/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747899767.jpg)
PM Modi In Rajasthan
ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ପ୍ରଥମ ଥର ରାଜସ୍ଥାନ ଗସ୍ତ କରିଛନ୍ତି । ରାଜସ୍ଥାନ ବିକାନେରରୁ ପାକିସ୍ତାନକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍ରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ'ଣ ହୁଏ ବିଶ୍ୱ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମେ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ ସିନ୍ଦୂର ଲିଭାଇବାକୁ ଆସିଥିଲେ, ସେମାନେ ମାଟିରେ ମିଶିଲେ । ୩ ସେନାର ଚକ୍ରବ୍ୟୂହରେ ଫସିଲେ,ବାହାରି ପାରିଲେନି । ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ବ କରୁଥିଲା, ତାହା କାମ ଦେଲାନି ।''
ମୋଦି ଆହୁରି କହିଛନ୍ତି ଯେ, ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି । ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି । ଆତଙ୍କୀ ହମ୍ଲା ହେଲେ କଡ଼ା ଜବାବ ଦିଆଯିବ । ସେନାବାହିନୀ କଣ କରାଯିବ ତାହାର ନିଷ୍ପତ୍ତି ନେବ । ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ । ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ । ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ ।
ଅଧିକ ପଢନ୍ତୁ : ଜୁନ୍ରେ ଓଡ଼ିଶା ଆସିବେ ମୋଦି ! ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ହୋଇପାରନ୍ତି ସାମିଲ
#ପାକିସ୍ତାନକୁ_ପ୍ରଧାନମନ୍ତ୍ରୀଙ୍କ_ନିଶାନା
-ରାଜସ୍ଥାନ ବିକାନେରରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା
-ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ନିଶାନା କଲେ
-ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍ରେ ଦେଲୁ
-ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କଣ ହୁଏ ବିଶ୍ବ ଦେଖିଲା
-୯ଟି ଆତଙ୍କୀ ଆଡ୍ଡାକୁ ଆମେ ସେନା ମାଟିରେ ମିଶାଇ ଦେଲା… pic.twitter.com/oz0jpzzy2S— ଓଟିଭି (@otvkhabar) May 22, 2025
ପ୍ରଧାନମନ୍ତ୍ରୀ ବିକାନେରରେ ପହଞ୍ଚିବା ପରେ କରନୀ ମାତା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ଦେଶନୋକ ରେଳ ଷ୍ଟେସନର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇବା ପରେ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଗଡ଼ିଛି । ଆଜି ରାଜସ୍ଥାନକୁ ଆଜି ଅନେକ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଏହାସହ ନାଲ ଏୟାରବେସରେ ଯବାନମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ଅମୃତ ଭାରତ ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ୧୦୩ଟି ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ବିକାନେର ଓ ଉଦୟପୁରରେ ଶକ୍ତି ପ୍ରକଳ୍ପକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)