Advertisment

Odisha Govt Hikes Milk Price: ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ଏତିକି ଟଙ୍କା ଅଧିକ ଦାମ୍ ଦେବେ ସରକାର...

ଆଜି ବିଶ୍ୱ ଦୁଗ୍ଧ ଦିବସ । ଏହି ଅବସରରେ ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦୁଇ ଗୁଣ ବଢିବା ନେଇ ଲକ୍ଷ୍ୟ ରହିଛି । ଏଣିକି ଦୁଗ୍ଧ ଚାଷୀଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ଦିଆଯିବ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
world milk day

world milk day

ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ହେବ ମଡେଲ ରାଜ୍ୟ । ବିଶ୍ୱ ଦୁଗ୍ଧ ଦିବସ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ପ୍ରଚଳନ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହି ଗୋପାଳକଙ୍କୁ ୭୦ ପ୍ରତିଶତ ସବସିଡି ଯୋଗାଇ ଦିଆଯାଉଛି । ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସହାୟତା ଦେଉଛନ୍ତି ।"

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, "୩୦ ଲକ୍ଷ ମେଟ୍ରିକ୍ ଟନ୍ ଓମଫେଡ ଘିଅ ଶ୍ରୀମନ୍ଦିରକୁ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଆଜିଠାରୁ ଓମଫେଡ୍ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ଦିଆଯିବ । ଏହାଛଡ଼ା ଦୁର୍ଘଟଣାରେ ଗୋପାଳକଙ୍କର ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ଅକୁକମ୍ପା ରାଶି ପ୍ରଦାନ କରାଯିବ । " କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । 

Advertisment

ଅଧିକ ପଢନ୍ତୁ : କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

Omfed Dairy Farmers
Advertisment
Related Articles
Advertisment