Advertisment

Turkey misused indias Friendship: ଭାରତର 'ଦୋସ୍ତି'କୁ ଭୁଲିଗଲା ବେଇମାନ୍ ତୁର୍କୀ, ଇସଲାମାବାଦକୁ ପଠାଇଥିଲା ଡ୍ରୋନ୍ ଭର୍ତ୍ତି ଜାହାଜ

ଭୂକଂପବେଳେ ଭାରତର 'ଦୋସ୍ତି'କୁ ଭୁଲିଗଲା ବେଇମାନ୍ ତୁର୍କୀ। ପାକ୍ ସେନାକୁ ଯୁଦ୍ଧାସ୍ତ୍ର ଯୋଗାଇ ତୁର୍କୀ ବିଶ୍ବାସଘାତକର ପ୍ରମାଣ ଦେଇଛି। ପହଲଗାମରେ ଆତଙ୍କୀଙ୍କ ବର୍ବରତା ପରଠୁ ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଭିତରେ ଡ୍ରୋନ ପଠାଇ ପାକିସ୍ତାନକୁ ସହଯୋଗ କରିଛି। ଗତ ଏପ୍ରିଲ ୨୭ରେ ଇସଲାମାବାଦକୁ ପଠାଇଛି ଡ୍ରୋନ୍ ଭର୍ତ୍ତି ବିମାନ।

ଅଦ୍ୟତନ ହୋଇଛି
turkey

turkey

Advertisment

ଭୂକଂପବେଳେ ଭାରତର 'ଦୋସ୍ତି'କୁ ଭୁଲିଗଲା ବେଇମାନ୍ ତୁର୍କୀ। ପାକ୍ ସେନାକୁ ଯୁଦ୍ଧାସ୍ତ୍ର ଯୋଗାଇ ତୁର୍କୀ ବିଶ୍ବାସଘାତକର ପ୍ରମାଣ ଦେଇଛି। ପହଲଗାମରେ ଆତଙ୍କୀଙ୍କ ବର୍ବରତା ପରଠୁ ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଭିତରେ ଡ୍ରୋନ ପଠାଇ ପାକିସ୍ତାନକୁ ସହଯୋଗ କରିଛି। ଗତ ଏପ୍ରିଲ ୨୭ରେ ଇସଲାମାବାଦକୁ ପଠାଇଛି ଡ୍ରୋନ୍ ଭର୍ତ୍ତି ବିମାନ। ଆଉ ସେହି ଡ୍ରୋନକୁ ଶହ ଶହ ସଂଖ୍ୟାରେ ଭାରତକୁ ଛାଡ଼ି ଆକ୍ରମଣ ଉଦ୍ୟମ କରିଥିଲା ପାକ୍ ସେନା। କିନ୍ତୁ ସବୁ ଡ୍ରୋନକୁ ଗୋଟି ଗୋଟି କରି ଭାରତୀୟ ସେନା ନଷ୍ଟ କରିଥିବାବେଳେ, ସାରା ବିଶ୍ବ ଦେଖିଲା ତୁର୍କୀର ବେଇମାନୀ। 

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀ ଉପରେ ପାକିସ୍ତାନର ଆଖି; କଲା ମିସାଇଲ ଆଟାକ୍‌!

