Advertisment

Gold Price In Bhubaneswar: ପହିଲି ରଜରେ ସୁନା ଦରରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌...

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ ଆଜିର ସୁନା ଦର କେତେ ରହିଛି...

author-image
Sujit kumar Swain
ଅଦ୍ୟତନ ହୋଇଛି
Gold Price In Bhubaneswar

Gold Price In Bhubaneswar

ଆଜି ପହିଲି ରଜ । ପହିଲି ରଜରେ ଚଳଚଞ୍ଚଳ ରହିଛି ଗାଁଠୁ ସହର । ଏହାରି ଭିତରେ ସୁନା ଦରରେ ହୋଇଛି ବଡ଼ ପରିବର୍ତ୍ତନ...ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ ଆଜିର ସୁନା ଦର କେତେ ରହିଛି....ଦିନକୁ ଦିନ ସୁନା ମହଙ୍ଗା ହେଉଛି। ସୁନା କିଣିବାକୁ ଲୋକଙ୍କୁ ଭୟ ଲାଗୁଛି । ଆଜି ପହିଲି ରଜରେ ସୁନା ଦର ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୮୦ ଟଙ୍କା ବୃଦ୍ଧି ପାଇଛି ।

Advertisment

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୨୮୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧,୦,୪୦୦ ଟଙ୍କା ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ୨୮୦ ସୁନା ଦର ଟଙ୍କା ବୃଦ୍ଧି ପାଇ ୧,୦,୬୮୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୯୨,୯୫୦ ଟଙ୍କାରୁ ୯୩,୨୦୦ ଟଙ୍କା ହୋଇଛି।

ଅଧିକ ପଢ଼ନ୍ତୁ: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

Advertisment

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୧,୦,୪୦୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୮୦ ଟଙ୍କା ବୃଦ୍ଧି ପାଇ ୧,୦,୬୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୯୩,୨୦୦ ଟଙ୍କା ହୋଇଛି।

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

କିଛି ଜାଣିବା କଥା...

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ। ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।

Gold Price Gold Price Increased Gold Price Today Gold Price Latest Update Gold Price Today In Bhubaneswar
Advertisment
Related Articles
Advertisment