Advertisment

Escape from Terrorist Attack: ଆତଙ୍କବାଦୀଙ୍କ ହାତରୁ ମରୁ ମରୁ ବଞ୍ଚିଲେ; ବଖାଣିଲେ ଲୋମହର୍ଷକ କାହାଣୀ...

ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Surviving a Terror Attack

Surviving a Terror Attack

ତାର ବାଡ଼ ଡେଇଁଲେ, ବୁଦା ମୂଳେ ଲୁଚିଲେ...କାଦୁଅରେ ଭିତରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ...ଆତଙ୍କବାଦୀଙ୍କ ହାତରୁ ମରୁ ମରୁ ବଞ୍ଚିଲେ...ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ। ବୈସନର ଘାଟିରେ ଆତଙ୍କୀ କେମିତି ରକ୍ତପାତ ଘଟାଇଥିଲେ ? ଆଖି ସାମ୍ନାରେ ଜୀବନ ବଞ୍ଚାଇବାକୁ କେମିତି ଚାଲିଥିଲା ସଂଘର୍ଷ ? ଆଉ ସେନାର ତ୍ୱରିତ ପଦକ୍ଷେପ ଯୋଗୁ କିଭଳି ୩୦ରୁ ୪୦ ଜୀବନ ବଞ୍ଚିଥିଲା ତାହା ଟିକିନିଖି କରି ବଖାଣିଛନ୍ତି କର୍ଣ୍ଣଟକର ଜଣେ ସଫ୍ଟୱେୟାର ଇଂଜିନିୟର।     

Advertisment

ପ୍ରସନ୍ନ କୁମାର ଭଟ୍ଟ। ମୟିସୁରର ସଫ୍ଟୱେୟାର ଇଂଜିନିୟର। ଏପ୍ରିଲ ୨୨ ତାରିଖ ଅପରାହ୍ନ। ସେ ତାଙ୍କ ସ୍ତ୍ରୀ ଓ ଭାଇ-ଭଉଣୀ ସହ ବୈସନର ଘାଟିରେ ପହଞ୍ଚିଥିଲେ। ଅପରାହ୍ଣ ୨ଟା ୨୫। ବୁଲାବୁଲି କରୁଥିବାବେଳେ ହଠାତ ଶୁଭିଥିଲା ଗୁଳି ଫୁଟିବାର ଶବ୍ଦ। ଏହା ପରେ ଗୋଟିଏ ମିନିଟ୍ ପାଇଁ ଚାରିଆଡ଼େ ହୋଇଯାଇଥିଲା ନିସ୍ତବ୍ଧ। କ’ଣ ହେଲା ବୁଝିବାକୁ ଚେଷ୍ଟା କରୁଥିବା ବେଳେ ଆଖି ସାମ୍ନାରେ ଦୁଇଟି ମୃତଦେହ ପଡ଼ିଥିବା ଦେଖିଥିଲେ। ତାଙ୍କ ଭାଇ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ଜାଣିପାରିଥିଲେ। ତା’ପରେ ଗୁଳି ଫୁଟିବାର ଶବ୍ଦ ପୁଣି ଆରମ୍ଭ ହୋଇଥିଲା। ଆଉ ଶୁଭୁଥିଲା ଚିତ୍କାର। ଭିଡ଼ ଭିତରେ ସମସ୍ତେ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। ପ୍ରସନ୍ନ ଏବଂ ତାଙ୍କ ସହ ଅନ୍ୟ ଲୋକମାନେ ଫାଟକ ଆଡ଼କୁ ଦୌଡ଼ି ଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ପୂର୍ବରୁ ଥିଲା ଆତଙ୍କବାଦୀଙ୍କ ପହରା। ସେଠାରୁ ଦୌଡି ଆସି ତାର ବାଡ଼ ତଳେ ଥିବା ଏକ ବୁଦା ମୂଳେ ଲୁଚିଥିଲେ ପ୍ରସନ୍ନ ଓ ତାଙ୍କ ସ୍ତ୍ରୀ। ନିରୂପାୟ ହୋଇ ଜୀବନ ବଞ୍ଚାଇବାକୁ ଭଗବାନଙ୍କୁ ଡାକିଥିଲେ।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ତେବେ ସେହି ସମୟରେ ତାଙ୍କ ଭାଇ ପରିବାର ସହ ସେଠାରେ ଲୁଚିଥିବା ୩୫-୪୦ ପର୍ଯ୍ୟଟକଙ୍କୁ ବିପରୀତ ଦିଗକୁ ପଠାଇ ଦୌଡ଼ିବାକୁ କହିଥିଲେ। ଏହାପରେ ପାଣି କାଦୁଆ ରାସ୍ତାରେ ଦୌଡି ଦୌଡି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ସେମାନେ।  ଅପରାହ୍ନ ୪ଟା ସୁଦ୍ଧା ସେନାର ସ୍ୱତନ୍ତ୍ର ବାହିନୀ ସେହି ଅଞ୍ଚଳକୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଗୁଳି ଫୁଟିବାର ଶବ୍ଦ ଏବେ ବି ତାଙ୍କ କାନରେ ଶୁଭୁଛି  ଏବଂ ଏହି ଆକ୍ରମଣ ମୋତେ ଥରାଇ ଦେଇଛି ବୋଲି କହିଛନ୍ତି ପ୍ରସନ୍ନ।

Advertisment

ଆତଙ୍କୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ସେନାର ଉପସ୍ଥିତ ବୁଦ୍ଧି ଯୋଗୁ ବହୁତ ଲୋଙ୍କ ଜୀବନ ବଞ୍ଚି ଯାଇଛି। ସୁରକ୍ଷିତ ଭାବେ ବୈସରନ ବୁଲିବାକୁ ଯାଇଥିବା ଅନେକ ପର୍ଯ୍ୟଟକ ନିଜ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି।

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Tourist Pahalgam Terrorist Attack Pahalgam Attack
Advertisment
Advertisment