Advertisment

Census: ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି, ଏଥର ୨ଟି ପର୍ଯ୍ୟାୟରେ ହେବ ସେନସସ୍‌

ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଜନଗଣନା ପାଇଁ ବିଜ୍ଞପ୍ତି ଜାରି

ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି । ୨୦୨୭ ଜନଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜନଗଣନା ଆରମ୍ଭ ହେବ । ଚଳିତ ଥର ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ହେବ । ତେବେ ଦେଶରେ ପ୍ରଥମ ଥର ଜନଗଣନା ସହ ଜାତି ଜନଗଣନା ବି ହେବ । ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜନଗଣନା ସହିତ ଜଡ଼ିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ । ପ୍ରଥମେ କର୍ମଚାରୀଙ୍କ ନିଯୁକ୍ତି, ତାଲିମ, ଫର୍ମାଟ୍‌ ପ୍ରସ୍ତୁତି ଏବଂ ଫିଲ୍ଡ୍‌ ୱାର୍କର ଯୋଜନା ପ୍ରସ୍ତୁତି କରାଯିବ ।

Advertisment

ଅଧିକ ପଢ଼ନ୍ତୁ: AI ବିମାନ ଦୁର୍ଘଟଣା ପୂର୍ବରୁ ବିଚଳିତ ଥିଲେ ପାଇଲଟ୍, କ୍ରାସର ୫ ସେକେଣ୍ଡ ପୂର୍ବରୁ କହିଥିଲେ ୭ଟି ଶବ୍ଦ

ଯଦିଓ, ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ, ଯାହା ମାଧ୍ୟମରେ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ। ଏହି ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଅଭ୍ୟାସ ମଧ୍ୟରୁ ଗୋଟିଏ, ଯାହା ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୁଏ । ତେବେ କରୋନା ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା ।

Advertisment

ଏଥର ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ । ତୁଷାରପାତ ହେଉଥିବା ରାଜ୍ୟ ଗୁଡ଼ିକରେ ୨୦୨୬ ଅକ୍ଟୋବରରେ ଆରମ୍ଭ ହେବ ଜନଗଣନା। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ତୁଷାରପାତ ହେଉଥିବା ଅଞ୍ଚଳ ଗୁଡ଼ିକରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ ହେବ । ଏହି ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ମଧ୍ୟ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଦେଶରେ ଜନଗଣନା ଶେଷ ଥର ପାଇଁ ୨୦୧୧ରେ ହୋଇଥିବା ବେଳେ, ଦୀର୍ଘ ୧୬ ବର୍ଷ ପରେ ଏହା ପୁଣି ହେବାକୁ ଯାଉଛି ।

ତେବେ ଚଳିତ ଜନଗଣନା ପ୍ରକ୍ରିୟାରେ ପ୍ରାୟ ୩୪ ଲକ୍ଷ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ମୋବାଇଲ୍ ଡିଜିଟାଲ୍ ଗ୍ୟାଜେଟ୍ ସହିତ କାର୍ଯ୍ୟ ପରିଚାଳନା କରିବେ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: UPI ଉପଭୋକ୍ତା ହୋଇଯାଆନ୍ତୁ ସାବଧାନ, ଅଗଷ୍ଟ ୧ରୁ ବଦଳିବ ନିୟମ

India Home Ministry
Advertisment
Related Articles
Advertisment