ରାତିର ଅନ୍ଧାରରେ ଭାରତ ଭିତରକୁ ପାକିସ୍ତାନ ଯେଉଁ ପୁଳା ପୁଳା ସ୍ବାର୍ମ ଡ୍ରୋନ୍ ପଠାଉଥିଲା। କ୍ୟାମେରା ଓ ଯୁଦ୍ଧାସ୍ତ୍ର ଖଞ୍ଜାଥିବା ଯେଉଁ ଆତ୍ମଘାତୀ କାମିକାଜି ଡ୍ରୋନରେ ଆଟାକ୍ କରିବାକୁ ଚେଷ୍ଟା କରୁଛି, ସେସବୁକୁ ପାକିସ୍ତାନକୁ ଯୋଗାଇଛି ତୁର୍କୀ। ଇଏ ହେଉଛି ତୁର୍କୀ ନିର୍ମିତ ଆସିସ୍ଗାର୍ଡ ସୋଙ୍ଗର୍ ଡ୍ରୋନ୍। ଯଦିଓ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଏହା ଉପରେ ଭାରି ପଡ଼ୁଛି ଓ ମଝି ଆକାଶରେ ହିଁ ଧ୍ବଂସ କରିଦେଉଛି, ତଥାପି ପାକିସ୍ତାନ ତୁର୍କୀଠୁ ପାଇଛି ଏ କୁଚକ୍ରି ବୁଦ୍ଧି ଓ ବଳ। ଭାରତର ବିଭିନ୍ନ ସୀମାବର୍ତ୍ତି ଅଞ୍ଚଳରେ ମିଳିଥିବା ଡ୍ରୋନ୍ ଅବଶେଷରୁ ବି ପ୍ରମାଣିତ ହେଉଛି ଇଏ ତୁର୍କୀ ନିର୍ମିତ ଡ୍ରୋନ୍। ତେବେ କଥା ଉଠୁଛି, ଭାରତ ଉପରେ ତୁର୍କୀର କି ରାଗ, ଆଉ ପାକିସ୍ତାନ ସହ କାହିଁକି ଏତେ ପିରତି? ନଜର ପକାନ୍ତୁ ଏ ଦୁଇଟି ଫଟୋ ଉପରେ। ଏପ୍ରିଲ ୨୭ରେ ପାକିସ୍ତାନର କରାଚୀ ଏୟାରପୋର୍ଟରେ ଓହ୍ଲାଇଥିଲା ତୁର୍କୀର C-130 ହରକୁଲେସ୍ ସେନା ବିମାନ । ମେ ୨ରୁ ୭ ଯାଏଁ କରାଚୀ ବନ୍ଦରରେ ଲଙ୍ଗର ପକାଇଥିଲା ତୁର୍କୀର ସେନା ଜାହାଜ। ଏହି ବିମାନ ଓ ଜାହାଜରେ ପାକିସ୍ତାନକୁ ତୁର୍କୀ ଯୁଦ୍ଧ ଡ୍ରୋନ୍ ଓ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଅନୁମାନ କରାଯାଉଛି। ଏପ୍ରିଲ ୨୨ରେ ପହଲଗାମ୍ କାଣ୍ଡ ପରେ ହୁଏତ ପାକିସ୍ତାନ ଜାଣିଥିଲା ଭାରତ କଣ ଆକ୍ସନ ନେବାକୁ ଯାଉଛି ଓ ଆଗକୁ ସେ କେଉଁ ପରିଣତି ଭୋଗିବାକୁ ଯାଉଛି । ତେଣୁ ଶେଷ ମୁହୂର୍ତ୍ତରେ, ପାକ୍ ପିଏମ୍ ଶେହବାଜ ଓ ସେନାମୁଖ୍ୟ ମୁନୀର ତୁର୍କୀ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନଙ୍କ ଶରଣ ପଶି ଡ୍ରୋନ୍ ହାତେଇଛନ୍ତି। ଖାଲି ଆସିସ୍ଗାର୍ଡ ସୋଙ୍ଗର୍ ନୁହେଁ, ଅତ୍ୟନ୍ତ ଘାତକ ବୟରକ୍ତାର୍ TB2 ଡ୍ରୋନ୍ ସହ ବିପୁଳ ଛୋଟବଡ଼ ହତିଆର, ବୋମା ଓ ମିଜାଇଲ୍ ସିଷ୍ଟମ ବି ପାକିସ୍ତାନକୁ ତୁର୍କୀ ଯୋଗାଇଥିବା ଚର୍ଚ୍ଚା ହେଉଛି।
