/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748773915.jpg)
Asaduddin Owaisi exposes Pak
ପାକିସ୍ତାନକୁ ଆଲଜେରିଆ ମାଟିରୁ କଡ଼ା ସମାଲୋଚନା । ପାକିସ୍ତାନକୁ ଧୋଇଦେଲେ ଓୱେସି । ପାକିସ୍ତାନର ସବୁ ଗୁମର କହିଲେ ଓୱେସି। ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ।
ପାକିସ୍ତାନ ତାକଫିରବାଦର କେନ୍ଦ୍ର । ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ, ଦାଏଶ ଓ ଅଲକାଏଦା ମଧ୍ୟରେ କୌଣସି ବୈଚାରିକ ପାର୍ଥକ୍ୟ ନାହିଁ। ସେମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଧାର୍ମିକ ଅନୁମୋଦନ ରହିଛି, ଯାହା ସମ୍ପୂର୍ଣ୍ଣ ଭୁଲ। ଇସଲାମ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଅନୁମତି ଦିଏ ନାହିଁ ଓ ଦୁର୍ଭାଗ୍ୟବଶତଃ, ଏହା ସେମାନଙ୍କର ବିଚାରଧାରା। ପାକିସ୍ତାନକୁ ପୁଣି ଥରେ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FTF)ର ଗ୍ରେ ତାଲିକାରେ ରଖାଯାଉ । ଆଲଜେରିଆନ ଗଣମାଧ୍ୟମ, ଥିଙ୍କ ଟ୍ୟାଙ୍କ ସଦସ୍ୟ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ଏମିତି କଡ଼ା ଭାଷାରେ ପାକିସ୍ତାନକୁ ନିନ୍ଦା କରିଛନ୍ତି AIMIM ମୁଖ୍ୟ ଓ ସାଂସଦ ଅସଦୁଦ୍ଦିନ ଓୱେସି ।
ଅଧିକ ପଢନ୍ତୁ: ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲା ସର୍ବଦଳୀୟ ଟିମ୍
ଓୱେସି ଆହୁରି କହିଥିଲେ ଯେ, 'ଆତଙ୍କବାଦ ଦୁଇଟି ଜିନିଷ ବିଚାରଧାରା ଏବଂ ଟଙ୍କା ଉପରେ ବଞ୍ଚିଥାଏ। ବିଚାରଧାରା ଆପଣ ଭଲଭାବରେ ଜାଣନ୍ତି, ଆପଣ ଅସୁବିଧା ସମୟ ଦେଖିଛନ୍ତି, ଦକ୍ଷିଣ ଆଲଜେରିଆରେ ମଧ୍ୟ ଆପଣଙ୍କର କିଛି ସମସ୍ୟା ଅଛି। ସେହି ମୁହୂର୍ତ୍ତରେ ଆମେ ଏକାଠି ଅଛୁ। ଥରେ ଆପଣ ପାକିସ୍ତାନକୁ ଗ୍ରେ ତାଲିକା (FTF)କୁ ଫେରାଇ ଆଣିଲେ, ଆମେ ଭାରତରେ ଆତଙ୍କବାଦ ହ୍ରାସ ଦେଖିବୁ। ଆମେ ହତ୍ୟା ହ୍ରାସ ଦେଖିବୁ। ଆମର ୨୦୧୮ ବର୍ଷର ଅଭିଜ୍ଞତା ଅଛି ଯେତେବେଳେ ଆଲଜେରିଆ ଏବଂ ଅନ୍ୟ ଦେଶମାନେ ଭାରତକୁ ସାହାଯ୍ୟ କରିଥିଲେ।
ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ FTF ଗ୍ରେ ତାଲିକାର ପ୍ରଭାବ ଉପରେ ଗୁରୁତ୍ୱାରୋପ କରି ଓୱେସି କହିଛନ୍ତି, 'ଜାକିଉର ରେହମାନ ଲଖଭି ନାମକ ଜଣେ ଆତଙ୍କବାଦୀ ଥିଲେ। ବିଶ୍ୱର କୌଣସି ଦେଶ ଆତଙ୍କବାଦ ଅଭିଯୋଗର ସମ୍ମୁଖୀନ ହେଉଥିବା ଆତଙ୍କବାଦୀକୁ ଏମିତି ଅନୁମତି ଦେବ ନାହିଁ। କିନ୍ତୁ ସେ ପାକ୍ ଜେଲରେ ରହି ଏକ ପୁତ୍ର ସନ୍ତାନର ପିତା ହୋଇଥିଲେ। ଯେତେବେଳେ ପାକିସ୍ତାନକୁ FTF ଗ୍ରେ ତାଲିକାରେ ରଖାଯାଇଥିଲା।'
ଆଲଜେରିଆର ମକାମ୍ ଏଚାହିଦ୍ ରେ ଜାତୀୟ ସହିଦ ସ୍ମାରକୀ ଏବଂ ଜାତୀୟ ମୁଜାହିଦ୍ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ସର୍ବଦଳୀୟ ଟିମ। ଏହାସହ ଡେମ୍ ଡି' ଆଫ୍ରିକା ଚର୍ଚ୍ଚ ପରିଦର୍ଶନ କରିଥିଲେ ଏବଂ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଜଳାଇଥିଲେ। ବାହାରିନ୍, କୁଏତ ଓ ସାଉଦି ଆରବ ପରେ ଚତୁର୍ଥ ଦେଶ ଭାବେ ଆଲଜେରିଆ ଗସ୍ତ କରିଛି ଏହି ସର୍ବଦଳୀୟ ଟିମ୍। ସେଠାରେ ମଧ୍ୟ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ସହ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ସ୍ପଷ୍ଟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)