/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739523235.jpg)
ଅନଲାଇନରେ ଠକେଇ
ମହଙ୍ଗା ପଡ଼ିଲା ଅନଲାଇନ୍ ସପିଂ। ଅର୍ଡର କରିଥିଲେ ଲାପଟପ୍। ଆସିଲା ମାର୍ବଲ। ପାର୍ସଲ ଖୋଲିବା ପରେ ଏମିତି ଦେଖି ଗ୍ରାହକ ତାଜୁବ। ସମ୍ବଲପୁରରୁ ଏହି ଅଭିଯୋଗ ଆସିଛି। ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡରେ ରହୁଥିବା ଜଣେ ଡାକ୍ତର ଏମିତି ଠକେଇର ଶିକାର ହୋଇଛନ୍ତି। ଅଭିଯୋଗ ହୋଇଛି, ଗତ ୪ ତାରିଖରେ ଡାକ୍ତର ଜଣକ ଅନଲାଇନରେ ୬୧ ହଜାର ଟଙ୍କା ଅଗ୍ରୀମ ଦେଇ ଏକ ଲାପଟପ ଅର୍ଡର କରିଥିଲେ l ଗତକାଲି ତାଙ୍କ ପାଖକୁ ଏକ ପାର୍ସଲ ପହଞ୍ଚିଥିଲା l
ପ୍ୟାକେଟ ଖୋଲି ଦେଖିଲା ବେଳକୁ ସେଥିରେ ଲାପଟପ ବଦଳରେ ଏକ ମାର୍ବଲ ପ୍ଲେଟ ଥିଲା। ଏନେଇ ସଂପୃକ୍ତ ଇ-ମାର୍କେଟିଂ ସଂସ୍ଥା ସହ ଯୋଗାଯୋଗ କରିଥିଲେ। କୌଣସି ସୁଫଳ ନମିଳିବାରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ତେବେ ଅନଲାଇନରେ ଅର୍ଡର କଲା ବେଳେ ଏହି ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । କେଉଁ ସଂସ୍ଥାରୁ ଅର୍ଡର କରୁଛନ୍ତି ? ତାହା କେତେ ବିଶ୍ୱାସଯୋଗ୍ୟ । କାହା ମାଧ୍ୟମରେ ଅର୍ଡର କରୁଛନ୍ତି ? ଅଗ୍ରୀମ ଅର୍ଥ ପଇଠ କରୁଛନ୍ତି ନା ପୋଷ୍ଟ ଡେଲିଭରୀ ପଇଠ କରୁଛନ୍ତି । ସବୁ ବୁଝି ବିଚାରି ଅନଲାଇନରେ ଅର୍ଡର କରିବା ଭଲ । ନଚେତ ଯଦି କିଛି ଅସୁବିଧା ହେବ, ଆପଣଙ୍କୁ ବାରମ୍ୱାର ଥାନା ଓ କୋର୍ଟକୁ ଦୌଡିବାକୁ ପଡିବ । ଜଣେ ବରିଷ୍ଠ ନାଗରିକ ଏହି ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)