/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747382105.jpg)
terrorists killed
ଭାରତୀୟ ସେନାକୁ ବଡ଼ ସଫଳତା । ଆଣ୍ଟି ଟେରର୍ ଅପରେସନରେ ସଫା ହେଲେ ୬ ଆତଙ୍କୀ । ଜମ୍ମୁକାଶ୍ମୀରରେ ବର୍ତ୍ତମାନସୁଦ୍ଧା ସେନା ପକ୍ଷରୁ ଦୁଇଟି ଆଣ୍ଟି ଟେରର ଅପରେସନ କରାଯାଇଥିବାବେଳେ ସେଥିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।
Advertisment
ଆତଙ୍କବାଦୀଙ୍କୁ ମୂଳପୋଚ୍ଛ କରିବାକୁ ଏହି ଅପରେସନକୁ ଜୋରଦାର କରାଯାଇଛି । ସେନା ପକ୍ଷରୁ ଆତଙ୍କବାଦୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବାବେଳେ ଗତ ୪୮ ଘଣ୍ଟା ଭିତରେ ୬ ଆତଙ୍କୀଙ୍କୁ ନିପାତ କରି ମୁହଁତୋଡ଼ ଜବାବ ଦେଇଛି ସେନା ।
ଏହି ଆତଙ୍କୀ ଦମନ ଅଭିଯାନ ନେଇ କାଶ୍ମୀର IGP ବି କେ ବିରଦୀ କହିଛନ୍ତି , “ଗତ ୪୮ ଘଣ୍ଟାରେ ଆମେ ଦୁଇଟି ଅପରେସନରେ ସଫଳତା ପାଇଛୁ । କେରନ ଓ ତ୍ରାଲ ଅଞ୍ଚଳରେ ଅପରେସନବେଳେ ୬ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଆତଙ୍କବାଦୀ ମୂଳପୋଚ୍ଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।“
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)