• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାବଧାନ ସ୍ତ୍ରୀ ! ଜୀବନ ନେଉଛନ୍ତି ସ୍ୱାମୀ ! ପରକୀୟା ଗଡ଼ାଉଛି ଧର୍ମପତ୍ନୀଙ୍କ ମୁଣ୍ଡ । ପରକୀୟା ସମ୍ପର୍କ ପାଇଁ ଏବେ ପ୍ରତିଦିନ ଅପରାଧୀକ ମାମଲା ଯେମିତି ସବୁଦିନ ସାମ୍‌ନାକୁ ଆସୁଛି । ବଣାଇର ସୌମ୍ୟାଙ୍କ ମୃତ୍ୟୁ ଘଟଣା ହେଉ କି ବଲାଙ୍ଗୀରର ନୂପୁର ବିଶ୍ୱାଳ । ଦୁଇ ଜଣଙ୍କ ଘଟଣା ପଛରେ ରହିଛି ପରକୀୟା । କେବଳ ଫରକ ଏତିକି, ଜଣେ ସବୁ ସହି ସହି ଜୀବନ ଦେଇ ଦେଇଛି । ତ ଆଉ ଜଣେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତି ଆସି ନ୍ୟାୟ ମାଗୁଛି ।

ସୌମ୍ୟାମୟୀ ବେହେରା । ନୂଆ ବୋହୂ ହୋଇ ଶାଶୁଘରେ ବାଦ ଥାପିବା ପରେ ଅନେକ ସ୍ୱପ୍ନ ଦେଖିଥିଲେ । ସ୍ୱାମୀ ଶାଶୁ-ଶ୍ୱଶୁରଙ୍କ ଠାରୁ ଅନେକ ଭଲ ପାଇବା ପାଇବେ ବୋଲି ଭାବିଥିଲେ । ହେଲେ ସବୁ କିଛି ସାରିଦେଲା ତାଙ୍କ ରାକ୍ଷସ ସ୍ୱାମୀର ପରକୀୟା । ବାହାଘରର ୧୦ ମାସ ପରେ ଅନେକ ନିର୍ଯାତନା ସହି ଆସୁଥିଲେ ବି ପାଟି ନଫିଟାଇ ପ୍ରତିବାଦ ନକରି ସହିଆସୁଥିଲେ ।

ଅଧିକ ପଢ଼ନ୍ତୁ: ପୋଲିସ୍ ସ୍ବାମୀର ଜଘନ୍ୟକାଣ୍ଡ; ସ୍ତ୍ରୀକୁ ପଥରରେ ଛେଚୁଥିଲେ, ମାରିଦେବାକୁ ପିଟୁଥିଲେ

ଆଉ ସ୍ୱାମୀଙ୍କୁ ପରକୀୟାରୁ ଦୂରେଇ ରଖିବାକୁ ଚେଷ୍ଟା କରିବା ବେଳେ ଘରେ କଳହ ସୃଷ୍ଟି ହେଇଥିଲା । ଆଉ ସେହି କଳହ ପରେ ତାଙ୍କ ସୌତାନ ସ୍ୱାମୀ ତାଙ୍କୁ ଜୀବନରୁ ମାରି ଦେଇଛି । ତା’ ସହ ତାଙ୍କ ପେଟରେ ଥିବା ୭ମାସର ଶିଶୁ ବି ଦୁନିଆ ଦେଖିବା ଆଗରୁ ଆଖି ବୁଜିଛି । ଆଉ ଏହି ଘଟଣାରେ ଗିରଫ ହୋଇଛନ୍ତି ସୌମ୍ୟାମୟୀଙ୍କ ସ୍ୱାମୀ ଦେବେନ୍‌ ଓ ତାଙ୍କ ନଣଦେଇ ।

ସେହିପରି ଆଉ ଏକ କେସ୍ ହେଉଛି ବଲାଙ୍ଗୀରର ନୁପୁର ବିଶ୍ୱାଳ । ତାଙ୍କ ଅବସ୍ଥା ବି ଠିକ୍‌ ସେମିତି । ନିଜ ଆଖିରେ ସ୍ୱାମୀର ସୌତାନ ରୂପ ଦେଖିଛନ୍ତି । ଆଉ ସେହି ସମୟରେ ମୃତ୍ୟୁକୁ ମଧ୍ୟ ଅତି ନିକଟରୁ ଦେଖି ଫେରିଛନ୍ତି । ଆଉ ତା’ ପରେ ବଖାଣି ଚାଲିଛନ୍ତି ସେ ବେଳର ଦୃଶ୍ୟ । ସବୁଠାରୁ ବଡ଼ କଥା ହେଉଛି । ଉଭୟ ସ୍ୱାମୀ-ସ୍ତ୍ରୀ ପୋଲିସ ଚାକିରି କରନ୍ତି । ଆଇନର ହେଉଛନ୍ତି ଏମାନେ ରକ୍ଷକ ।

ଚାକିରି ସମୟରେ ଭଲ ପାଇ ବେଶ୍‌ ଜାକଜମକରେ ପ୍ରେମ ବିବାହ କରିଥିଲେ । ହେଲେ ସେହି ପ୍ରେମିକକୁ ସ୍ୱାମୀ ରୂପରେ ପାଇବା ପରେ ସେ ଆଜି ତାଙ୍କୁ ଧୋକା ଦେଇଛି । ପରକୀୟା ପାଇଁ ଆଜି ତାଙ୍କ ଜୀବନ ନେବାକୁ ପଛାଇ ନାହିଁ ତାଙ୍କର ସେହି ଭଲପାଇବା ମଣିଷ । ଦିନକୁ ଦିନ ବଢ଼ୁଛି ପରକୀୟା ପ୍ରୀତି । ଆଉ ପର ପୁରୁଷ ଓ ପର ନାରୀଙ୍କ ପ୍ରତି ଆକୃଷ୍ଟ ହୋଇ ପରିବାର ଭାଙ୍ଗୁଛନ୍ତି ଯୁବପିଢ଼ି । ତେବେ ଏପରି ଘଟଣା ଆମ ସମାଜ ଉପରେ ବେଶ୍‌ କୁପ୍ରଭାବ ପକାଉଛି ।

ଅଧିକ ପଢ଼ନ୍ତୁ: ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ

OTV is now on Whatsapp

Join and get latest news update delivered to you via whatsapp

Join Now