ଏସବୁ ଦୃଶ୍ୟ ଦୁଇ ବର୍ଷ ତଳର। ୨୦୨୩ ଫେବୃଆରୀ ୬ରେ ତୁର୍କୀ ଓ ସିରିଆର ବିରାଟ ଅଞ୍ଚଳକୁ ଧରାଶାୟୀ କରିଥିଲା ୭.୮ ତୀବ୍ରତାର ଭୂକଂପ। ସାଙ୍ଗେସାଙ୍ଗେ ପ୍ରଥମ ଦେଶ ଭାବେ ତୁର୍କୀକୁ ସହାୟତାର ହାତ ବଢ଼ାଇ ଭାରତ ଆରମ୍ଭ କରିଥିଲା ଅପରେସନ୍ ଦୋସ୍ତ୍। ଭାରତୀୟ ସେନା ଓ NDRF ଯବାନ ସେଠାକୁ ଯାଇ କେବଳ ହଜାର ହଜାର ଲୋକଙ୍କୁ ଉଦ୍ଧାର କରିନଥିଲେ, ବରଂ ମାନବୀୟ ସହାୟତା ଭାବେ କୋଟି କୋଟି ଟଙ୍କାର ବିପୁଳ ରିଲିଫ୍ ସାମଗ୍ରୀ ବି ପଠାଇଥିଲା ଭାରତ। ଗରୁଡ଼ ଡ୍ରୋନ୍ ଯାଇ ଦେବଦୂତ ଭଳି ଭଗ୍ନାବଶେଷ ତଳେ ଥିବା ଲୋକଙ୍କୁ ଠାବ କରିଥିଲା। ହେଲେ ଭାରତର ଦେବଦୂତ ଯୋଗାଇବା ପ୍ରତିବଦଳରେ ତୁର୍କୀ ଯୋଗାଉଛି କିଲର୍ ଡ୍ରୋନ୍।ମୋଦିଙ୍କ ବନ୍ଧୁତ୍ବକୁ ଏମିତି କେମିତି ଭୁଲିଗଲେ ଏର୍ଡୋଗାନ୍ ? ଭାରତର ସହାୟତା ବଦଳରେ ଭାରତର ଶତ୍ରୁକୁ କାହିଁକି କରୁଛନ୍ତି ସାହାଯ୍ୟ ? ସୂଚନା ଅନୁସାରେ, ଚୀନ୍ ପରେ ତୁର୍କୀ ହେଉଛି ପାକିସ୍ତାନକୁ ସର୍ବାଧିକ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଦେଶ। ତୁର୍କୀ ବଳରେ ବେଶୀ ଡେଉଁଛି ପାକିସ୍ତାନ। ବିଶେଷଜ୍ଞଙ୍କ ମତରେ, ନିୟୁ ଅଟୋମାନ୍ ଏମ୍ପାୟାର ଓ ଇସଲାମିକ ଦେଶ ଗୁଡ଼ିକରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ସ୍ବପ୍ନ ଦେଖୁଛି ତୁର୍କୀ। ସେଥିପାଇଁ ପାକିସ୍ତାନର ଘନିଷ୍ଠ ସହଯୋଗୀ ବନି ତାକୁ ସାମରିକ ଓ ଆର୍ଥିକ ସହଯୋଗ କରୁଛି। ବିଶ୍ବରେ ୫୦ରୁ ଅଧିକ ଦେଶ ଥିଲେ ବି, ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନକୁ ପ୍ରଥମେ ସମର୍ଥନ ଜଣାଇଥିଲା ତୁର୍କୀ। ଗତବର୍ଷ ପାକିସ୍ତାନ ତୁର୍କୀ ଠାରୁ ୫୦ ଲକ୍ଷ ଡଲାରରୁ ଅଧିକ ମୂଲ୍ୟର ଯୁଦ୍ଧାସ୍ତ୍ର କିଣିଥିଲା ବୋଲି ସୂଚନା ମିଳିଛି। ତୁର୍କୀ ପାକିସ୍ତାନକୁ ଯୁଦ୍ଧପୋତ ତିଆରି କରିବାରେ ବି ସହାୟତା କରୁଛି ।

ଅଧିକ ପଢ଼ନ୍ତୁ: ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

India Drone India Pakistan War Turkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