Advertisment

ସଉକ ଆଗରେ ବାକି ସବୁ ପଛରେ । ଏଭଳି କିଛି ଭାବନ୍ତି ହିମାଚଳ ପ୍ରଦେଶର ସଞ୍ଜୀବ କୁମାର । ସେ ମାତ୍ର ଏକ ଲକ୍ଷ ଟଙ୍କାରେ ଏକ ସ୍କୁଟି କିଣିଛନ୍ତି । କିନ୍ତୁ ସ୍କୁଟି ପାଇଁ ୧୪ ଲକ୍ଷ ଟଙ୍କାର ଭିଆଇପି ନମ୍ବର କିଣିଛନ୍ତି । ପଚାରିଲେ କହୁଛନ୍ତି ସଉକ ଆଗରେ ଟଙ୍କା ଦେଖାଯାଏନି । ସେ।ସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛନ୍ତି ସଞ୍ଜୀବ କୁମାର ।

ଏହି ଘଟଣା ହିମାଚଳ ପ୍ରଦେଶର ହମିରପୁରର । ସଞ୍ଜୀବ କୁମାର ୧୪ ଲକ୍ଷ ଟଙ୍କାରେ ଭିଆଇପି ନମ୍ବର HP21C-0001 କିଣିଛନ୍ତି । ପରିବହନ ବିଭାଗ ନିଲାମ ଡକାଯାଇଥାଏ । ଏଥିପାଇଁ ଅନଲାଇନରେ ନିଲାମ ଡକାଯାଇଥାଏ ।

Advertisment

ଏହି ନମ୍ବର ବି ଅନଲାଇନ ନିଲାମ ପ୍ରକ୍ରିୟାରୁ ମିଳିଛି । ଯେଉଁଥିରେ କେବଳ ୨ଜଣ ଲେ।କ ଭାଗ ନେଇଥିଲେ । ଏଥିରେ ଜଣେ ଲେ।କ ୧୩ଲକ୍ଷ ୫୦ ହଜାର ଟଙ୍କା ଯାଏ ନିଲାମ ଡାକିଥିଲେ । କିନ୍ତୁ ସଞ୍ଜୀବ କୁମାର ତାଙ୍କୁ ପଛରେ ପକାଇ ୧୪ଲକ୍ଷ ଟଙ୍କାରେ ନମ୍ବରଟିକୁ କିଣି ଦେଇଛନ୍ତି ।

ଏହି ଟଙ୍କା ହିମାଚଳ ସରକାରଙ୍କ ଖାତାରେ ରାଜସ୍ବ ରୂପରେ ଜମା ହେ।ଇଛି । ପରିବହନ ବିଭାଗ କହିଛି ଏହା ଆଜି ଯାଏ ସବୁଠୁ ମହଙ୍ଗା ଟୁ-ହ୍ବିଲର ନମ୍ବର । ସଞ୍ଜୀବ କୁମାର ନିଜ ପ୍ରତିକ୍ରିୟାରେ କହିଛନ୍ତି ଖାସ ଓ ୟୁନିକ ନମ୍ବର ମେ।ର ପସନ୍ଦ । ସେ ଏହି ନମ୍ବର ନିଜର ନୂଆ ସ୍କୁଟି ପାଇଁ କିଣିଛନ୍ତି ।

ସଞ୍ଜୀବ କୁମାରଙ୍କ ଏହି କାମ ଏବେ ସବୁଠି ଚର୍ଚ୍ଚ।ରେ । କିଛି ଲେ।କ ଏହାକୁ ନେଇ ଆଶ୍ଚର୍ଯ୍ୟ ହେଉଥିବା ବେଳେ କିଛି ଲେ।କ ଏହାକୁ ଡିଜିଟାଲ ପ୍ରକ୍ରିୟାର ସଫଳତା ବେ।ଲି କହୁଛନ୍ତି ।

ପୂର୍ବରୁ ଏପରି ଏକ ଘଟଣା ଘଟିଥିଲା କେରଳରେ । କେ।ଚିରେ ଜଣେ ବ୍ୟକ୍ତି ଆରଟିଓ ନିଲାମୀରେ ନିଜର ଦାମୀ କାର ପାଇଁ ୪୬ଲକ୍ଷ ଟଙ୍କାର ଏକ ଭିଆଇପି ନମ୍ବର କିଣିଥିଲେ ।

Social Media Transport Department Himachal Pradesh
Advertisment
Related Articles
Advertisment